ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ରୋଜଗାର କରି ଗାଁର ବିକାଶରେ ବ୍ୟୟ କରୁଥିବା ମେଘାଳୟର ଲେଲ୍ୟାଣ୍ଡ ମରାକ୍‌ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ତାଙ୍କୁ ବୟସ ୪୯। ରହୁଛନ୍ତି ଓ୍ବେଷ୍ଟଗାରୋ ହିଲ୍ସର ଗାନୋଲ୍‌ଗ୍ରେ ଗାଁରେ। ସେ ଗାଁ ଲୋକଙ୍କ ମାଧ୍ୟମରେ ଆଲୋଭେରା ବା ଘିକୁଆଁରୀ ଚାଷ କରାଉଛନ୍ତି। ଏଥିରୁ ଯାହା ଲାଭ ହେଉଛି ତାହାକୁ ଗାଁର ରାସ୍ତା ଓ ପାଇଖାନା ନିର୍ମାଣରେ ବ୍ୟୟ କରୁଛନ୍ତି। ଲେଲ୍ୟାଣ୍ଡ ୧୯୯୫ରୁ ଜେଙ୍ଗ୍‌ଜାଲ ପ୍ରାଥମିକ ସ୍କୁଲରେ ଶିକ୍ଷକ ରହି ମଧ୍ୟ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଛନ୍ତି। ସେ ୭୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କ ସହଯୋଗରେ ଆଲୋଭେରା ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା କରିଛନ୍ତି। ସେମାନେ ସାବୁନ ଓ ଜେଲ୍‌ ଆଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ପ୍ରଥମରୁ ଏସ୍‌ଏଚ୍‌ଜିର ଆୟ ବାର୍ଷିକ ୭ ଲକ୍ଷ ଥିବାବେଳେ ୨୦୧୯ରେ ଏହା ୨୦ ଲକ୍ଷ ଲାଭ କରିପାରିଛି। ଏହି ଟଙ୍କାରେ ପ୍ରତି ଘରେ ପାଇଖାନା ଏବଂ ଗାଁ ରାସ୍ତା ଓ କଲର୍ଭଟ ନିର୍ମାଣ ହେଉଛି। ଲେଲ୍ୟାଣ୍ଡ୍‌ ଗ୍ରାମବାସୀଙ୍କୁ ପଶୁପାଳନ, ମାଛଚାଷ ଓ ଜୈବିକକୃଷି ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରିବାର ପାଇଁ ବୋଝ ପାଲଟି ବୃଦ୍ଧାଶ୍ରମରେ ଜୀବନ କାଟୁଥିତ୍ବା ମା’ବାପାମାନଙ୍କୁ କିନ୍ତୁ ଅନାଥ ଶିଶୁମାନେ ବୋଝ ଲାଗୁନାହାନ୍ତି। ବୟସର ଅପରାହ୍ଣରେ ଏମାନେ ଅନାଥ ଶିଶୁଙ୍କୁ କୋଳେଇ...

ସମସ୍ୟା ସୁଧୁରିବନି

ଆକାର ପଟେଲ ଜଟିଳ ସମସ୍ୟାଗୁଡ଼ିକ ପାଇଁ ଅଧିକ ବୁଦ୍ଧି ବା ଅନେକ ଲୋକଙ୍କର ଆବଶ୍ୟକତା ପଡିଥାଏ। ବିିଶେଷକରି ନିର୍ଦ୍ଦେଶନାମତ୍କ କ୍ଷେତ୍ରରେ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ହେଲେ ବି...

କରୋନା ଓ ଶିଶୁ ସ୍ବାସ୍ଥ୍ୟ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍‌କା କାଶ, ଥକ୍କା ପଣ ଓ ପେଟ...

ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ...

ଖାଲି ରାଜସ୍ଥାନ

ରାଜସ୍ଥାନ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସାମ୍ବିଧାନିକ ସମାଧାନ ଦିଗ ଖୋଜାଚାଲିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୩୧ ଜୁଲାଇରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ...

କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌...

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଅଣସର

ଡା. ଅଂଶୁମାନ୍‌ କର ପିଲାଟି ଦିନୁ ପ୍ରତି ଓଡ଼ିଆର ପ୍ରାଣର ବିନ୍ଦୁ ଭାବେ ଯେଉଁ ଜଗନ୍ନାଥଙ୍କୁ ଏ ଜାତି ଜାଣିଛି, ସେଇ ଜଗନ୍ନାଥ ହେଉଛନ୍ତି ଏ...

ଲକ୍‌ଡାଉନର ସାମୟିକ ପ୍ରଭାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ...

Advertisement


Archives

Model This Week

Why Dharitri