ଏଇ ଭାରତରେ

ସ୍କୁଲ ନ ଯାଇ ପେଟ ଚିନ୍ତାରେ ରାସ୍ତାରେ ବୁଲୁଥିବା ଅସହାୟ ପିଲାମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟରତ ବହୁ ବ୍ୟକ୍ତିଙ୍କ ମଧ୍ୟରୁ ମୁମ୍ବାଇର ହୈମନ୍ତି ସେନ୍‌ ଅନ୍ୟତମ। ସେ ଏକ ଭଲ ଦରମାର କର୍ପୋରେଟ ସେକ୍ଟର ଚାକିରି ଛାଡ଼ି ଏବେ ମୁମ୍ବାଇର ଖାଣ୍ଡିବାଲି ଷ୍ଟେଶନର ସ୍କାଏଓ୍ବାକ୍‌ରେ ବସ୍ତି ପିଲାମାନଙ୍କୁ ପଢ଼ାଉଛନ୍ତି। ସ୍କୁଲକୁ ନ ଯାଇ ରାସ୍ତାରେ ଭିକ୍ଷା ମାଗୁଥିବା ଏହି ପିଲାମାନଙ୍କୁ ଦେଖିବା ପରେ ସେନ୍‌ ଉକ୍ତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ‘ଜୁନୁନ୍‌’ ସଂସ୍ଥା ଗଠନ କରିଛନ୍ତି ଓ ତାଙ୍କର ଏହି ମହତ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ବହୁ ସମଚିନ୍ତାଧାରାର ବ୍ୟକ୍ତି ଏଥିତ୍ରେ ସାମିଲ ହୋଇଛନ୍ତି। ହୈମନ୍ତଙ୍କ ବୟସ ଏବେ ୨୫। ସେ ପିଲାମାନଙ୍କୁ ମୌଳିକ ଶିକ୍ଷା ଦେବା ସହ ବିଭିନ୍ନ କୌଶଳ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି। ଏବେ ତାଙ୍କ ପାଖରେ ୧୫ ଜଣ ପିଲା ପଢୁଛନ୍ତି। ପିଲାମାନଙ୍କୁ ଅକ୍ଷର ଶିଖାଇବା, ସଂଖ୍ୟାଗଣନା, ଶବ୍ଦ, କଳା ଓ ଯୋଗାଯୋଗ ସମ୍ପର୍କିତ ଶିକ୍ଷା ଦିଆଯାଉଛି। ଅଧିକରୁ ଅଧିକ ପିଲାଙ୍କୁ ନେଇ ମୁମ୍ବାଇର ବିଭିନ୍ନ ବସ୍ତି ଅଞ୍ଚଳରେ ଅସହାୟ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ସହଯୋଗ କରିବାକୁ କେତେକ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri