ଏଇ ଭାରତରେ

‘କନ୍ୟାରତ୍ନ’ ଏକଥା ଜାଣି ମଧ୍ୟ ଅନେକେ ଏବେ ସୁଦ୍ଧା ସେମାନଙ୍କୁ ମାତୃଗର୍ଭରୁ ହତ୍ୟା କରୁଛନ୍ତି। ଭ୍ରୂଣ ନିରୂପଣ ଓ ହତ୍ୟା ଭଳି ବେଆଇନ କାର୍ଯ୍ୟ ଲାଗି ଦଣ୍ଡ ବ୍ୟବସ୍ଥା କରାଯାଇଥିଲେ ବି ଲୁଚାଛପାରେ ଏହା ଚାଲିଛି। ତେବେ କନ୍ୟାଭ୍ରୂଣ ହତ୍ୟା ରୋକିବା ଲାଗି ପୁଣେର ଏକ ହସ୍ପିଟାଲର ନୂଆ ଅଭିଯାନ ସାମ୍ନାକୁ ଆସିଛି ଓ ‘ବେଟି ବଚାଓ ମିଶନ’ର ଉଦାହରଣ ପାଲଟିଛି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିଯାନରେ କନ୍ୟା ସନ୍ତାନ ଜନ୍ମ ହେଲେ ଉକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଏହି ଡାକ୍ତରଖାନା ଲୋକଙ୍କୁ ଗର୍ଭପାତ ବିରୋଧରେ ସଚେତନ କରାଯାଉଛି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିଯାନ ୨୦୧୨ରେ ଆରମ୍ଭ କରାଯାଇଥିଲା। ଗତ ୧୧ବର୍ଷ ମଧ୍ୟରେ ପୁଣେର ହାଡପ୍ସରଠାରେ ଥିବା ମାଟର୍ନିଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ୨୪୦୦ରୁ ଅଧିକ କନ୍ୟା ସନ୍ତାନଙ୍କୁ ମାଗଣାରେ ପ୍ରସବ କରାଯାଇସାରିଲାଣି। ଡାକ୍ତରଖାନାର ଡାକ୍ତର ଗଣେଶ ରାଖ କହନ୍ତି, ଏଥିପାଇଁ ଗର୍ଭବତୀ ପରିବାର ସଦସ୍ୟଙ୍କଠାରୁ ଗୋଟିଏ ପଇସା ନିଆଯାଇନାହିଁ । ଏହି ସକାରାତ୍ମକ ପଦକ୍ଷେପ ଯୋଗୁ ଆଖପାଖ ଅଞ୍ଚଳରେ କନ୍ୟାଭ୍ରୂଣ ହତ୍ୟା ମାମଲାରେ ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri