ଏଇ ଭାରତରେ

ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍‌ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ ବିଘଟନଯୋଗ୍ୟ ପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ଶୁଭ ଖବର। ତାମିଲନାଡୁ କୋଏମ୍ବାଟୁରସ୍ଥିତ ତାଙ୍କ ବାପାଙ୍କ ‘ଗ୍ରୀନ୍‌ ପ୍ଲାଷ୍ଟ କମ୍ପାନୀ’ରେ ସେ ଏହି ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି। କବିତା ଉକ୍ତ କମ୍ପାନୀର ସହ ସଂସ୍ଥାପକ ରହିଛନ୍ତି। ବିଘଟନ ଯୋଗ୍ୟ ପ୍ଲାଷ୍ଟିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ର ବିକଳ୍ପ ହୋଇପାରିବ ବୋଲି କହନ୍ତି କବିତା। ଏହି ପ୍ଲାଷ୍ଟିକ ଆବିଷ୍କାର କରିବା ଲାଗି ତାଙ୍କୁ ଜାପାନ, ଜର୍ମାନୀ, ଇଣ୍ଡୋନେସିଆ, ମାଲେସିଆ ଏବଂ ଚାଇନା ଆଦି ଦେଶ ଯିବାକୁ ପଡ଼ିଛି। ବିଘଟନଯୋଗ୍ୟ ପ୍ଲାଷ୍ଟିକର ପରିବେଶ, ପ୍ରାଣୀ ଓ ଉଦ୍ଭିଦ ଉପରେ ବିପଦ ନାହିଁ। କବିତାଙ୍କ ଦ୍ୱାରା ଏହି ପ୍ଲାଷ୍ଟିକରୁ ପ୍ରସ୍ତୁତ ଗ୍ରୀନ୍‌ ପ୍ଲାଷ୍ଟବ୍ୟାଗ୍‌ ବିଘଟନ ସମୟରେ ମାଟିରେ କି ପାଣିରେ କୌଣସି ସୂକ୍ଷ୍ମ କଣିବା ଛାଡ଼େନାହିଁ। ଏହା ଉଷୁମ କିମ୍ବା ଥଣ୍ଡା ପାଣିରେ ସହଜରେ ଦ୍ରବୀଭୂତ ହୋଇପାରୁଛି। ଉକ୍ତ କ୍ୟାରି ବ୍ୟାଗ୍‌ ଦେଶରେ ବିକ୍ରି କରିବା ଲାଗି ସେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦରଖାସ୍ତ କରି ଏହାର ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା...

ବିପନ୍ନ ଗଣତନ୍ତ୍ର ଓ ଉପେକ୍ଷିତ ଜନତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆମେ ଜାଣୁ ଆମ ବକ୍ତବ୍ୟରେ ଦେଶର ଦୁଃଖ ଦୂରହେବ ନାହିଁ; ଅଥବା ଲାଞ୍ଚଖୋର ମଣିଷର ପ୍ରବୃତ୍ତି ବନ୍ଦ ହେବ ନାହିଁ।“ –...

Dillip Cherian

କଡ଼ା ପଦକ୍ଷେପ

ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର...

କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ...

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।...

ଏଇ ଭାରତରେ

କାର୍‌କୁ ମୋବାଇଲ୍‌ କ୍ଲିନିକ୍‌ କରି ରୋଗୀ ସେବାର ଉଦାହରଣ ସୃଷ୍ଟି କରିଛନ୍ତି ଡ. ସୁନୀଲ କୁମାର ହେବି। ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ୧୦...

ସଙ୍କଟରେ ଶିକ୍ଷା

ରବିନାରାୟଣ ସାମଲ ସ୍ୱାଧୀନୋତ୍ତର ଭାରତବର୍ଷରେ ଶିକ୍ଷାର ସଂସ୍କାର ନିମିତ୍ତ ଅନେକ କମିଶନ ବସିସାରିଛି। ମାତ୍ର କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଶୀତଳଭଣ୍ଡାରକୁ ଚାଲିଯାଇଛି। ପ୍ରବର୍ତ୍ତିତ...

ବିଦ୍ୟୁତ୍‌ ରାଜନୀତି

ଅଧ୍ୟାପକ ଗୋପବନ୍ଧୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ଓଡ଼ିଶା ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଦେୟ ଛାଡ଼ ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି...

Advertisement
Archives

Model This Week