ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇବା ଯେତିକି କଷ୍ଟ ନିଯୁକ୍ତି ପରେ ତାହା ଆହୁରି ଚ୍ୟାଲେଞ୍ଜିଂ ବୋଲି କୁହାଯାଏ। ହେଲେ ଚ୍ୟାଲେଞ୍ଜିଂ ଜବ୍‌ ଭିତରୁ ସମୟ ବାହାର କରି ସୁବିଧା ସୁଯୋଗରୁ ବଞ୍ଚତ୍ତ ଛାତ୍ରୀମାନଙ୍କୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଅନଲାଇନରେ ଶିକ୍ଷା ଦେଉଛନ୍ତି ଆଇପିଏସ୍‌ ସୁରଜ ସିଂ ପରିହାର। ୨୦୧୪ ୟୁପିଏସସି ପରୀକ୍ଷାରେ ୩୩୪ ର଼୍ୟାଙ୍କ ପାଇବା ପରେ ଛତିଶଗଡ ଗୌରାଲା- ପେଣ୍ଡ୍ରା ମରଓ୍ବାହି ଜିଲାର ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସପ୍ତାହ ସାରା କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ବି ସପ୍ତାହାନ୍ତରେ ସେ ଓ୍ବେବିନାର ଚଳାଉଛନ୍ତି। ଇନଷ୍ଟାଗ୍ରାମ, ଫେସବୁକ, ଟୁଇଟର ଏହି ତିନୋଟି ଅନଲାଇନ ସେସନରେ ଯଥାକ୍ରମେ ୨୫୦୦, ୩୦୦୦ ଓ ୧୩୦୦୦ ୟୁପିଏସସି ଆଶାୟୀମାନେ ଯୋଡି ହୋଇଛନ୍ତି ଓ ଏମାନଙ୍କ ସହ ସୁରଜ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ ପ୍ରତିଦିନ ନିଜ ଦାୟିତ୍ୱ ଭିତରେ ସମୟ ବାହାର କରି ପ୍ରସ୍ତୁତ ହୋଇଥାନ୍ତି।
ସୁରଜ ଅନ୍ୟ ୟୁପିଏସ୍‌ସି ଟପ୍ପରମାନଙ୍କୁ ଏହି ଅନଲାଇନ କ୍ଲାସରେ ସହଯୋଗ କରିବା ପାଇଁ ଅନୁରୋଧ କରନ୍ତି। ବହୁ ସମୟରେ ଏକାଧିକ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ତାଙ୍କ ସହ ସାମିଲ ହୋଇ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ସମୟେ ସମୟେ ବ୍ୟସ୍ତବହୁଳ ଦାୟିତ୍ୱ ଯୋଗୁ ସେମାନେ ଯୋଗ ନ ଦେଲେ ସୁରଜ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ଓ ଏଥିଲାଗି ସପ୍ତାହାନ୍ତର ପୂରା ସମୟ କଟାଇ ଦିଅନ୍ତି। ବିଭିନ୍ନ ସମସ୍ୟା ଯୋଗୁ ୟୁପିଏସସି ପରୀକ୍ଷାରୁ ବଞ୍ଚତ୍ତ ହେଉଥିବା ଆଶାୟୀମାନଙ୍କ ମନୋବଳ ବଢାଇବା ପାଇଁ ସୁରଜଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri