ଏଇ ଭାରତରେ

ରାଜସ୍ଥାନରେ ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟକ୍ରମେ ବହୁ ପରମ୍ପରାର ବିଧି ମଧ୍ୟ ବଦଳି ଯାଇଛି। ହେଲେ ପରସ୍ପରକୁ ବାଣ ଫିଙ୍ଗିବା ପରମ୍ପରା ବଜାୟ ରହିଛି। ଅଜମେରର କେକେଡ଼ି ସହରରେ ଖେଳାଯାଉଥିବା ଏପରି ଏକ ପରମ୍ପରା ରହିଛି, ଯାହା ଲୋକଙ୍କ ପାଇଁ ବିପଦପୂର୍ଣ୍ଣ । ଏଠାରେ ଦୀପାବଳି ପରଦିନ ଲୋକେ ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ଫିଙ୍ଗନ୍ତି। ଏଥିରେ ବହୁ ଲୋକ ଆହତ ହୋଇଥା’ନ୍ତି। ଏଭଳି ବିପଜ୍ଜନକ ଖେଳ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ୱେ ଲୋକେ ଏହାକୁ ଅଣଦେଖା କରି ଏହି ପରମ୍ପରା ପାଳନ କରିଆସୁଛନ୍ତି। କେକେଡି ସହରରେ ପ୍ରଭୁ ଭୈରବଙ୍କର ଏକ ପ୍ରାଚୀନ ମନ୍ଦିର ଅଛି। ଗୋବର୍ଦ୍ଧନ ପୂଜାରେ ଦୀପାବଳିର ଗୋଟିଏ ଦିନ ପରେ ଏଠାରେ ୧୦୦ ବର୍ଷରୁ ଅଧିକ ପୁରୁଣା ଉକ୍ତ ପରମ୍ପରାର ବିଧି ମୁତାବକ ଘାସରେ ଭୈରବଙ୍କର ଏକ ପ୍ରତିମା ତିଆରି କରାଯାଇଥାଏ। ଏହି ପ୍ରତିମାକୁ ବଳଦ ଉପରେ ରଖି ସହର ପରିକ୍ରମା କରାଯାଏ। ବଳଦଙ୍କୁ ଚଲାଇବା ପାଇଁ ବାଣରେ ନିଆଁ ଲଗାଇ ସେମାନଙ୍କ ଗୋଡ଼ ପାଖକୁ ଫିଙ୍ଗା ଯାଇଥାଏ। ଫଳରେ ବଳଦମାନେ ଭୟଭୀତ ହୋଇ ଦୌଡ଼ିବା ଆରମ୍ଭ କରନ୍ତି। ପରେ ଲୋକମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଆନ୍ତି ଓ ପରସ୍ପର ଉପରକୁ ବାଣ ପକାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri