ଏଇ ଭାରତରେ

ଗରିବ ଓ ଅସହାୟ ପିଲାଙ୍କୁ ଛାତ୍ରବୃତ୍ତି ପାଇବାରେ କର୍ନାଟକର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଦକ୍ଷିଣ କନ୍ନଡ ଜିଲା କାର୍ପେ ଗାଁର ଶିକ୍ଷକ ନାରାୟଣ ନାୟକ ଏହି କାର୍ଯ୍ୟ ବିଗତ ୨୧ ବର୍ଷ ହେଲା କରିଆସୁଛନ୍ତି। ଏବେ ତାଙ୍କ ବୟସ ୮୦। ସକାଳ ୮ଟାରୁ ଘରୁ ବାହାରି ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଅଫିସ ଓ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଯାଉଛନ୍ତି। ଫେରୁଛନ୍ତି ସନ୍ଧ୍ୟା ୮ଟାରେ। ଏହି ସମୟରେ ଛାତ୍ରବୃତ୍ତି ପାଇବା ଲାଗି ଯୋଗ୍ୟ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଠାବ କରୁଛନ୍ତି। ସ୍କୁଲ, କଲେଜ ପିଲାମାନଙ୍କ ସହ କଥା ହୋଇ ସ୍କଲାରଶିପ ପ୍ରଦାନ କରୁଥିବା ବିିଭିନ୍ନ ଏନ୍‌ଜିଓ ପ୍ରାୟୋଜକମାନଙ୍କ ସହ ସମ୍ପର୍କ କରାଇ ସେମାନଙ୍କୁ ସ୍କଲାରଶିପ ପାଇବାର ବନ୍ଦୋବସ୍ତ କରୁଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ତାଙ୍କ ମାଧ୍ୟମରେ ୧ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ସ୍କଲାରଶିପ୍‌ ପାଇଛନ୍ତି; ଯାହାର ପରିମାଣ ପାଖାପାଖି ୫ କୋଟି ଟଙ୍କା। ପିଲାମାନେ କିଭଳି ସ୍କଲାରଶିପ ପାଇବେ ସେଥିପାଇଁ ନାୟକ ଗତ ବର୍ଷ ୨୦୦ ସ୍କୁଲ ପରିଦର୍ଶନ କରିଛନ୍ତି। ଦୀର୍ଘ ୩୮ ବର୍ଷ ଶିକ୍ଷକତା କରିବା ପରେ ୨୦୦୧ରେ ସେ ଅବସର ନେଇ ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ଅବସର ପରେ ନାୟକ ୪୦ହଜାର ଟଙ୍କା ପେନ୍‌ସନ ପାଉଛନ୍ତି ଓ ସେଥିରୁ ଅଧା ଗସ୍ତ ଖର୍ଚ୍ଚରେ ଯାଉଛି। ନାୟକ ଛାତ୍ର ଜୀବନରେ ପଢ଼ିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଭଳି ସ୍ଥିତି କାହା ଭାଗ୍ୟରେ ନ ଆସୁ ବୋଲି ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri