ଏଇ ଭାରତରେ

ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଆଠ ମାସରେ ୭୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିଛି କମ୍‌ କଥା ନୁହେଁ। ଏମିତି କାର୍ଯ୍ୟରେ ଲାଗିଛନ୍ତି ପୁଣେର ବିବେକ ଗୌରବ । ସେ ପ୍ଲଗିଂ (ଜଗିଂବେଳେ କିଛି ଗୋଟାଇବା କାର୍ଯ୍ୟ) ସମୟରେ ବର୍ଜ୍ୟବସ୍ତୁ ଗୋଟାଉଛନ୍ତି। ତାଙ୍କୁ ଏବେ ବୟସ ୨୪। ତାଙ୍କ ଜନ୍ମ ମହାରାଷ୍ଟ୍ରର ଜୟସିଂପୁର ସହରରେ। ୨୦୧୫ରେ ସଫ୍ଟଓ୍ବେର ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ସେ ଇନ୍ଦ୍ରାଣୀ ନଦୀକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାକୁ ସଫା କରିବାରେ ଲାଗିଥିଲେ। ଏହି ଅଭିଯାନରେ ସେ ନଦୀରୁ ୪୦ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ। ପରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ୨୦୧୯ରେ ପୁଣେ ପ୍ଲଗର୍ସ ଗଠନ କରିଥିଲେ। ସକାଳ ୬ଟାରୁ ଜଗିଂ ଲାଗି ବାହାରିଯାଇ ରାସ୍ତାରୁ ବର୍ଜ୍ୟବସ୍ତୁ ଗୋଟାଇବା ଆରମ୍ଭ କରିଥିଲେ ଗୌରବ। ଜଣେ ବରିଷ୍ଠ ନାଗରିକ ଏହାକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୁଣେ ପ୍ଲଗର୍ସର ସଦସ୍ୟ ସଂଖ୍ୟା ବଢ଼ି ଏବେ ୫୦୦ରେ ପହଞ୍ଚିଛି। ଏମାନେ ଜଗିଂ କରିବା ସମୟରେ ସର୍ବସାଧାରଣ ସ୍ଥାନ ତଥା ପର୍ଯ୍ୟଟନ କ୍ଷେତ୍ରରୁ ପ୍ରାୟ ୭୦ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିସାରିଲେଣି। କେବଳ ଏତିକି ନୁହେଁ, ସେମାନେ ସଂଗ୍ରହ କରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇକୋବ୍ରିକ୍ସ ବା ପରିବେଶ ଉପଯୋଗୀ ଇଟା ତିଆରି କରୁଛନ୍ତି। ଗୌରବ ଜୁଲାଇ ଶେଷସୁଦ୍ଧା ୨୫,୦୦୦ ଇକୋବ୍ରିକ୍ସ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଗଛ ଲଗାଉଥିବା ଏନଜିଓଗୁଡିକୁ କିମ୍ବା ବସ୍ତିବାସିନ୍ଦାଙ୍କୁ ଘର କରିବା ଲାଗି ବାଣ୍ଟିବାକୁ ଯୋଜନା କରିଛନ୍ତି। ବସ୍ତିବସିନ୍ଦାଙ୍କୁ ଏହି ଇଟା ମାଗଣାରେ ଯୋଗାଇ ଦେବାକୁ କହିଛନ୍ତି ଗୌରବ। ବର୍ଜ୍ୟବସ୍ତୁକୁ ବି ରିସାଇକ୍ଲିଂ ପାଇଁ ପଠାଉଛନ୍ତି। କାଚଜାତୀୟ ବର୍ଜ୍ୟସାମଗ୍ରୀକୁ ଅପ୍‌ସାଇକ୍ଲିଂ ଲାଗି ସ୍ବୟଂସହାୟିକା ଗୋଷ୍ଠୀଗୁଡିକୁ ଦେଉଛନ୍ତି। ପୁଣେ ମ୍ୟୁନିସିପାଲ କର୍ପୋରେଶନ ସହଭାଗିତାରେ ପୁଣେ ପ୍ଲଗର୍ସ ଏକ ପ୍ଲଗାଥନ (ପ୍ଲଗିଂମାରାଥନ) ଆୟୋଜିତ କରି ୩୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri