ଏଇ ଭାରତରେ

ବାଉଁଶ ତିଆରି ଜିନିଷ ପ୍ରସ୍ତୁତ କରି ପ୍ଲାଷ୍ଟିକ ବର୍ଜ୍ୟ ଦୂର କରିବାକୁ ଯୋଗେଶ ସିନ୍ଦେଙ୍କ ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ। ବାଉଁଶ ଜିନିଷ ବ୍ୟବହାର ବୃଦ୍ଧି କରି ଏବେ ସୁଦ୍ଧା ସେ ପାଖାପାଖି ୧୬.୫ ଲକ୍ଷ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ କମ୍‌ କରିବାକୁ ସକ୍ଷମ ହୋଇଛନ୍ତି। ମହାରାଷ୍ଟ୍ରର ପୁଣେ ନିବାସୀ ସିନ୍ଦେ ୨୦୧୬ରେ ‘ବାମ୍ବୋ ଇଣ୍ଡିଆ’ ଷ୍ଟାର୍ଟଅପ୍‌ ଗଠନ କରି ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଲକ୍‌ଡାଉନ୍‌ ସମୟରେ କାରିଗର ଯୋଗାଡ଼ କରି କାମରେ ଲଗାଇବା, ଅନ୍ୟ ବାଉଁଶ ଉପତ୍ାଦ ସମ୍ପର୍କରେ ଆଲୋଚନା କରିବା ଓ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଚୁକ୍ତି କରିବା ଆଦି କାର୍ଯ୍ୟ ସହଜରେ କରିପାରିଛନ୍ତି। ସିନ୍ଦେ ପୁଣେ ନିକଟସ୍ଥ ଭେଲି ବ୍ଲକ୍‌ର ବିଭିନ୍ନ ଗାଁର ୪୦୦୦ କୃଷକଙ୍କୁ ବାଉଁଶ ଜିନିଷ ନିର୍ମାଣ କରିବାରେ ନିଯୁକ୍ତ କରିଛନ୍ତି। ସେମାନେ ବାଉଁଶରୁ ଟୁଥ୍‌ବ୍ରଶ, ସ୍ପିକର, ୟୁଟିଲିଟି ଷ୍ଟାଣ୍ଡ୍‌, ସ୍କାଏ ଲାଣ୍ଟିନ, ଡେସ୍କ ଅର୍ଗାନାଇଜର, କ୍ଲଥ୍‌ ପେଗ୍ସ ଆଦି ତିଆରି କରୁଛନ୍ତି। ଏହାବ୍ୟତୀତ ଟ୍ରାଭେଲ କିଟ୍ସ, ପାନିଆ, କି ଚେନ୍‌ଡେସ୍କଟପ୍‌ ଆସେସରିଜ୍‌ ଆଦି ମଧ୍ୟ ପ୍ରସ୍ତୁତ କରାଯାଉଛି। ପ୍ରଥମେ ସେମାନେ ଦିନକୁ ୧୦୦ ଟୁଥ୍‌ବ୍ରଶ ତିଆରି କରୁଥିଲେ, ଏବେ ସମ୍ମିଳିତ ଉଦ୍ୟମରେ କାରିଗରମାନେ ୫୦,୦୦୦ ବ୍ରଶ୍‌ ପ୍ରସ୍ତୁତ କରୁଛନ୍ତି। ୨୦୨୨ରେ ସେ ବାଉଁଶ ନିର୍ମିତ ଖେଳନା ଓ ଗହଣା ବଜାରକୁ ଛାଡିବା ଲାଗି ଯୋଜନା କରିଛନ୍ତି। ବାଉଁଶ ଉପତ୍ାଦର ଆଦୃତି ବୃଦ୍ଧି କରି ପ୍ରତିବର୍ଷ ୧ ମିଲିୟନ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ କମ୍‌ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ୪୨ ବର୍ଷୀୟ ସିନ୍ଦେ । ବ୍ୟବସାୟିକ କାର୍ଯ୍ୟ ଲାଗି ସେ ୪୨ ଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri