ଏଇ ଭାରତରେ

୧୭ ବର୍ଷ ବୟସରେ ଏକ ରୋବୋ ନିର୍ମାଣ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି କାନପୁରର ମହମ୍ମଦ ସୟଦ ଛାଥୋଥ୍‌। ସେ ଏବେ ଇ.କେ.ନାୟାନାର ମେମୋରିଆଲ ଗଭର୍ନମେଣ୍ଟ ଆୟର ସେକେଣ୍ଡାରୀ ସ୍କୁଲ, ଭେଙ୍ଗାଡର ଦ୍ୱାଦଶ ଶ୍ରେଣୀ କମ୍ପ୍ୟୁଟର ବିଜ୍ଞାନ ଛାତ୍ର। ୨୦୧୯ରେ କାନପୁର ରେସ୍ତୋରାଁରେ ଏକ ରୋବୋ ଖାଦ୍ୟ ପରଷୁ ଥିବା ସମୟରେ ସୟିଦ ତାହା ଦେଖିଥିଲେ। ପରେ ମା’ଙ୍କୁ ଘର କାମରେ ସହଯୋଗ କଲାଭଳି ସମାନ ଧରଣର ଏକ ରୋବୋ ତିଆରି କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ପରେ ସେ ଅନେକ ଭିଡିଓ ଅନୁସରଣ କରି ତାହାର ନିର୍ମାଣ ସମ୍ପର୍କିତ ଜ୍ଞାନ ହାସଲ କରିଥିଲେ। ଏକ ବର୍ଷ ମଧ୍ୟରେ ତାହାର ଏକ ମଡେଲ ବି ପ୍ରସ୍ତୁତ କରିନେଲେ। ପରେ ପୂର୍ଣ୍ଣାଙ୍ଗ ରୂପ ଦେଇ ରୋବୋ ନାମ ରଖିଛନ୍ତି ‘ପାଟୋଟି’। ଏହା ତାଙ୍କ ପରିବାରକୁ ପ୍ରତିଦିନ ସକାଲୁ ଉଠାଇ ଦେଉଛି। ଯଦି କଫି ପ୍ରସ୍ତୁତ ହୋଇଥାଏ ତେବେ ତାହାକୁ ନେଇ ବେଡ ରୁମରେ ଦେଇ ଆସୁଛି। ଏହା ଅତିବେଶିରେ ୬କେ.ଜି. ଜିନିଷ ନେଇପାରୁଛି। ଏବେ ସୟିଦ ତାଙ୍କ ଶ୍ରେଣୀ ସାଥୀମାନଙ୍କ ସହ ଅଟୋମେଶନ ରୋବୋଟିକ୍‌ ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସୟିଦ ଉକ୍ତ ରୋବୋକୁ ମାତ୍ର ୧୦,୦୦୦ ଟଙ୍କାରେ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପୂର୍ବରୁ ସେ ଲାଇଟ, ଫ୍ୟାନ ଓ ଅନ୍ୟ ଇଲେକ୍‌ଟ୍ରିକାଲ ଉପକରଣଗୁଡ଼ିକର ନିୟନ୍ତ୍ରଣ ଲାଗି ଏକ ମୋବାଇଲ ଆପ୍ଲିକେଶନ ବିକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri