ଦୀର୍ଘ ୨୦ ବର୍ଷ ହେଲା ନିଜ ରୋଜଗାରରୁ ଗରିବ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି କେରଳର କୋଡୁଙ୍ଗାଲାରୁ ନିବାସୀ ଶିନୋନ୍ଦ ପି.ସି. ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ। ପ୍ରତିମାସରେ ୧୫୦ଟି ଗରିବ ପରିବାରକୁ ସେମାନଙ୍କ ଆୟର ଏକ ସିଂହଭାଗ ‘ଓ୍ବେଲଫେୟାର ପେନ୍ସନ’ ଭାବେ ଦାନ କରୁଛନ୍ତି। ଏହାବାଦ୍ ସେମାନେ ନିଜ ଘରେ ଏକ ଡିଜିଟାଲ ସେବାକେନ୍ଦ୍ର ଖୋଲି ସେଠାରେ ଗରିବମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଶିନୋନ୍ଦ ଏଲ୍ଆଇସିରେ ଆଡ୍ମିନିଷ୍ଟ୍ରେଟିଭ୍ ଅଧିକାରୀ ଭାବେ ୧୯୯୬ରେ ଚାକିରିରେ ଯୋଗଦେବା ପରେ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ଆରମ୍ଭ କରିଥିଲେ। ସେ ଏବେ ଅବସର ନେଇସାରିଥିଲେ ବି ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଘରଠାରୁ ୭ କି.ମି. ପରିସୀମା ମଧ୍ୟରେ ଥିବା ଗରିବ ଲୋକଙ୍କୁ ଆଶାକର୍ମୀଙ୍କ ସହାୟତାରେ ଚିହ୍ନଟ କରିବା ପରେ ସେମାନଙ୍କ ସହ ସାକ୍ଷାତ୍ କରି ଏହି ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ହେଲେ ଶିନୋନ୍ଦ ଚାକିରିରୁ ଅବସର ନେବା ପରେ ନିଜେ ଗରିବଙ୍କୁ ଚିହ୍ନଟ କରୁଛନ୍ତି। ଚାକିରିରେ ଥିବା ସମୟରେ ସେ ୧୫୦ ପରିବାରକୁ ସାହାଯ୍ୟ କରୁଥିଲେ। ଅବସର ପରେ ସେହିସବୁ ପରିବାରକୁ ସାହାଯ୍ୟ କରୁଛନ୍ତି ବୋଲି କୁହନ୍ତି ଶିନୋନ୍ଦ। ସେମାନେ ପ୍ରତି ପରିବାର ପିଛା ମାସକୁ ୩୦୦ରୁ ଆରମ୍ଭ କରି ୨,୦୦୦ ଟଙ୍କା ଯାଏ ସାହାଯ୍ୟ କରୁଛନ୍ତି। ଏହା ବ୍ୟତୀତ ସେମାନଙ୍କର କୌଣସି ବିବାହ କିମ୍ବା ମେଡିକାଲ କେସ୍ରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
Archives

