ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପୁଡୁଚେରୀର ଡ. ଭୁବନା ବାସୁଦେବନ୍‌। ମାତାପିତା ଏପରିକି ଶିକ୍ଷକମାନେ ଅଣଦେଖା କରୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ଖୋଜି ସେମାନଙ୍କୁ ଶିକ୍ଷା ଦେଉଛନ୍ତି ଡ. ଭୁବନା । ତାଙ୍କ ଉଦ୍ୟମରେ ଏବେ ହଜାର ହଜାର ପିଲା ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟ ପ୍ରତିପାଦିତ କରିପାରିଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବତନ୍ତ୍ର ପ୍ରଶିକ୍ଷକ ଏବଂ ଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିବା ସମୟରେ ଘରେ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାରେ ଜଡ଼ିତ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ହେବା ଲକ୍ଷ୍ୟ କରି ଅଭିଭାବକମାନେ ଏକ ସ୍କୁଲ ଖୋଲିବା ପାଇଁ ତାଙ୍କୁ କହିଥିଲେ। ୧୯୯୮ରେ ସେ ଥାନ୍‌ଥାଇ ପେରିୟାର ନଗରରେ ‘ବ୍ରିଜେସ ଲର୍ନିଂ ବିଦ୍ୟାଳୟ’ ଖୋଲି ଡାଇଲେକ୍ସିଆ, ଏଡିଏଚ୍‌ଡି (ଆଟେନ୍‌ଶନ ଡେଫିସିଟି ହାଇପର୍‌ଆକ୍ଟିଭ ଡିଜ୍‌ଅର୍ଡର), ଅଟିଜମ୍‌ ଏବଂ ଅନ୍ୟ ଶାରୀରିକ ତଥା ମାନସିକ ସମସ୍ୟାରେ ଥିବା ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ବିଭିିନ୍ନ ଅଞ୍ଚଳରୁ ଏଭଳି ବହୁ ପିଲା ସ୍କୁଲରେ ଯୋଗଦେବାରେ ଲାଗିଲେ। ପୋଲିସ ମଧ୍ୟ ବହୁ ପିଲାଙ୍କ ସମ୍ପର୍କରେ ସୂଚନା ଦେଇ ତାଙ୍କୁ ସାହାଯ୍ୟ କରୁଛି। ଏବେ ପ୍ରଥମରୁ ଦ୍ୱାଦଶଯାଏ ପିଲା ପଢୁଛନ୍ତି। ଏଯାବତ୍‌ ୬୦୦୦ରୁ ଊର୍ଦ୍ଧ୍ୱ ପିଲା ଏଥିତ୍ରେ ଉପକୃତ ହୋଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri