ଏଇ ଭାରତରେ

ବିବାହ ଭଳି ଏକ ସ୍ବତନ୍ତ୍ର ଦିନରେ ଭଲ ପୋଷାକ ପିନ୍ଧି କନ୍ୟାବେଶରେ ସଜେଇ ହେବାକୁ ଅନେକ ମହିଳାଙ୍କ ସ୍ବପ୍ନ ଥାଏ। କିନ୍ତୁ ବହୁ ସମୟରେ ଅର୍ଥାଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ହେଲେ କେରଳର ପେରିଥଲମାନା ନିବାସୀ ନାସର ଥୁଥା ଗରିବ କନ୍ୟାମାନଙ୍କ ସ୍ବପ୍ନକୁ ପୂରଣ କରୁଛନ୍ତି। ସେ ‘ଡ୍ରେସ୍‌ ବ୍ୟାଙ୍କ୍‌’ ଆରମ୍ଭ କରି ମହିଳାମାନଙ୍କୁ ମାଗଣାରେ ଭଲ ପୋଷାକ ଦେଉଛନ୍ତି। ଏହି ଡ୍ରେସ୍‌ ବ୍ୟାଙ୍କକୁ ଧନୀ ପରିବାରଗୁଡ଼ିକ ପୋଷାକ ଦାନ କରୁଛନ୍ତି। ସେହି ପୋଷାକକୁ ଗରିବ ଝିଅମାନେ ନେଉଛନ୍ତି। ଏବେ ସୁଦ୍ଧା ୨୦୦ କନ୍ୟା ଏହି ଡ୍ରେସ୍‌ ବ୍ୟାଙ୍କରୁ ପୋଷାକ ନେଇସାରିଲେଣି। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଏପର୍ଯ୍ୟନ୍ତ ୧,୦୦୦ ବିବାହ ପୋଷାକ ହିନ୍ଦୁ, ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ କନ୍ୟାଙ୍କ ଲାଗି ସଂଗ୍ରହ କରାଯାଇଛି, ଯାହାର ବଜାର ଦର ୫,୦୦୦ରୁ ୫୦,୦୦୦ ଟଙ୍କା। ଅନ୍ୟ ରାଜ୍ୟ ତଥା ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ପୋଷାକ ଦାନ କରୁଛନ୍ତି। ଲୋକମାନଙ୍କଠାରୁ ପୋଷାକ ଗ୍ରହଣ କରିବା ପାଇଁ ନାସର ଏକ ସ୍ବେଚ୍ଛାସେବୀ ନେଟ୍‌ଓ୍ବର୍କ ଖୋଲିଛନ୍ତି। ସେ କେବେ ବି କନ୍ୟାମାନଙ୍କୁ ପୋଷାକ ଫେରାଇବାକୁ କହନ୍ତିନାହିଁ, ବରଂ ତାହାକୁ ଅନ୍ୟ ଗରିବ ଝିଅଙ୍କୁ ଦେବାଲାଗି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri