ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି ସୋସାଇଟିର ସଦସ୍ୟମାନେ ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏମାନେ କେବଳ ଚାଷ କରୁନାହାନ୍ତି, ଛାତ ଉପରେ ସୌରଶକ୍ତି ଉପତ୍ାଦନ କରି ତାହାକୁ ମହାରାଷ୍ଟ୍ର ସରକାରଙ୍କୁ ବିକ୍ରି କରୁଛନ୍ତି। ବିଦ୍ୟୁତ୍‌ ଶକ୍ତି ବିଲ୍‌ ବାବଦରେ ମାସକୁ ସେମାନେ ୪୦ ହଜାର ଟଙ୍କା ହିସାବରେ ବର୍ଷକୁ ପାଖାପାଖି ୫ ଲକ୍ଷ ଟଙ୍କା ବଞ୍ଚାଇ ପାରୁଛନ୍ତି। ୩୦ କିଲୋଓ୍ବାଟର ଏହି ସୋଲାର ପ୍ଲାଣ୍ଟ ପାଇଁ ଏମାନେ ୨୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏଥିପାଇଁ କେହି ଜଣେ ବି ଟଙ୍କା ଦେଇନାହାନ୍ତି। ସବୁ କିଛି ସୋଲାର ପ୍ଲାଣ୍ଟ ସପ୍ଲାୟର ସହ ଚୁକ୍ତି କରି କରାଯାଇଛିି। ପ୍ରତିଦିନ ଏଥିରୁ ୧୪୦ ୟୁନିଟ୍‌ ଶକ୍ତି ମିଳୁଛି। ସୋସାଇଟିର ନେତୃତ୍ୱ ନେଉଛନ୍ତି ରିନି ଭର୍ଗିସ। ମୋଟରେ ୧୫୦ ବକେଟ୍‌ରେ ଚାଷ କରାଯାଉଛି। ଗୋଟିଏ ବକେଟ୍‌ର ଓଜନ ପ୍ରାୟ ୪୦ କେ.ଜି.। ସଦସ୍ୟମାନେ ଏହାକୁ ଲିଫ୍ଟ ମାଧ୍ୟମରେ ଛାତ ଉପରକୁ ନେଉଛନ୍ତି। ଚାଷରେ ସେମାନେ ଗୋବର ଓ ପରିବା ଚୋପାର ଖତ ବେଶି ଉପଯୋଗ କରୁଛନ୍ତି। ମୁଖ୍ୟତଃ ଟମାଟୋ, ବାଇଗଣ, ଶାଗ, ପୋଇ ଓ ଭେଣ୍ଡି ଆଦି ପରିବା ଚାଷ କରାଯାଉଛି। ସଦସ୍ୟମାନେ ପ୍ରତିଦିନ ଚାଷରେ ଘଣ୍ଟାଏ ସମୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ...

ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ...

ଆମୂଳ ପରିବର୍ତ୍ତନ ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ତିରିଶ ବର୍ଷ ଭିତରେ ପ୍ରଥମ ଥର ପାଇଁ ସରକାର ସମସ୍ତ ସେବାର ଅଧିକାରୀମାନଙ୍କ ପୂର୍ଣ୍ଣାଙ୍ଗ ବିବରଣୀ (ପ୍ରୋଫାଇଲ) ସଂଗ୍ରହ କରିବାକୁ...

କେତେ ମୁଖ୍ୟମନ୍ତ୍ରୀ ବଦଳିବେ

ଭାରତୀୟ ଜନତା ପାର୍ଟି (ଭାଜପା) ୧୨ ସେପ୍ଟେମ୍ବରରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ଘାଟଲୋଡିଆରୁ ବିଧାୟକ ଥିବା ଭୂପେନ୍ଦ୍ର ପଟିଦାର...

ଗୁଣ୍ଡା ଗପ

ଡ.କୁଳାଙ୍ଗାର   ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍‌ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା...

ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ...

ଏଇ ଭାରତରେ

ମହାରାଷ୍ଟ୍ରର ବଡ୍‌ନର୍‌ ଭୈରଭ ଗାଁ ଦେଶସାରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁର ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଛୋଟ ବଡ଼ ୧୦୦୦ଟି ଗଡ଼ିଆ ଖୋଳିବା ସହ...

ଦେଖିବାର କଳା

ସୃଷ୍ଟିରେ କ’ଣ ଦେଖିପାରିବା , କ’ଣ ଦେଖି ନ ପାରିବା ତାହା ହିଁ ପ୍ରଶ୍ନ। ଜୀବ ଓ ଜଡ଼ବସ୍ତୁ , ସବୁକିଛି ସ୍ରଷ୍ଟାଙ୍କ ସୃଷ୍ଟି। ସୃଷ୍ଟିର...

Advertisement
Archives

Model This Week