ଏଇ ଭାରତରେ

ବୟସ କମ୍‌ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ପାଇବାରେ କିଛି ଅସୁବିଧା ନ ଥାଏ ବୋଲି ପ୍ରମାଣ କରିଛନ୍ତି ଜଣେ ସଫଳ କୁନି ପରିବେଶକର୍ମୀ ପ୍ରସିଦ୍ଧି ସିଂ। ପ୍ରସିଦ୍ଧି ରହୁଛନ୍ତି ଚେନ୍ନାଇର ମହିନ୍ଦ୍ରା ଓ୍ବାଲର୍‌ଡ ସିଟିରେ। ତାଙ୍କ ବୟସ ଏବେ ୯ ବର୍ଷ। ଏହି ବୟସରେ ସେ ହଜାର ହଜାର ଗଛ ଲଗାଇ ୨୦ଟି ମିନି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ, ‘ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେଶନ’ ନାମରେ ଏକ ଜଙ୍ଗଲ ପ୍ରତିଷ୍ଠା କରି ତାହାକୁ ସେ ଚଳାଉଛନ୍ତି। ତାଙ୍କୁ ୪ ବର୍ଷ ହୋଇଥିବାବେଳେ ଚେନ୍ନାଇରେ ଦେଖିଥିଲେ ଏକ ପ୍ରଳୟଙ୍କରୀ ବାତ୍ୟା। ବାତ୍ୟାରେ ବହୁ ଗଛ ନଷ୍ଟ ହୋଇଯାଇଥିଲା, ଯାହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରେ ଗଛ ଲଗାଇବାର ସଙ୍କଳ୍ପ ନେଇ ସେ ତାଙ୍କ ଅଭିଯାନ ଚଳାଇଛନ୍ତି। ଉକ୍ତ ଫାଉଣ୍ଡେଶନ ଦ୍ୱାରା ଏହିସବୁ କାର୍ଯ୍ୟ କରୁଛନ୍ତି। ନିଜ ଜନ୍ମମାଟିରେ ସେ ୨୦ଟି ମିନି ଜଙ୍ଗଲ କରିସାରିଲେଣି। ସେ ସବୁ ଗଛ ଲଗାଇବା ସହ ତାହାର ଯନତ୍ ବି ନେଉଛନ୍ତି। ମାତ୍ର ୨ ବର୍ଷ ବୟସରେ ପରିବେଶକୁ ଭଲ ପାଇବା ଆରମ୍ଭ ହୋଇଥିଲା ବୋଲି କହନ୍ତି ପ୍ରସିଦ୍ଧି। ଏବେ ସେହି ଭଲପାଇବା ତାଙ୍କୁ ସଫଳତା ଆଣିଦେଇଛି। ପ୍ରତିଦିନ ସେ ସବୁ ଜଙ୍ଗଲକୁ ଯାଆନ୍ତି ଓ ସେଠାରେ ଗଛଗୁଡ଼ିକୁ ନିରୀକ୍ଷଣ କରନ୍ତି। ଏବେ ସେହି ସବୁ ଜଙ୍ଗଲରେ ବହୁ ପ୍ରଜାତିର ପ୍ରଜାପତି ଓ ପକ୍ଷୀ ରହିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri