ଏଇ ଭାରତରେ

ଗୋଟିଏପଟେ କାର୍ଯ୍ୟ ଓ ଅନ୍ୟପକ୍ଷେ ଅସହାୟ ପିଲାଙ୍କୁ ଟିଉଶନ ସୁବିଧା ଯୋଗାଇଦେବା ଦାୟିତ୍ୱ ନିର୍ବାହ କରିବା କଷ୍ଟକର ହେଲେ ମଧ୍ୟ ବିହାରର ତିନିଜଣ ସରକାରୀ ଅଧିକାରୀ ଏହାକୁ ନିର୍ବାହ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ କୁମାର ଆମ୍ବେଡକର ଇନିସିଏଟିଭ ଫର୍‌ ମାର୍ଜିନାଲାଇଡ୍‌ (ଏଆଇଏମ୍‌) ପାଠଶାଳା ପ୍ରତିଷ୍ଠା କରି ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ଶିକ୍ଷା ଲାଗି ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ମଧ୍ୟ ମାଗଣାରେ ପିଲାମାନଙ୍କୁ ଯୋଗାଉଛନ୍ତି। ଗୋପାଳଗଞ୍ଜ, ଓ୍ୟରଙ୍ଗାବାଦ ଏବଂ ସମସ୍ତିପୁର ଜିଲାର ତିନୋଟି କେନ୍ଦ୍ରରେ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଏହି ୩ ଜଣ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସନ୍ତୋଷ ଅରୁଣାଚଳ ପ୍ରଦେଶ ଷ୍ଟାଫ୍‌ ସିଲେକ୍‌ସନ (ଏପିଏସ୍‌ଏସ୍‌ବି)ର ସଚିବ ରହିଛନ୍ତି। ରଞ୍ଜନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ବିଜୟ ଇଣ୍ଡିଆନ୍‌ ରେଲ୍‌ଓ୍ବେ ଟ୍ରାଫିକ୍‌ ସର୍ଭିସ (ଆଇଆର୍‌ଟିଏସ୍‌)ର ଜଣେ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏମାନେ ବିହାରର ଭିନ୍ନ ଭିନ୍ନ ଗଁାର ହେଲେ ମଧ୍ୟ ଏଭଳି ଅଭିଯାନ ସମ୍ମିଳିତ ଭାବେ ଚଳାଉଛନ୍ତି। ସକାଳ ୭ରୁ ୯ଟା ମଧ୍ୟରେ ପ୍ରଥମରୁ ୧୦ମ ପିଲାଙ୍କୁ ପଢ଼ାଯାଉଛିି। ଦରକାର ପଡ଼ିଲେ ବାହାରୁ ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକମାନଙ୍କୁ ଆଣି ପିଲାମାନଙ୍କ ଶିକ୍ଷା ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତି ସପ୍ତାହରେ ପରୀକ୍ଷା ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri