ଏଇ ଭାରତରେ

କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ପ୍ରତି ଏବେ ମଧ୍ୟ ସମାଜରେ ଭିନ୍ନ ଚିନ୍ତାଧାରା ବଳବତ୍ତର ରହିଛି। ସେମାନଙ୍କୁ ସାମାଜିକ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଦୈନନ୍ଦିନ ଜୀବନ ଘାତ ପ୍ରତିଘାତ ମଧ୍ୟରେ କଟୁଛି। ହେଲେ ଏସବୁ ସମସ୍ୟା ଦୂର କରିବାକୁ ଦିଲ୍ଲୀର ଜୟା ରଡ୍ଡି ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି। ବିନା ପାରିଶ୍ରମିକରେ ସେ ଦିଲ୍ଲୀର ଆନନ୍ଦ ପର୍ବତ କଲୋନୀରେ ରହୁଥିବା ୫୨ଟି ପରିବାର ପାଇଁ ଦେବଦୂତ ପାଲଟିଛନ୍ତି। ଏହି ପରିବାରର ବହୁ କୁଷ୍ଠ ରୋଗୀ ରହିଛନ୍ତି। ସେମାନେ ଭିକ୍ଷାବୃତ୍ତି ଆପଣାଉଛନ୍ତି। ହେଲେ ବହୁ ସମୟରେ ସେମାନେ ଏହି କାର୍ଯ୍ୟ ନ କରିପାରି ଭୋକରେ ଦିନ କାଟନ୍ତି। ଏହା ଦୂର କରିବା ଲାଗି ଜୟା ସେମାନଙ୍କ ନିକଟରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ଏପରିକି ରନ୍ଧାଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସେମାନଙ୍କୁ ହସ୍ପିଟାଲ ନେବା, କୌଣସି ସରକାରୀ ଅଫିସ୍‌ରେ କାର୍ଯ୍ୟ ଥିଲେ ସେଠାରେ ସେମାନଙ୍କ ପାଇଁ ଲାଇନ୍‌ରେ ରହି ତାହା ସମ୍ପାଦନ କରୁଛନ୍ତି। ସେ କୁଷ୍ଠରୋଗୀଙ୍କ ପିଲାମାନଙ୍କୁ ବହି ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଉଛନ୍ତି। ଜୟାଙ୍କ ବାଲ୍ୟକାଳ କଷ୍ଟରେ କଟିଥିଲା। ତାଙ୍କ ମା’ବାପା ବି କୁଷ୍ଠରୋଗଗ୍ରସ୍ତ ହେବା ଦ୍ୱାରା ଜୟା ସାମାଜିକ ସ୍ତରରେ ଓ ସ୍କୁଲରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ୧୦ମ ଯାଏ ପଢ଼ିବା ପରେ ସେ କୁଷ୍ଠରୋଗୀଙ୍କ ସେବା ଆରମ୍ଭ କରିଥିଲେ। ତେବେ ୨୦ ବର୍ଷ ଧରି ତାଙ୍କର ଏହି ସେବା ଦ୍ୱାରା ବହୁ ପରିବାର ଉପକୃତ ହେବା ସହ ସେମାନଙ୍କ ପିଲାମାନେ ଶିକ୍ଷାର ମୁଖ୍ୟଧାରାରେ ଆଗକୁ ବଢ଼ିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri