ଏଇ ଭାରତରେ

ସମନ୍ବିତ କୃଷି ସହ ଅନେକ ଶହ ଔଷଧୀୟ ବୃକ୍ଷ ସଂଗ୍ରହକରି କେରଳର ଏଜିକିଲ ପୌଲୋସ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପୌଲୋସ ପେସାରେ ଜଣେ ସିଷ୍ଟମ ଆର୍କିଟେକ୍ଟ। ସେ କୋଚିର ଦକ୍ଷିଣରେ ଥିବା ଛୋଟାନିକାରରେ ରହନ୍ତି। ପୌଲୋସ ମାଛ, କୁକୁଡ଼ା ଓ ଗୋପାଳନ କରିବା ସହ ଦୀର୍ଘ ୧୪ ବର୍ଷର ନିରବଚ୍ଛିନ୍ନ ପ୍ରୟାସ ବଳରେ ୧ ଏକର ଜମିରେ ୫୦୦ ବିରଳ ଔଷଧୀୟ ବୃକ୍ଷ ଉତାରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଘର ଚାରିପାଖରେ ଏହିସବୁ ବୃକ୍ଷ ଶୋଭାପାଉଛି। ସାପକାମୁଡ଼ାଠାରୁ ଆରମ୍ଭ କରି ପେଟ ଓ ଚର୍ମ ଆଦି ବିଭିନ୍ନ ରୋଗ ଲାଗି ବହୁ ଔଷଧୀୟ ବୃକ୍ଷ ସେ ବିଦେଶରୁ ସଂଗ୍ରହ କରିଛନ୍ତି। ବର୍ଷାଜଳ ଅମଳକରି ଜଳସେଚନ କରୁଛନ୍ତି । ସୌରଶକ୍ତି ଦ୍ୱାରା ଘର ଓ ଚାଷ ଲାଗି ବିଦ୍ୟୁତ୍‌ ଶକ୍ତି ଆବଶ୍ୟକତା ପୂରଣ ହେଉଛି। ୨୦୦୭-୦୮ରୁ ପୌଲୋସ ଔଷଧୀୟ ବୃକ୍ଷ ସଂଗ୍ରହ ଆରମ୍ଭ କରିଥିଲେ। କର୍ନାଟକ ଏବଂ ଉତ୍ତର ପୂର୍ବାଞ୍ଚଳରେ ରହୁଥିବା ପୌଲୋସଙ୍କ ସାଙ୍ଗମାନେ ମଧ୍ୟ ଔଷଧୀୟ ବୃକ୍ଷ ସଂଗ୍ରହ କରି ତାଙ୍କ ପାଖକୁ ପଠାଉଛନ୍ତି। ବଗିଚାର ଯନତ୍ ନେବାରେ ପୂରା ପରିବାର ତାଙ୍କୁ ସହଯୋଗ କରୁଛନ୍ତି। ସେ ୧୦୦୦ ଔଷଧୀୟ ବୃକ୍ଷ ସଂଗ୍ରହକରି ତାଙ୍କ ବଗିଚାକୁ ଏକ ସବୁଜ ସ୍ବର୍ଗରେ ପରିଣତ କରିବା ଲାଗି ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri