ଏଇ ଭାରତରେ

ଆମ ଦେଶରେ ପ୍ରତିଦିନ ଖାଇବାକୁ ୧୯୦ ମିଲିୟନ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଅନେକେ ବେଳାଏ ଖାଇଲେ ବେଳାଏ ଉପବାସ ରହୁଛନ୍ତି। ହେଲେ ଗୁଜରାଟର ଲଭ୍‌ଜୀଭାଇ ପଟେଲ ଏଭଳି କିଛି ଲୋକଙ୍କୁ ଖାଦ୍ୟ ଦେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଆଜକୁ ୩୫ ବର୍ଷ ପୂର୍ବେ। ସେବେଠାରୁ ଦୀର୍ଘବର୍ଷ ଧରି ଗଙ୍ଗାରାମ ହସ୍ପିଟାଲ ବାହାରେ ଗରିବ ପରିବାରଗୁଡ଼ିକୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଯେଉଁମାନଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର। ଲଭ୍‌ଜୀଭାଇ ଏଭଳି କାର୍ଯ୍ୟ ଜାରି ରଖିତ୍ବା ଲାଗି ୧୯୯୪ରେ ସେ ଗଙ୍ଗାରାମ ଚାରିଟେବଲ ଟ୍ରଷ୍ଟ ଗଠନ କରିଥିଲେ। ନିଜ ସଞ୍ଚିତ ଅର୍ଥରୁ ୨୫ ଲକ୍ଷ ଟଙ୍କା ସେ ଟ୍ରଷ୍ଟକୁ ଦେଇଥିଲେ। ଲଭ୍‌ଜୀଭାଇଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁତୁରା ଚନ୍ଦ୍ରେଶଭାଇ ଏହି ସେବା ଜାରି ରଖିଛନ୍ତି। ଦିନକୁ ୧,୫୦୦ ଅସହାୟଙ୍କୁ ଖାଦ୍ୟ ଦିଆଯାଉଛି। ଚନ୍ଦ୍ରେଶଭାଇ ଲୋକଙ୍କୁ ଖାଦ୍ୟ ଦେବା ସହ ଘରେ ଏକୁଟିଆ ରହୁଥିବା ଓ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବାହାରକୁ ଆସି ପାରୁ ନ ଥିବା ପ୍ରାୟ ୨୦୦ ବୟସ୍କଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତିି। ଦିନକୁ ଏ ବାବଦରେ ୨୫, ୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଲଭ୍‌ଜୀଭାଇ ପ୍ରଥମେ ଖାଦ୍ୟ ପ୍ରସ୍ତୁତ କରି ଟିଫିନ୍‌ରେ ଗରିବଙ୍କ ପାଇଁ ନେଉଥିତ୍ଲେ। ଏମିତି ୧୫ ବର୍ଷ କାଳ କାହାର ସାହଯ୍ୟ ନ ନେଇ ସେ ଓ ତାଙ୍କ ସ୍ତ୍ରୀ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରୁ ଟ୍ରଷ୍ଟ ଗଠନ କରିବାକୁ ପଡ଼ିଥିତ୍ଲା, ଯାହା ଏବେ ଚନ୍ଦ୍ରେଶଭାଇଙ୍କ ନେତୃତ୍ୱରେ ଅସହାୟଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri