ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ବଡବିଲ, ୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ୍‌ ଧଳିଆଙ୍କୁ ଗିରଫ କରିଛି। ଏନେଇ ଥାନାରେ ଦଫା ୩୬୬, ୩୪୧, ୩୫୪, ୩୫୪(ଏ), ୩୫୪(ବି), ୩୨୩, ୩୦୭ ଆଇପିସି ଏବଂ ୮ ପୋକ୍‌ସୋ ଆକ୍ଟ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ନାବାଳିକା ଜଣକ ବଲାଣୀ ବସ୍‌ଷ୍ଟାଣ୍ଡକୁ ଜଳଖିଆ ଆଣିବାକୁ ଯାଇଥିଲା ବେଳେ ସେଠାରେ ଥିବା ପ୍ରତାପ ତାଙ୍କୁ ୨୦ ଟଙ୍କା ଦେଇଥିଲେ। ପରେ ତାଙ୍କର ପିଛା କରି ସୁଯୋଗ ଦେଖି ବଳପୂର୍ବକ ନିକଟସ୍ଥ ବଜାର ବସ୍ତିର ଅନ୍ଧାରିଆ ସ୍ଥାନକୁ ଟେକି ନେଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ପ୍ରତାପ ତାଙ୍କୁ ମାଡ଼ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା କୌଣସି ମତେ ଯୁବକଙ୍କ କବଳରୁ ଖସି ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପ୍ରତାପଙ୍କୁ କାବୁ କରି ପୋଲିସର ଜିମା ଦେବା ସହ ଅଭିଯୋଗ କରିଥିଲେ। ରବିବାର ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଭଣ୍ଡାଉଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ନେଇ ବିଜେଡି ମିଛ ଅଭିଯୋଗ ଆଣିବା ସହ ରାଜନୀତି କାର୍ଡ ଖେଳୁଛି। ଚାଷୀଙ୍କୁ ଭଣ୍ଡାଇବା...

ନଳବଣ ପକ୍ଷୀ ଅଭୟାରଣ୍ୟ ଅସୁରକ୍ଷିତ

ପୁରୀ ଅଫିସ,୯।୯: ଚିଲିକାରେ ଶୀତୁଆ ସକାଳ ଓ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହଜାର ହଜାର ପକ୍ଷୀଙ୍କ ଆଗମନରେ ନଳବଣ ପକ୍ଷୀ...

ଜିଲାପାଳଙ୍କ କାର୍ଯ୍ୟାଳୟ କାନ୍ଥରେ ସମ୍ମାନହାନିସୂଚକ ଲେଖା

ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍‌ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।...

ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଗୋପାଳପୁର,୨୭ା୯- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଶନିବାର ପରିବର୍ତ୍ତେ ଶୁକ୍ରବାର ଗୋପାଳପୁରରେ ଥିବା ଆର୍ମି ଏଡି କଲେଜରେ...

ସୁଜିଖାଇ ୪୦ ଛାତ୍ରୀ ଅସୁସ୍ଥ

  କେନ୍ଦୁଝର,୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଙ୍ଗଳବାର...

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ଆଜି ବାର ଆସୋସିଏଶନର ନିର୍ବାଚନ, ଅପରାହ୍ନରେ ଫଳାଫଳ

କଟକ ଅଫିସ, ୨୬।୩: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ରାଜ୍ୟର ୧୫୧ଟି ବାର ଆସୋସିଏଶନରେ ୱାନ...

Advertisement
Archives

Model This Week