ଏଇ ଭାରତରେ

ପ୍ଲାଷ୍ଟିକ ସାମଗ୍ରୀ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏହାର ବିକଳ୍ପ ଜିନିଷ ଆଖୁ ବର୍ଜ୍ୟରୁ ପ୍ରସ୍ତୁତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ବେଦ କ୍ରିଷ୍ଣ। ଅଯୋଧ୍ୟାରେ ‘ୟାଶ ପକ୍କା’ କମ୍ପାନୀର ଷ୍ଟ୍ରାଟେଜିକ୍‌ ହେଡ୍‌ ବା ମୁଖ୍ୟ ବେଦ କ୍ରିଷ୍ଣଙ୍କ ଦ୍ୱାରା ଏଭଳି ସଫଳତା ମିଳିପାରିଛି। ଏହି କମ୍ପାନୀ ପକ୍ଷରୁ ଆଖୁ ବର୍ଜ୍ୟରୁ ପ୍ରାପ୍ତ ଫାଇବର ପେଷ୍ଟରୁ ଟେବୁଲଓ୍ବେର (ଗିନା, ପ୍ଲେଟ, ଟ୍ରେ ଏବଂ କପ୍‌) ଆଦି ପ୍ରସ୍ତୁତ କରାଯାଉଛି। ଏହିସବୁ ଜିନିଷ ବ୍ୟବହାର ପରେ ୨ ମାସ ଭିତରେ ମାଟିରେ ସମ୍ପୂର୍ଣ୍ଣ ମିଶିଯାଉଛି। ଏହା ଫୁଡ୍‌ ଇଣ୍ଡଷ୍ଟ୍ରିରେ ପ୍ଲାଷ୍ଟିକର ବ୍ୟବହାର ରୋକିବା ସହ ପରିବେଶକୁ ଉପକାର ପହଞ୍ଚାଉଛି। ଅଯୋଧ୍ୟାର ଦେଢଶହ କି.ମି. ପରିଧିରେ ଚାଷୀମାନଙ୍କଠାରୁ ଆଖୁ ବର୍ଜ୍ୟ ସଂଗ୍ରହ କରାଯାଉଛି। ସେଥିରୁ ଅର୍ଦ୍ଧକଠିନ ବା ପେଷ୍ଟ ଆକାରର ଫାଇବର ପ୍ରସ୍ତୁତ କରାଯାଇ ସେଥିରୁ ବିଭିନ୍ନ ପ୍ରକାର ଜିନିଷ ତିଆରି ହେଉଛି। ଏବେ ୧୦,୦୦୦ ଟନ୍‌ ଓଜନର ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରାଯାଉଛି। ଦିନକୁ ୧୦ ଲକ୍ଷ ଟେବୁଲଓ୍ବେର୍‌ ତିଆରି କରାଯାଉଛି । ଆଖୁ ବର୍ଜ୍ୟର ଫାଇବରରୁ ମଧ୍ୟ କାଗଜ ପ୍ରସ୍ତୁତ କରାଯାଉଛି। କେବଳ ଏତିକି ନୁହେଁ ବାୟୋମାସରେ ଚାଲୁଥିବା ୮.୫ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ଲାଣ୍ଟରୁ ମିଳୁଥିବା ଶକ୍ତିକୁ ଉକ୍ତ କାର୍ଯ୍ୟରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବାପା କିଏ ଜାଣିଛ?

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ...

ରାସ୍ତା ବଦଳାଇବାର ବେଳ

୨୦୧୪ରେ ମନମୋହନ ସିଂ କହିଥିଲେ- ଏହା ମୋର ଦୃଢ଼ ବିଶ୍ୱାସ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାହା ଦେଶ ପାଇଁ ବିପର୍ଯ୍ୟୟ ଆଣିବ। ଏହାର...

ଚଳନ୍ତି ଈଶ୍ବର

ଡ. ପ୍ରଫୁଲ୍ଲ କୁମାର ସାହୁ ବାପା କେବଳ ଏକ ଶବ୍ଦ ନୁହେଁ, ଅନୁଭବ। ସ୍ବପ୍ନର ଝଲକାଏ ଆତ୍ମପ୍ରକାଶ। ଆମ ମୁଗ୍ଧ ଅନୁଭବର ଏକ ଅମୃତମୟ ସତ୍ତା;...

ବିପର୍ଯ୍ୟୟର ସଙ୍କେତ

ଅଶୋକ ମୋଡି   ସମୁଦ୍ରପତ୍ତନରୁ ୬,୦୦୦ ଫୁଟ୍‌ ଉଚ୍ଚରେ ଥିବା ହିମାଳୟର ଜୋଷୀମଠ ଦବିଯାଉଛି। ଜାନୁୟାରୀ ପ୍ରାରମ୍ଭରେ ସେଠାରେ ଘର, ହେଟେଲ ଏବଂ ରାସ୍ତାରେ ବଡ଼...

ପାରାମାନଙ୍କ ଅବଦାନ

ମାନେକା ଗାନ୍ଧୀ ପାରାମାନଙ୍କୁ ମୁଁ ଭାରି ଭଲ ପାଏ। ସେମାନଙ୍କ ସ୍ବର ନରମ ଓ ଛନ୍ଦଯୁକ୍ତ। ମୁଁ ସମ୍ମୁଖ ବାରଣ୍ଡାରେ ସେମାନଙ୍କ ପାଇଁ ଗୁଡ଼ିଏ ବାସ୍କେଟ୍‌...

ଝିଅ ଟିଏ ଅଛି ତ…

ଛନ୍ଦା ମିଶ୍ର ସମୟ ବଦଳୁଛି। ବଦଳୁଛି ଲୋକଙ୍କ ମାନସିକତା। ଏଇ କିଛିଦିନ ତଳେ ଦେଖା ହେଲା ପରିଚିତା ଜଣେ ମାଉସୀଙ୍କ ସହ। ତାଙ୍କ ପୁଅ ଝିଅ...

ରାଜନୀତିର ଊର୍ଦ୍ଧ୍ୱରେ ପାଇକ ସଂଗ୍ରାମ

ଅନିଲ ବିଶ୍ୱାଳ ଅନେକ ଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ପାଇକ ସଂଗ୍ରାମ। ପାଇକ ସଂଗ୍ରାମକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବରେ...

ଜି୨୦: କେବଳ ଆଲୋଚନା

ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ...

Advertisement
Archives

Model This Week