କ୍ୟାନ୍ସରରେ ନିଜ ଝିଅର ମୃତ୍ୟୁ ଘଟିବା ପରେ ତା’ ସ୍ବପ୍ନ ପୂରଣ କରିବା ଲାଗି କ୍ୟାନ୍ସର ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି ମୀନାକ୍ଷୀ ଧିଙ୍ଗ୍ରା। ମୀନାକ୍ଷୀଙ୍କ ଝିଅ ତନିଷା ୨୩ ବର୍ଷ ବୟସରେ ୨୦୧୬ରେ ଗୁଗଲରେ କାମ କରୁଥିବାବେଳେ ଓଭାରିଆନ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ଓ ୨୦୨୧ ଡିସେମ୍ବରରେ ତାଙ୍କର ଦେହାନ୍ତ ଘଟିଥିଲା। ସେ ଏହି ରୋଗରେ ପୀଡ଼ିତ ହୋଇ ମଧ୍ୟ ତାଙ୍କ ମା’ଙ୍କ ସହ କ୍ୟାନ୍ସର ସୋସାଇଟିର ସେଚ୍ଛାସେବୀ ଭାବେ ଯୋଗ ଦେଇଥିଲେ। ସେମାନେ ଉଭୟ ବିଭିନ୍ନ ହସ୍ପିଟାଲ ଯାଇ ରୋଗୀମାନଙ୍କୁ ଭାବଗତ ସମର୍ଥନ ଦେବା ସହ ଦିଲ୍ଲୀ ଏନ୍ସିଆରରେ କ୍ୟାନ୍ସର ପୀଡ଼ିତମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ‘ବ୍ରେକ୍ ଫ୍ରି ଫ୍ରମ୍ କ୍ୟାନ୍ସର’ କାର୍ଯ୍ୟକ୍ରମ ମାଧ୍ୟମରେ ତନିଷା ରୋଗୀମାନଙ୍କ ପାଇଁ ହସ କ୍ଲବ୍, କମେଡ଼ି ଶୋ’ ଓ ଫଟୋଶୁଟ୍ର ଆୟୋଜନ କରୁଥିଲେ। ହେୟାର ଡୋନେଶନ ଉପରେ ଗୁରୁତ୍ୱ ଦେଉଥିଲେ। ୨୦୧୭ରୁ ୨୦୧୯ ମଧ୍ୟରେ ସେ ୧୦୦୦ ରୋଗୀ ଓ ତାଙ୍କ ପରିବାରକୁ ସକାରାମତ୍କ ଭାବେ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲେ। ତେବେ ତନିଷା ଆରମ୍ଭ କରିଥିବା କାର୍ଯ୍ୟକୁ ଜାରି ରଖିବା ଲାଗି ତାଙ୍କ ମା’ ମୀନାକ୍ଷୀ ‘ତନିଷା ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ୨୫୦୦ ରୋଗୀଙ୍କୁ ସାହାଯ୍ୟ କରିସାରିଲେଣି।
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍…
ନୀରବତା ଏକ ମୃଗତୃଷ୍ଣା
ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍…
ସର୍ଜନଶୀଳ ଓଡ଼ିଶା
ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…
ଅନେକ ମେରୁ
ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…
ଏଇ ଭାରତରେ
ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…
ପିତୃ ଶବ୍ଦର ମହାନତା
ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ…
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
Archives

