ଏଇ ଭାରତରେ

ବାଉଁଶ ତିଆରି ଜିନିଷ ପ୍ରସ୍ତୁତ କରି ପ୍ଲାଷ୍ଟିକ ବର୍ଜ୍ୟ ଦୂର କରିବାକୁ ଯୋଗେଶ ସିନ୍ଦେଙ୍କ ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ। ବାଉଁଶ ଜିନିଷ ବ୍ୟବହାର ବୃଦ୍ଧି କରି ଏବେ ସୁଦ୍ଧା ସେ ପାଖାପାଖି ୧୬.୫ ଲକ୍ଷ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ କମ୍‌ କରିବାକୁ ସକ୍ଷମ ହୋଇଛନ୍ତି। ମହାରାଷ୍ଟ୍ରର ପୁଣେ ନିବାସୀ ସିନ୍ଦେ ୨୦୧୬ରେ ‘ବାମ୍ବୋ ଇଣ୍ଡିଆ’ ଷ୍ଟାର୍ଟଅପ୍‌ ଗଠନ କରି ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଲକ୍‌ଡାଉନ୍‌ ସମୟରେ କାରିଗର ଯୋଗାଡ଼ କରି କାମରେ ଲଗାଇବା, ଅନ୍ୟ ବାଉଁଶ ଉପତ୍ାଦ ସମ୍ପର୍କରେ ଆଲୋଚନା କରିବା ଓ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଚୁକ୍ତି କରିବା ଆଦି କାର୍ଯ୍ୟ ସହଜରେ କରିପାରିଛନ୍ତି। ସିନ୍ଦେ ପୁଣେ ନିକଟସ୍ଥ ଭେଲି ବ୍ଲକ୍‌ର ବିଭିନ୍ନ ଗାଁର ୪୦୦୦ କୃଷକଙ୍କୁ ବାଉଁଶ ଜିନିଷ ନିର୍ମାଣ କରିବାରେ ନିଯୁକ୍ତ କରିଛନ୍ତି। ସେମାନେ ବାଉଁଶରୁ ଟୁଥ୍‌ବ୍ରଶ, ସ୍ପିକର, ୟୁଟିଲିଟି ଷ୍ଟାଣ୍ଡ୍‌, ସ୍କାଏ ଲାଣ୍ଟିନ, ଡେସ୍କ ଅର୍ଗାନାଇଜର, କ୍ଲଥ୍‌ ପେଗ୍ସ ଆଦି ତିଆରି କରୁଛନ୍ତି। ଏହାବ୍ୟତୀତ ଟ୍ରାଭେଲ କିଟ୍ସ, ପାନିଆ, କି ଚେନ୍‌ଡେସ୍କଟପ୍‌ ଆସେସରିଜ୍‌ ଆଦି ମଧ୍ୟ ପ୍ରସ୍ତୁତ କରାଯାଉଛି। ପ୍ରଥମେ ସେମାନେ ଦିନକୁ ୧୦୦ ଟୁଥ୍‌ବ୍ରଶ ତିଆରି କରୁଥିଲେ, ଏବେ ସମ୍ମିଳିତ ଉଦ୍ୟମରେ କାରିଗରମାନେ ୫୦,୦୦୦ ବ୍ରଶ୍‌ ପ୍ରସ୍ତୁତ କରୁଛନ୍ତି। ୨୦୨୨ରେ ସେ ବାଉଁଶ ନିର୍ମିତ ଖେଳନା ଓ ଗହଣା ବଜାରକୁ ଛାଡିବା ଲାଗି ଯୋଜନା କରିଛନ୍ତି। ବାଉଁଶ ଉପତ୍ାଦର ଆଦୃତି ବୃଦ୍ଧି କରି ପ୍ରତିବର୍ଷ ୧ ମିଲିୟନ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ କମ୍‌ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ୪୨ ବର୍ଷୀୟ ସିନ୍ଦେ । ବ୍ୟବସାୟିକ କାର୍ଯ୍ୟ ଲାଗି ସେ ୪୨ ଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri