ଏଇ ଭାରତରେ

ବେଙ୍ଗାଲୁରୁର ରଚନା ବୋଡାଗୁଙ୍କ ନିଷ୍ଠା ଓ ଇଚ୍ଛାଶକ୍ତି ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି। ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ସୋଲାର ସାଇକେଲ୍‌ କୃଷକମାନଙ୍କୁ କ୍ଷେତରେ ପାଣି ମଡ଼ାଇବାରେ ସାହାଯ୍ୟ କରୁଛି। ସେଥିରେ ମୋଟର ସିଷ୍ଟମ ରହିଛି ଓ କୌଣସି ଇନ୍ଧନ ବା ବିଦ୍ୟୁତ୍‌ ଆବଶ୍ୟକ ପଡ଼ୁନାହିଁ, କେବଳ ସୌରଶକ୍ତିରେ ଚାଲୁଛି। ରଚନା ତାଙ୍କ ଦିଗ୍‌ଦର୍ଶକ ତଥା ଜଳଯୋଦ୍ଧା ଆନନ୍ଦ ମଲିଗାଭଦ୍‌ଙ୍କ ସହ ଏକାଠି ବେଙ୍ଗାଲୁରୁର କୋମାସାନ୍ଦ୍ରା ହ୍ରଦର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ହ୍ରଦ ଚାରିପାଖରେ ସେମାନେ ୨,୦୦୦ ଗଛ ମଧ୍ୟ ଲଗାଇଛନ୍ତି। ଗଛରେ ନିୟମିତ ପାଣି ଦେବା ଏକ କଷ୍ଟକର କାର୍ଯ୍ୟ ହୋଇଥିବାରୁ ରଚନା ଏହାର ସମାଧାନ ଲାଗି ତାଙ୍କୁ ସୋଲାର ସାଇକେଲ ପ୍ରସ୍ତୁତ କରିବାକୁ ପଡ଼ିଲା। ସୋଲାର ସାଇକେଲ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହି ସାଇକେଲରେ ସୋଲାର ପ୍ୟାନେଲ ଖଞ୍ଜା ହୋଇଛି। ଏହାକୁ ନିର୍ମାଣ କରିବା ସକାଶେ ରଚନା ତାଙ୍କ ପକେଟରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କିଭଳି ଶସ୍ତା ହେବ ଓ ଅଧିକରୁ ଅଧିକ କୃଷକ ବ୍ୟବହାର କରିପାରିବେ ସେଥିପାଇଁ ସେ ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri