ଏଇ ଭାରତରେ

ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍‌ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ ବିଘଟନଯୋଗ୍ୟ ପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ଶୁଭ ଖବର। ତାମିଲନାଡୁ କୋଏମ୍ବାଟୁରସ୍ଥିତ ତାଙ୍କ ବାପାଙ୍କ ‘ଗ୍ରୀନ୍‌ ପ୍ଲାଷ୍ଟ କମ୍ପାନୀ’ରେ ସେ ଏହି ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି। କବିତା ଉକ୍ତ କମ୍ପାନୀର ସହ ସଂସ୍ଥାପକ ରହିଛନ୍ତି। ବିଘଟନ ଯୋଗ୍ୟ ପ୍ଲାଷ୍ଟିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ର ବିକଳ୍ପ ହୋଇପାରିବ ବୋଲି କହନ୍ତି କବିତା। ଏହି ପ୍ଲାଷ୍ଟିକ ଆବିଷ୍କାର କରିବା ଲାଗି ତାଙ୍କୁ ଜାପାନ, ଜର୍ମାନୀ, ଇଣ୍ଡୋନେସିଆ, ମାଲେସିଆ ଏବଂ ଚାଇନା ଆଦି ଦେଶ ଯିବାକୁ ପଡ଼ିଛି। ବିଘଟନଯୋଗ୍ୟ ପ୍ଲାଷ୍ଟିକର ପରିବେଶ, ପ୍ରାଣୀ ଓ ଉଦ୍ଭିଦ ଉପରେ ବିପଦ ନାହିଁ। କବିତାଙ୍କ ଦ୍ୱାରା ଏହି ପ୍ଲାଷ୍ଟିକରୁ ପ୍ରସ୍ତୁତ ଗ୍ରୀନ୍‌ ପ୍ଲାଷ୍ଟବ୍ୟାଗ୍‌ ବିଘଟନ ସମୟରେ ମାଟିରେ କି ପାଣିରେ କୌଣସି ସୂକ୍ଷ୍ମ କଣିବା ଛାଡ଼େନାହିଁ। ଏହା ଉଷୁମ କିମ୍ବା ଥଣ୍ଡା ପାଣିରେ ସହଜରେ ଦ୍ରବୀଭୂତ ହୋଇପାରୁଛି। ଉକ୍ତ କ୍ୟାରି ବ୍ୟାଗ୍‌ ଦେଶରେ ବିକ୍ରି କରିବା ଲାଗି ସେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦରଖାସ୍ତ କରି ଏହାର ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri