ଏଇ ଭାରତରେ

ସରକାର ଚାଷୀମାନଙ୍କୁ ନୂଆ ପଦ୍ଧତିରେ ଚାଷ କରିବା ଲାଗି ବୁଝାଇବାରେ ସକ୍ଷମ ହୋଇପାରୁ ନ ଥିବାବେଳେ ମହାରାଷ୍ଟ୍ରର ଜଣେ ଚାଷୀ ତାହା କରିପାରିଛନ୍ତି। ମହାରାଷ୍ଟ୍ର ବିଡ୍‌ ଜିଲା ପରାଲି ବ୍ଲକ୍‌ର ଚାଷୀ ସନ୍ଦୀପ ଗିଟେ ଜୈବିକ ପଦ୍ଧତିରେ ଚାଷ କରିବା ସହ ଗାଁ ଓ ଆଖପାଖର ଚାଷୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିପାରିଛନ୍ତି। ମରୁଡ଼ି ପ୍ରପୀଡ଼ିତ ମରାଠାଓ୍ବାଡା ଅଞ୍ଚଳର ଏହି ଚାଷୀମାନେ ଏବେ ଗ୍ରୁପ୍‌ ଗଠନ କରି ଜୈବିକ ପଦ୍ଧତିରେ ପ୍ରଚୁର ଲାଭ ପାଉଛନ୍ତିି। ସନ୍ଦୀପ ପ୍ରଥମେ ୧,୦୦୦ଟି ଅମୃତଭଣ୍ଡା ଗଛ ଲଗାଇ ୭ ମାସରେ ସେଥିରୁ ୩ ଲକ୍ଷ ରୋଜଗାର କରିବା ପରେ ୨ ଏକର ଚାଷ କରି ୨୦ ଟନ୍‌ ଅମୃତଭଣ୍ଡାରୁ ୧୧ ଲକ୍ଷ ଟଙ୍କା ପାଇଥିଲେ। ଏହାପରେ ଅନ୍ୟ ଚାଷୀମାନେ କିଭଳି ଲାଭ ପାଇବେ ସେଥିପାଇଁ ସନ୍ଦୀପ ପ୍ରଥମେ ୮ଜଣ ଚାଷୀଙ୍କୁ ନେଇ ଏକ ଗ୍ରୁପ୍‌ କରି ଚାଷ ଆରମ୍ଭ କରିଥିଲେ । ଏଥିରେ ଭଲ ଲାଭ ହେବା ପରେ ସେ ଗ୍ରୁପ୍‌ରେ ଚାଷୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଏବେ ତାଙ୍କ ଗ୍ରୁପରେ ୫୦ ଜଣ ଚାଷୀ ସାମିଲ ହୋଇଛନ୍ତି ଓ ସେମାନେ ୧୫୦ ଏକରରେ ଚାଷ କରୁଛନ୍ତି। ଏଥିରୁ ୪୦ ଏକରରେ ଅମୃତଭଣ୍ଡା ଏବଂ ଆଉ ସବୁ ଜମିରେ ତରଭୁଜ, ଆତ,ପିଜୁଳି, ଲେମ୍ବୂ ଆମ୍ବ ଚାଷ କରୁଛନ୍ତି। ଲାଭ ସେମାନଙ୍କ ମଧ୍ୟରେ ବାଣ୍ଟି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri