ଏଇ ଭାରତରେ

ନିଜ ମା’ଙ୍କୁ ଗର୍ଭପାତ ପାଇଁ ପଡ଼ୋଶୀ ଓ ପରିବାର ବାଧ୍ୟ କରୁଥିବା ସ୍ଥିତିକୁ ପିଲାବେଳେ ଭଲ ଭାବେ ଅନୁଭବ କରିଥିବା ଝିଅ ସଞ୍ଜୋଲି ବାନାର୍ଜୀ ଏହାକୁ ରୋକିବା ଲାଗି ଅଭିଯାନ ଚଳାଇଛନ୍ତି। ସେଥିପାଇଁ ସଞ୍ଜୋଲିଙ୍କୁ ୭ ବର୍ଷ ବୟସ ହୋଇଥିବାବେଳେ ସେ କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରି ପୁରସ୍କୃତ ହୋଇଥିଲେ। ଏଭଳି କାର୍ଯ୍ୟକୁ ପାଖରୁ ଲକ୍ଷ୍ୟ କରୁଥିବା ସାନଭଉଣୀ ଅନନ୍ୟା ବି ତାଙ୍କ ସହ ସାମିଲ ହୋଇଗଲେ। ଏବେ ସଞ୍ଜୋଲି ସୋସିଆଲ ଓ୍ବାର୍କରେ ସ୍ନାତକୋତ୍ତର ଏବଂ ଅନନ୍ୟା ସାଇକୋଲୋଜିରେ ସ୍ନାତକ ଛାତ୍ରୀ। କର୍ନାଟକ କର୍ନଲର ଏହି ଦୁଇ ଭଉଣୀ ଶିକ୍ଷା, ଋତୁସ୍ରାବ ସମୟର ସ୍ବାସ୍ଥ୍ୟ ରକ୍ଷା, ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନ କରୁଛନ୍ତି। ଏଥିପାଇଁ ସେମାନେ ରାଲି ମଧ୍ୟ ଆୟୋଜନ କରୁଛନ୍ତି। ସାମାଜିକ ସେବା ଲାଗି ତାଙ୍କ ପିତା ଗଠନ କରିଥିବା ଏନ୍‌ଜିଓ ‘ସାରଥି’ର କାର୍ଯ୍ୟ ପରିସରରେ ସେମାନେ ଏହିସବୁ ଅଭିଯାନକୁ ସାମିଲ କରିବା ପରେ ଏହା ସମ୍ପ୍ରସାରିତ ହୋଇଛି। ଦୁଇ ଭଉଣୀଙ୍କ ସହ ଏବେ ୨୫୦ ଯୁବ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ସେମାନେ ଏବେ ସୁଦ୍ଧା ୭ ରାଜ୍ୟରେ ‘ସେଭ୍‌ ଡଟର, ସେଭ୍‌ ଆର୍ଥ’ ମିଶନରେ ୪,୮୦୦କି.ମି. ଅତିକ୍ରମ କରିଛନ୍ତି। ଏହି ସମୟରେ ସେମାନେ ‘ଆର୍ଥ ଇନ୍‌ ଫ୍ଲେମ୍‌’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ମଧ୍ୟ କରି ପୃଥିବୀକୁ ରକ୍ଷା କରିବା ଲାଗି ସ୍କୁଲ କଲେଜଗୁଡ଼ିକରେ ସେମିନାର ଆୟୋଜନ କରୁଛନ୍ତି। ଦୁଇ ଭଉଣୀ ହରିୟାଣାର ଦରାର ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ପିଲାମାନଙ୍କ ଲାଗି ‘ସୁଶିକ୍ଷା’ ମୋବାଇଲ ସ୍କୁଲ ଚଳାଉଛନ୍ତି। ଏହି ସ୍କୁଲରେ ୮୦ ପିଲା ପଢୁଛନ୍ତି। କର୍ନଲରେ ବିଭିନ୍ନ ସ୍କୁଲରେ ଗରିବ ଝିଅମାନଙ୍କୁ ୬ ହଜାରରୁ ଊର୍ଦ୍ଧ୍ୱ ପ୍ୟାଡ୍‌ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri