ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି ଖୋଲିଥିଲେ। ସେମାନେ ଏହାର ନାମ ରଖିଛନ୍ତି ‘ଅଷ୍ଟ ସହେଲି ଶାଢ଼ି ଲାଇବ୍ରେରି’। ବରୋଦା ସହରର ଗଡ୍‌ରା ରୋଡସ୍ଥିତ ମହ୍ଲାର ପଏଣ୍ଟରେ ଥିବା ଏହି ଲାଇବ୍ରେରିର ସଂସ୍ଥାପକ ହେଉଛନ୍ତି ହେମା ଚୌହାନ। କାଞ୍ଜିବରମ୍‌, ରେଶମ, ବନାରସୀ, କୋଟା ଚେକ୍‌, ବାନ୍ଧଶାଢ଼ିଠାରୁ ଆରମ୍ଭ କରି ଶିଫନର ପ୍ରାୟ ୪୦୦ ଶାଢ଼ି ରହିଛି ଏହି ଲାଇବ୍ରେରିରେ। ଏଠାରୁ ସବୁ ବର୍ଗର ମହିଳା ୫ ଦିନ ଲାଗି କମ୍‌ ମୂଲ୍ୟରେ ଏକ ସଙ୍ଗରେ ତିନୋଟି ଶାଢ଼ି ନେଇପାରୁଛନ୍ତି। ଏ ବାବଦରେ ସେମାନଙ୍କୁ ୫୦୦ ଟଙ୍କାର ଟୋକନ୍‌ ମନି ପଇଠ କରିବାକୁ ହେଉଛି। ଭାରତର ବିଭିନ୍ନ ସହରରୁ ମହିଳାମାନେ ଲାଇବ୍ରେରିକୁ ଶାଢ଼ି ଦାନ କରୁଛନ୍ତି। ଲାଇବ୍ରେରିରୁ ଏବେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶାଢ଼ି ନେଇସାରିଛନ୍ତି। ଏହା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହୁଛି। ଲାଇବ୍ରେରିର ଅନଲାଇନ ଗ୍ରୁପ୍‌ରେ ୧,୩୦୦ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri