ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଆଠ ମାସରେ ୭୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିଛି କମ୍‌ କଥା ନୁହେଁ। ଏମିତି କାର୍ଯ୍ୟରେ ଲାଗିଛନ୍ତି ପୁଣେର ବିବେକ ଗୌରବ । ସେ ପ୍ଲଗିଂ (ଜଗିଂବେଳେ କିଛି ଗୋଟାଇବା କାର୍ଯ୍ୟ) ସମୟରେ ବର୍ଜ୍ୟବସ୍ତୁ ଗୋଟାଉଛନ୍ତି। ତାଙ୍କୁ ଏବେ ବୟସ ୨୪। ତାଙ୍କ ଜନ୍ମ ମହାରାଷ୍ଟ୍ରର ଜୟସିଂପୁର ସହରରେ। ୨୦୧୫ରେ ସଫ୍ଟଓ୍ବେର ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ସେ ଇନ୍ଦ୍ରାଣୀ ନଦୀକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାକୁ ସଫା କରିବାରେ ଲାଗିଥିଲେ। ଏହି ଅଭିଯାନରେ ସେ ନଦୀରୁ ୪୦ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ। ପରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ୨୦୧୯ରେ ପୁଣେ ପ୍ଲଗର୍ସ ଗଠନ କରିଥିଲେ। ସକାଳ ୬ଟାରୁ ଜଗିଂ ଲାଗି ବାହାରିଯାଇ ରାସ୍ତାରୁ ବର୍ଜ୍ୟବସ୍ତୁ ଗୋଟାଇବା ଆରମ୍ଭ କରିଥିଲେ ଗୌରବ। ଜଣେ ବରିଷ୍ଠ ନାଗରିକ ଏହାକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୁଣେ ପ୍ଲଗର୍ସର ସଦସ୍ୟ ସଂଖ୍ୟା ବଢ଼ି ଏବେ ୫୦୦ରେ ପହଞ୍ଚିଛି। ଏମାନେ ଜଗିଂ କରିବା ସମୟରେ ସର୍ବସାଧାରଣ ସ୍ଥାନ ତଥା ପର୍ଯ୍ୟଟନ କ୍ଷେତ୍ରରୁ ପ୍ରାୟ ୭୦ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିସାରିଲେଣି। କେବଳ ଏତିକି ନୁହେଁ, ସେମାନେ ସଂଗ୍ରହ କରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇକୋବ୍ରିକ୍ସ ବା ପରିବେଶ ଉପଯୋଗୀ ଇଟା ତିଆରି କରୁଛନ୍ତି। ଗୌରବ ଜୁଲାଇ ଶେଷସୁଦ୍ଧା ୨୫,୦୦୦ ଇକୋବ୍ରିକ୍ସ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଗଛ ଲଗାଉଥିବା ଏନଜିଓଗୁଡିକୁ କିମ୍ବା ବସ୍ତିବାସିନ୍ଦାଙ୍କୁ ଘର କରିବା ଲାଗି ବାଣ୍ଟିବାକୁ ଯୋଜନା କରିଛନ୍ତି। ବସ୍ତିବସିନ୍ଦାଙ୍କୁ ଏହି ଇଟା ମାଗଣାରେ ଯୋଗାଇ ଦେବାକୁ କହିଛନ୍ତି ଗୌରବ। ବର୍ଜ୍ୟବସ୍ତୁକୁ ବି ରିସାଇକ୍ଲିଂ ପାଇଁ ପଠାଉଛନ୍ତି। କାଚଜାତୀୟ ବର୍ଜ୍ୟସାମଗ୍ରୀକୁ ଅପ୍‌ସାଇକ୍ଲିଂ ଲାଗି ସ୍ବୟଂସହାୟିକା ଗୋଷ୍ଠୀଗୁଡିକୁ ଦେଉଛନ୍ତି। ପୁଣେ ମ୍ୟୁନିସିପାଲ କର୍ପୋରେଶନ ସହଭାଗିତାରେ ପୁଣେ ପ୍ଲଗର୍ସ ଏକ ପ୍ଲଗାଥନ (ପ୍ଲଗିଂମାରାଥନ) ଆୟୋଜିତ କରି ୩୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri