ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ ଟିମ୍‌ ସହ ଗ୍ବାଲିୟରର ମରୁଡ଼ିପ୍ରବଣ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ବୃକ୍ଷରୋପଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସ୍ଥିର କରିଥିଲେ। ସେବେଠାରୁ ସେ ଗଛ ଲଗାଇବା ଓ ପାଣି ଟାଙ୍କି ଲାଗି ଅର୍ଥ ସଂଗ୍ରହ କରିବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ମଧ୍ୟ ତିନିବର୍ଷ ମଧ୍ୟରେ ୩ ଲକ୍ଷ ଗଛ ଲଗାଇ ସାରିଲେଣି । ଜବଲପୁର, ଗ୍ବାଲିୟର ଏବଂ କାନ୍ତିରେ ଏହି ସବୁ ଗଛ ଲଗାଇବା ପରେ ଏବେ ଛତ୍ରପୁରରେ ୧ ଲକ୍ଷ ଗଛ ଲଗାଇବା ପାଇଁ ଯୋଜନା କରିଛନ୍ତି। ବିଶାଲ ବର୍ତ୍ତମାନ ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ର। ତାଙ୍କର ଏଭଳି ପ୍ରେରଣାଦାୟକ କାର୍ଯ୍ୟ ଲାଗି ତାଙ୍କୁ ବହୁ କମ୍ପାନୀ ଚାକିରି ଅଫର୍‌ ଦେଇସାରିଲେଣି। ସେ ଏବେ ମହାରାଷ୍ଟ୍ରର ମରାଠାଓ୍ବାଡା ଏବଂ ଔରଙ୍ଗାବାଦରେ ‘ପ୍ରୟାସ’ ସହାୟତାରେ ତାଙ୍କ ବୃକ୍ଷରୋପଣ କାର୍ଯ୍ୟ ଚାଲୁରଖିଛନ୍ତି। ସେ ମିୟାଓ୍ବାକି ପଦ୍ଧତିରେ ବୃକ୍ଷରୋପଣ କରୁଛନ୍ତି, ଯେଉଁଥିରେ କମ୍‌ ସମୟରେ ସୁନ୍ଦର ହେବ ବୋଲି କହିଛନ୍ତି । କଲେଜରେ ବିଶାଲ ଏକ ଗ୍ରୁପ ଗଠନ କରିଛନ୍ତି ଯେଉଁଥିରେ ସେମାନେ ଅର୍ଥ ଯୋଗାଡ଼ କରି କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ୨୩ ବର୍ଷୀୟ ବିଶାଲ ଏହି କାର୍ଯ୍ୟରେ ସୀମିତ ନ ରହି ସେ ଗୁଆହାଟୀର ‘ଅକ୍‌ଶାର’ସଂସ୍ଥା ସାହାଯ୍ୟରେ ମଧ୍ୟପ୍ରଦେଶର ୧୦୦ଟି ସ୍କୁଲକୁ ଡିଜିଟାଇଜ କରିବାକୁ ବାହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ନିୟନ୍ତ୍ରଣରେ ମହିଳାଙ୍କ ପ୍ରାଧାନ୍ୟ ଲୋଡ଼ା

ଡା. ଶୁଭଶ୍ରୀ ମିଶ୍ର   ଆଜି ୱାଲର୍‌ଡ ପପୁଲେଶନ ଡେ’ ବା ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ସମଗ୍ର ବିଶ୍ୱରେ ଜୁଲାଇ ୧୧ ତାରିଖକୁ ବିଶ୍ୱ...

ତିରିଶ ଓ ଦୁଇଟଙ୍କିଆ ଚାଉଳର ଖେଳ

ତୁଷାରକାନ୍ତ ୧୮୯୯ ଜାନୁୟାରୀ ୨୬ରେ ତତ୍କାଳୀନ କଟକ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଏକ ସ୍ବଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ଚରଣ...

ଅନ୍‌ଲାଇନ ଶିକ୍ଷା ଆଶୀର୍ବାଦର ରୂପ ନେଉ

ଡ. ଭାରତ ଭୂଷଣ ରଥ କରୋନାରେ ସବୁକିଛି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଶିକ୍ଷା, ଯାହା ସମାଜର ଭିତ୍ତିଭୂମି ତାହା ଏପର୍ଯ୍ୟନ୍ତ ସୁଦ୍ଧା ମୂଳସ୍ରୋତକୁ ଆସିପାରୁନାହିଁ।...

ଏଇ ଭାରତରେ

ଝାଡ଼ଖଣ୍ଡର ଦୁଇ ଗାଁ ଆରା ଓ କେରାମର ଆୟ ୪ ବର୍ଷରେ ୫ଗୁଣ ବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ବନସେବା ଅଧିକାରୀ ସିଦ୍ଧାର୍ଥ ତ୍ରିପାଠୀ।...

ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ...

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରରେ ବର୍ଜ୍ୟ ସମସ୍ୟା ସମାଧାନ ଲାଗି ସେଠାକାର କମିଶନର ସ୍ବପ୍ନିଳ ପୁଣ୍ଡକର ଅଭିନବ ଉପାୟ ଆପଣାଇଛନ୍ତି। ଯେଉଁମାନେ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ସ୍ଥାନରେ ଅଳିଆ...

ମତ୍ସ୍ୟ ସମ୍ପଦ ଅଭିବୃଦ୍ଧି

ପ୍ରକାଶ ତ୍ରିପାଠୀ ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବଦ୍‌ବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ,...

ଏଇ ଭାରତରେ

ତେଲଙ୍ଗାନାର ଡ. ପ୍ରକାଶ ବେଞ୍ଜାମୁରି ୨୦୦୬ରୁ ‘ଅନ୍ଦରି ଇଲ୍ଲୁ’ ବା ‘ଖୋଲା ଘର’ ଗଠନକରି ଅସହାୟମାନଙ୍କୁ ମୁକ୍ତ ସେବା ଦେଉଛନ୍ତି। ସେମାନଙ୍କ ପାଇଁ ହାଇଦ୍ରାବାଦସ୍ଥିତ ଏହିି...

Advertisement
Archives

Model This Week