ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଦେଶରେ ଯେଭଳି ତପତ୍ରତା ପ୍ରକାଶ ପାଉଛି ତାହା ଆଗାମୀ ଦିନ ପାଇଁ ଏକ ଶୁଭ ସଙ୍କେତ। ବିଶେଷ କରି ଟେକ୍ନୋଲୋଜି କ୍ଷେତ୍ରରେ ଏହା ପାଇଁ କରାଯାଉଥିବା ଅନେକ ପ୍ରୟାସ ମଧ୍ୟେରେ ଆଇଆଇଟି ଖଡ଼ଗପୁରର ଯୋଗଦାନ ସ୍ବୀକାର୍ଯ୍ୟ। ଏହି ଆଇଆଇଟି ଦ୍ୱାରା ନିର୍ମାଣ କରାଯାଇଛି ତିନିଚକିଆ ଅଟୋ । ଏହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ। ଖଡ଼ଗପୁର ଆଇଆଇଟିର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଆସୋସିଏଟ ପ୍ରଫେସର ବିକ୍ରାନ୍ତ ରଶେର୍ଲାଙ୍କ ନେତୃତ୍ୱରେ ଏହା ନିର୍ମାଣ କରାଯାଇଛି। ୨୦ ଜଣ ଛାତ୍ରଙ୍କ ଟିମ୍‌ ଏହି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ତିନିବର୍ଷ ଗବେଷଣା କରାଯିବା ପରେ ଏହି ଅଟୋରିକ୍ସା ନିର୍ମାଣ କରାଯାଇପାରିଛି। ଆଇଆଇଟିର ଜଣେ ପୂର୍ବତନ ଛାତ୍ର ଡ.ପୂର୍ଣ୍ଣେନ୍ଦୁ ଚାଟାର୍ଜୀ ଉକ୍ତ ପ୍ରୋଜେକ୍ଟ ଲାଗି ୫ ହଜାର ଆମେରିକୀୟ ଡଲାର ଦାନ କରିଥିଲେ। ଏହି ଅଟୋ ପ୍ରତି ଘଣ୍ଟାରେ ୫୫ କି.ମି. ବେଗରେ ଯାଇପାରୁଛି। ଏହାର ପ୍ରୋଟୋଟାଇପ୍‌ ପ୍ରସ୍ତୁତ ସରିଛି। ଏଥିରେ ଖଞ୍ଜା ଯାଇଥିତ୍ବା ବ୍ୟାଟେରିରେ ୧୫୦ କି.ମି. ଯିବାଭଳି କ୍ଷମତା ରହିଛି। ଏଥିରେ ୮.୮ କି.ମି. ପାଓ୍ବାର ବ୍ୟାଟେରି ପ୍ୟାକ ବ୍ୟବହାର କରାଯାଇଛି। ଏହା ଘରେ ମାତ୍ର ୪ ଘଣ୍ଟାରେ ଚାର୍ଜ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri