ଏଇ ଭାରତରେ

ବିବାହ ଭଳି ଏକ ସ୍ବତନ୍ତ୍ର ଦିନରେ ଭଲ ପୋଷାକ ପିନ୍ଧି କନ୍ୟାବେଶରେ ସଜେଇ ହେବାକୁ ଅନେକ ମହିଳାଙ୍କ ସ୍ବପ୍ନ ଥାଏ। କିନ୍ତୁ ବହୁ ସମୟରେ ଅର୍ଥାଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ହେଲେ କେରଳର ପେରିଥଲମାନା ନିବାସୀ ନାସର ଥୁଥା ଗରିବ କନ୍ୟାମାନଙ୍କ ସ୍ବପ୍ନକୁ ପୂରଣ କରୁଛନ୍ତି। ସେ ‘ଡ୍ରେସ୍‌ ବ୍ୟାଙ୍କ୍‌’ ଆରମ୍ଭ କରି ମହିଳାମାନଙ୍କୁ ମାଗଣାରେ ଭଲ ପୋଷାକ ଦେଉଛନ୍ତି। ଏହି ଡ୍ରେସ୍‌ ବ୍ୟାଙ୍କକୁ ଧନୀ ପରିବାରଗୁଡ଼ିକ ପୋଷାକ ଦାନ କରୁଛନ୍ତି। ସେହି ପୋଷାକକୁ ଗରିବ ଝିଅମାନେ ନେଉଛନ୍ତି। ଏବେ ସୁଦ୍ଧା ୨୦୦ କନ୍ୟା ଏହି ଡ୍ରେସ୍‌ ବ୍ୟାଙ୍କରୁ ପୋଷାକ ନେଇସାରିଲେଣି। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଏପର୍ଯ୍ୟନ୍ତ ୧,୦୦୦ ବିବାହ ପୋଷାକ ହିନ୍ଦୁ, ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ କନ୍ୟାଙ୍କ ଲାଗି ସଂଗ୍ରହ କରାଯାଇଛି, ଯାହାର ବଜାର ଦର ୫,୦୦୦ରୁ ୫୦,୦୦୦ ଟଙ୍କା। ଅନ୍ୟ ରାଜ୍ୟ ତଥା ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ପୋଷାକ ଦାନ କରୁଛନ୍ତି। ଲୋକମାନଙ୍କଠାରୁ ପୋଷାକ ଗ୍ରହଣ କରିବା ପାଇଁ ନାସର ଏକ ସ୍ବେଚ୍ଛାସେବୀ ନେଟ୍‌ଓ୍ବର୍କ ଖୋଲିଛନ୍ତି। ସେ କେବେ ବି କନ୍ୟାମାନଙ୍କୁ ପୋଷାକ ଫେରାଇବାକୁ କହନ୍ତିନାହିଁ, ବରଂ ତାହାକୁ ଅନ୍ୟ ଗରିବ ଝିଅଙ୍କୁ ଦେବାଲାଗି କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri