ଏଇ ଭାରତରେ

ଆମ ଦେଶରେ ପ୍ରତିଦିନ ଖାଇବାକୁ ୧୯୦ ମିଲିୟନ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଅନେକେ ବେଳାଏ ଖାଇଲେ ବେଳାଏ ଉପବାସ ରହୁଛନ୍ତି। ହେଲେ ଗୁଜରାଟର ଲଭ୍‌ଜୀଭାଇ ପଟେଲ ଏଭଳି କିଛି ଲୋକଙ୍କୁ ଖାଦ୍ୟ ଦେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଆଜକୁ ୩୫ ବର୍ଷ ପୂର୍ବେ। ସେବେଠାରୁ ଦୀର୍ଘବର୍ଷ ଧରି ଗଙ୍ଗାରାମ ହସ୍ପିଟାଲ ବାହାରେ ଗରିବ ପରିବାରଗୁଡ଼ିକୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଯେଉଁମାନଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର। ଲଭ୍‌ଜୀଭାଇ ଏଭଳି କାର୍ଯ୍ୟ ଜାରି ରଖିତ୍ବା ଲାଗି ୧୯୯୪ରେ ସେ ଗଙ୍ଗାରାମ ଚାରିଟେବଲ ଟ୍ରଷ୍ଟ ଗଠନ କରିଥିଲେ। ନିଜ ସଞ୍ଚିତ ଅର୍ଥରୁ ୨୫ ଲକ୍ଷ ଟଙ୍କା ସେ ଟ୍ରଷ୍ଟକୁ ଦେଇଥିଲେ। ଲଭ୍‌ଜୀଭାଇଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁତୁରା ଚନ୍ଦ୍ରେଶଭାଇ ଏହି ସେବା ଜାରି ରଖିଛନ୍ତି। ଦିନକୁ ୧,୫୦୦ ଅସହାୟଙ୍କୁ ଖାଦ୍ୟ ଦିଆଯାଉଛି। ଚନ୍ଦ୍ରେଶଭାଇ ଲୋକଙ୍କୁ ଖାଦ୍ୟ ଦେବା ସହ ଘରେ ଏକୁଟିଆ ରହୁଥିବା ଓ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବାହାରକୁ ଆସି ପାରୁ ନ ଥିବା ପ୍ରାୟ ୨୦୦ ବୟସ୍କଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତିି। ଦିନକୁ ଏ ବାବଦରେ ୨୫, ୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଲଭ୍‌ଜୀଭାଇ ପ୍ରଥମେ ଖାଦ୍ୟ ପ୍ରସ୍ତୁତ କରି ଟିଫିନ୍‌ରେ ଗରିବଙ୍କ ପାଇଁ ନେଉଥିତ୍ଲେ। ଏମିତି ୧୫ ବର୍ଷ କାଳ କାହାର ସାହଯ୍ୟ ନ ନେଇ ସେ ଓ ତାଙ୍କ ସ୍ତ୍ରୀ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରୁ ଟ୍ରଷ୍ଟ ଗଠନ କରିବାକୁ ପଡ଼ିଥିତ୍ଲା, ଯାହା ଏବେ ଚନ୍ଦ୍ରେଶଭାଇଙ୍କ ନେତୃତ୍ୱରେ ଅସହାୟଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri