ଏଇ ଭାରତରେ

ନିଜ ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ ପଛ କରି ଅନ୍ୟମାନଙ୍କ ସେବାରେ ଲାଗିଛନ୍ତି ମୁମ୍ବାଇର ଟ୍ରାନ୍ସ ଓମ୍ୟାନ୍‌ ଅଭିନ୍ନ ଅହେର। ସେ ନିର୍ଯାତନା ଓ ବଳାକତ୍ାରର ଶିକାର ହୋଇ ମଧ୍ୟ ୨୬ ବର୍ଷ ହେବ ଟ୍ରାନ୍ସଜେଣ୍ଡରଙ୍କ ସ୍ବର ପାଲଟିଛନ୍ତି। ଅଭିନ୍ନ ୨୦୧୩ରେ ଏକ ଡ୍ୟାନ୍ସିଂ କୁଇନ୍‌ ଗ୍ରୁପ୍‌ ଗଠନ କରି ତା’ ମାଧ୍ୟମରେ ଟ୍ରାନ୍ସଜେଣ୍ଡ ସମୁଦାୟର କଲ୍ୟାଣ ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି। ସେ ମଧ୍ୟ ଲିଙ୍ଗଗତ ଭେଦଭାବ ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ମାତ୍ର ୩ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇଥିତ୍ଲେ। ତାଙ୍କ ମା’ ବୃହତ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନରେ ଚାକିରି କରିଥିଲେ। ମା’ଙ୍କ ସହଯୋଗରେ ଆଗକୁ ବଢ଼ି ଅଭିନ୍ନ ତାଙ୍କଠାରୁ ନାଚ ଶିକ୍ଷା କରିବା ସହ ଇକୋନୋମିକ୍ସରେ ସ୍ନାତକ ଏବଂ ସଫ୍ଟଓ୍ବେର ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି। ପରେ ଅଭିନ୍ନଙ୍କୁ ସାମାଜିକ ଟାହିଟାପରାରୁ ମୁକ୍ତି ପାଇଁ ଘର ଛାଡ଼ିବାକୁ ପଡ଼ିଛି ଓ ଦୁଇବର୍ଷ ଜଣେ ସ୍କଓ୍ବୋର୍କର ଭାବେ ଜୀବନ ବିତାଇବାକୁ ହୋଇଛି। ଅଭିନ୍ନଙ୍କ ବୟସ ଏବେ ୪୪। ସେ କେବଳ ଏହି କାର୍ଯ୍ୟରେ ନିଜକୁ ସୀମିତ ରଖିନାହାନ୍ତି ବରଂ ବହୁ ସଂସ୍ଥା ସହ ମିଶି ଟ୍ରାନ୍ସଜେଣ୍ଡରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଏବଂ ନାଗରିକ ମୌଳିକ ଅଧିକାର ପାଇବା ଲାଗି ସାହାଯ୍ୟ କରୁଛନ୍ତି। ଏଥିପାଇଁ ସେ ‘ଟ୍ରାନ୍ସଜେଣ୍ଡର୍‌ ଓ୍ବେଲ୍‌ଫେୟାର ଇକ୍ୱିଟି ଆଣ୍ଡ ଏମ୍ପ୍ଲୟମେଣ୍ଟ ଟ୍ରଷ୍ଟ’ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri