ଏଇ ଭାରତରେ

ଗରିବ ଓ ଅସହାୟ ପିଲାଙ୍କୁ ଛାତ୍ରବୃତ୍ତି ପାଇବାରେ କର୍ନାଟକର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଦକ୍ଷିଣ କନ୍ନଡ ଜିଲା କାର୍ପେ ଗାଁର ଶିକ୍ଷକ ନାରାୟଣ ନାୟକ ଏହି କାର୍ଯ୍ୟ ବିଗତ ୨୧ ବର୍ଷ ହେଲା କରିଆସୁଛନ୍ତି। ଏବେ ତାଙ୍କ ବୟସ ୮୦। ସକାଳ ୮ଟାରୁ ଘରୁ ବାହାରି ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଅଫିସ ଓ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଯାଉଛନ୍ତି। ଫେରୁଛନ୍ତି ସନ୍ଧ୍ୟା ୮ଟାରେ। ଏହି ସମୟରେ ଛାତ୍ରବୃତ୍ତି ପାଇବା ଲାଗି ଯୋଗ୍ୟ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଠାବ କରୁଛନ୍ତି। ସ୍କୁଲ, କଲେଜ ପିଲାମାନଙ୍କ ସହ କଥା ହୋଇ ସ୍କଲାରଶିପ ପ୍ରଦାନ କରୁଥିବା ବିିଭିନ୍ନ ଏନ୍‌ଜିଓ ପ୍ରାୟୋଜକମାନଙ୍କ ସହ ସମ୍ପର୍କ କରାଇ ସେମାନଙ୍କୁ ସ୍କଲାରଶିପ ପାଇବାର ବନ୍ଦୋବସ୍ତ କରୁଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ତାଙ୍କ ମାଧ୍ୟମରେ ୧ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ସ୍କଲାରଶିପ୍‌ ପାଇଛନ୍ତି; ଯାହାର ପରିମାଣ ପାଖାପାଖି ୫ କୋଟି ଟଙ୍କା। ପିଲାମାନେ କିଭଳି ସ୍କଲାରଶିପ ପାଇବେ ସେଥିପାଇଁ ନାୟକ ଗତ ବର୍ଷ ୨୦୦ ସ୍କୁଲ ପରିଦର୍ଶନ କରିଛନ୍ତି। ଦୀର୍ଘ ୩୮ ବର୍ଷ ଶିକ୍ଷକତା କରିବା ପରେ ୨୦୦୧ରେ ସେ ଅବସର ନେଇ ଉକ୍ତ କାର୍ଯ୍ୟ କରିଆସୁଛନ୍ତି। ଅବସର ପରେ ନାୟକ ୪୦ହଜାର ଟଙ୍କା ପେନ୍‌ସନ ପାଉଛନ୍ତି ଓ ସେଥିରୁ ଅଧା ଗସ୍ତ ଖର୍ଚ୍ଚରେ ଯାଉଛି। ନାୟକ ଛାତ୍ର ଜୀବନରେ ପଢ଼ିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଭଳି ସ୍ଥିତି କାହା ଭାଗ୍ୟରେ ନ ଆସୁ ବୋଲି ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri