ଏଇ ଭାରତରେ

ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ଦେଖିବାକୁ ମିଳିଛି ପୁଣେରେ। ଅମିତା ଦେଶପାଣ୍ଡେ ଆଇଟିରେ ଡିଗ୍ରୀ ହାସଲ କରିବା ପରେ ଚରଖା ଓ ତନ୍ତ ବ୍ୟବହାର କରି ଅଦରକାରୀ ପ୍ଲାଷ୍ଟିକ ଓ୍ବର୍ପରରୁ ଆକର୍ଷଣୀୟ ବ୍ୟାଗ୍‌ ତିଆରି କରୁଛନ୍ତି। ସ୍ବାଧୀନତା ସଂଗ୍ରାମ ସମୟରେ ଚରଖା ବ୍ୟବହାର ବିଦେଶୀ କପଡ଼ା ବର୍ଜନକରି ସ୍ବଦେଶୀ ବସ୍ତ୍ର ପାଇଁ ବୈପ୍ଳବିକ ଧାରା ସୃଷ୍ଟି କରିଥିଲା। ଏବେ ଅମିତାଙ୍କ ଦ୍ୱାରା ଅଦରକାରୀ ପ୍ଲାଷ୍ଟିକର ପୁନଃ ଉପଯୋଗ ପୁଣି ଚରଖାର ଆଦରକୁ ସ୍ମରଣ କରିଛି। ପରିବେଶ ସଂରକ୍ଷଣରେ ଚରଖା ପ୍ରମୁଖ ଭୂମିକା ନେଇପାରେ ତାହା ଏଥିରୁ ପ୍ରମାଣିତ ହୋଇଛି। ଏହି କାର୍ଯ୍ୟ ପାଇଁ ସେ ‘ରି-ଚରଖା’ ସୋସିଆଲ ଏଣ୍ଟରପ୍ରାଇଜ ପ୍ରତିଷ୍ଠା କରିଛନ୍ତି। ଏଥିରେ ସେ ବହୁ ବର୍ଜ୍ୟ ସଂଗ୍ରହକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗତବର୍ଷ ସେ ୭ଲକ୍ଷ ପ୍ଲାଷ୍ଟିକ ଓ୍ବର୍ପରର ପୁନଃ ଉପଯୋଗ କରିବାକୁ ସକ୍ଷମ ହୋଇପାରିଛନ୍ତି। ସେ ମୁଖ୍ୟତଃ ବ୍ୟାଗ୍‌, ଡେକୋର ଆଇଟମ୍‌, ଝୁଲା, ଷ୍ଟୋରେଜ୍‌ ବାସ୍କେଟ, ଗ୍ରୋପଟ୍‌, ଟେବୁଲ ମ୍ୟାଟ୍‌ ଆଦି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହାମାରୀ ପୂର୍ବରୁ ସେ ଏଥିରୁ ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ। ୨୦୦୫ରେ ଆଇଟି କମ୍ପାନୀରେ ନିଯୁକ୍ତି ପାଇ ୨୦୦୯ ଯାଏ କାର୍ଯ୍ୟ କରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ସେଠାରୁ ଫେରି ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ଲାଷ୍ଟିକକୁ ଚରଖାରେ ପ୍ରଥମେ ଡୋର ବା ସୂତା ଆକାର ଦିଆଯାଇ ପରେ ପ୍ଲାଷ୍ଟିକ ଫାଇବର ସହ ଏହାକୁ ତନ୍ତରେ ବୁଣାଯାଉଛି। ଏହି ପଦ୍ଧତିରେ ଶକ୍ତି ଅପଚୟ କମ୍‌ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri