ଅଛଡ଼ା-ଦୂରୁଛଡ଼ା

ଶ୍ରୀମାନ୍‌ ସର୍ବଗିଳା

ପ୍ରାୟ ଅଠର-କୋଡ଼ିଏ ବର୍ଷ ତଳେ ମୁଁ ଜଣେ ବନ୍ଧୁଙ୍କ ଘରେ ପଶିଲାବେଳକୁ ବନ୍ଧୁ ବନ୍ଧୁପତ୍ନୀ ମଧ୍ୟରେ ଚାଲିଥିଲା ଘମାଘୋଟିଆ ମଧୁର ଝଗଡ଼ା। ଆପଣ କହିବେ, ଝଗଡ଼ା ତ ଝଗଡ଼ା, ପୁଣି ମଧୁର ଝଗଡ଼ା କ’ଣ ?
ଆଜ୍ଞା! କଥାଟା ପୂରା ନ ଶୁଣି ଆଗରୁ ରୋକିଲେ ମୁଁ କହିବି କ’ଣ ଆଉ ଆପଣ ବୁଝିବେ କେମିତି? ସେ କଥା କ’ଣ କି- ପତି ରାଗିକି କହୁଛନ୍ତି, ”ହେଇଟି ଶୁଣୁଛ? ତମେ ଯେମିତି ମୋ ଭଳିଆ ପତିକି ନିନ୍ଦୁଛ, ଟାଣୁଆ କଥା କହି ମୋ ଅନ୍ତରକୁ ବିନ୍ଧୁଛ, କେବେ ମୋ ମନର ଅବସ୍ଥା କ’ଣ ବୁଝିଛ ? ମୁଁ ଆଉ ତମ ଭଳିଆ ପତ୍ନୀର ବାଣ ମାର୍କା ଟାଣ କଥା ସହିପାରିବିନି। ଭାବୁଛି ଆମତ୍ହତ୍ୟା କରି ପୂରାପୂରି ମରିଯିବି।“
ପତ୍ନୀ କହିଲେ, ”ମଲା କିଏ କହୁଛି ତମକୁ ଅଧା ମରିବାକୁ ବା? ତମ ମନ ଭିତରେ ଯେବେ ଏମିତିଆ ଶୁଦ୍ଧିଭାବନା ଜାଗିଲାଣି, ତେବେ ମର। ମୁଁ କାହିଁ ତମ ଇଚ୍ଛାକୁ ବାଧା ଦେବି – ପାପ ଅର୍ଜିବି କହିଲ?“ପତି ଏତକ ଶୁଣି କହିଲେ, ମୁଁ ମରିଯିବି, ଏକଥା ତମେ କେମିତି ଭାବିପାରୁଛ? ଛ’ବରଷ ହେଲାଣି ମତେ ବାହାହବା ପରଠୁ ଏମିତି ନିଷ୍ଠାରେ ଖାଲି ଫଳମୂଳ ପେଟେ ଖାଇ ସାବିତ୍ରୀ ବ୍ରତ ପାଳିଛ, ମୋ ଦୀର୍ଘାୟୁ କାମନା କରୁଛ ଯେ, ଯମ କ’ଣ – ତା’ ବୋପା ଆସିଲେ ବି ମତେ ନେଇପାରିବ ନା? ପତ୍ନୀ ଛଳେଇ କହିଲେ ଏଁ…ସତେ? ହେଲେ ତେମେ ଯେବେ ମରିପାରୁନ, ମତେ ଛାଡ଼ିଦିଅ। ମୁଁ ମରିଯିବି ନଲେ ଏ ଘର ଛାଡ଼ି କୁଆଡ଼େ ପଳେଇବି। ତମ ପାଖେ ଏତେ କଷ୍ଟ ସହି ପାରିବିନି କି ଏ ଘରେ ରହିପାରିବିନି ।
ତେମେ ତ ବାହାହବା ଆଗରୁ କହୁଥିଲ ଯାହା ମାଗିବି ତା’ ଖଞ୍ଜିଦେବ। ହେଲେ ବାହାଘର ଛ’ବରଷ ପରେ ନା ଭଲ ମନ୍ଦ ମୋ ମନ ବୁଝି କେବେ କିଣିଦେଇଛ? ଆଜି, ଏଇକ୍ଷଣି ମରିବି, ନଲେ ଘରଛାଡ଼ି ଯିବି। ପତି କହିଲେ, ଯଦି ମନ କହୁଛି ମର, ନ’ଲେ ଯୁଆଡ଼େ ଯିବ ତୁରନ୍ତ ଯାଅ। ପତ୍ନୀ କହିଲେ କି କଥା କହୁଛ? ଆହେ ମୁଁ ପରା ଅଗ୍ନି କି ସାକ୍ଷୀରଖି ବେଦିରେ ତମ ହାତ ଧରି ସାତ ଜନମର ସାଥୀ ହବା ପାଇଁ ସଂକଳ୍ପ କରିଛି, ଏବେ ତ ମାତ୍ର ଗୋଟାଏ ଜନମରୁ ଜମା ଛ’ବରଷ ଯାଇଛି। ମୁଁ କେମିତି ତମକୁ ଛାଡ଼ି ମରିପାରିବି ନା କୁଆଡ଼େ ଯାଇପାରିବି? ତା’ଛଡ଼ା ତମକୁ ଛାଡ଼ିଲେ ଆଉ କାହା ସହ ନିଇତି ଝଗଡ଼ା କରିବି?
ଆଃ! କି ଚମତ୍କାର ମଧୁର କଳି! କିଏ କଳନା କରିପାରିବ ଏ ଭାରତୀୟ ନରନାରୀ, ୟାଙ୍କ ପତି-ପତ୍ନୀ ସମ୍ପର୍କ କିପରି? ଏତେ ବର୍ଷ ପରେ ବି ତାଙ୍କ ପିଲାପିଲିର ସଂସାର ଦୌଡ଼ି ଦୌଡ଼ି ଚାଲିଛି। ଏମିତି ଆଉ ଗୋଟିଏ ଘଟଣା ୧୯୮୨ ମସିହା ମୋ କଲେଜ ଜୀବନରେ ଛାତ୍ରାବସ୍ଥାରେ ଦେଖି ଚକିତ ହୋଇଯାଇଥିଲି। ଭୁବନେଶ୍ୱର ସେତେବେଳ ରେଳଷ୍ଟେସନ ଶେଷଆଡ଼କୁ ଗୋଟେ ଝଙ୍କାଳିଆ ବରଗଛ ଉପରେ ଥାଏ ଅସଂଖ୍ୟ ପକ୍ଷୀଙ୍କର ବସା। ତଳେ ଥାଏ ଭିକାରିମାନଙ୍କର ସଂସାର, ବିଶ୍ରାମସ୍ଥଳ। ସେତେବେଳେ କୋଇଲା ଇଞ୍ଜିନ୍‌ ରେଳଗାଡ଼ି ଛୁକ୍‌ ଛୁକ୍‌ ଶବ୍ଦ ସାଙ୍ଗକୁ କଳାଧୂଆଁ ଫୁତ୍‌କାର ଉପରକୁ ଛାଡ଼ି ଗଲା ଆଇଲାବେଳେ ଗଛ ଉପରେ ଥିବା ଚଢ଼େଇ ଉଡ଼ିଉଡ଼ି କେଁ କଟର ରଡ଼ିଛାଡ଼ି ରେଳର ପ୍ରତିବାଦ କରନ୍ତି। ହେଲେ ରେଳଗାଡ଼ି ସେମିତି ଚାଲିଥାଏ। ଚଢ଼େଇମାନେ ବି ସବୁ ସହି ତାଙ୍କ ସଂସାର ବଂଶବୃଦ୍ଧି କରୁଥାନ୍ତି ଗଛ ଉପରେ। ଆଉ ଭିକାରିମାନେ ଗଛତଳେ।
ସେଦିନ ମୁଁ ସବୁଦିନ ଭଳି କଲେଜରୁ ଫେରିବା ବାଟରେ ଷ୍ଟେସନ ତଳମୁଣ୍ଡ ବରଗଛ ତଳେ ସିମେଣ୍ଟ ଚଉକିରେ ବସୁବସୁ ବିକଳ କାନ୍ଦ ବୋବାଳି ସହିତ ଗାଳିଗୁଲଜ ଶୁଣି ଦେଖେ ତ ଭିକାରିଟେ ତା’ ଭିକାରୁଣୀକି ତଡ଼ା ଧରି ପିଟୁଛି। ଭିକାରୁଣୀ ବିକଳ ଚିତ୍କାରରେ ରକ୍ଷା କରିବାକୁ ଅନ୍ୟଙ୍କୁ ଡାକୁଛି। ମୋର ସେତେବେଳେ ଗଜା ବୟସ। ଅମାପ ବଳ, ଅସୀମ ସାହସ। ଦୌଡ଼ିଯାଇ ଭିକାରି ହାତରୁ ବାଡ଼ି ଛଡ଼େଇ ଧକ୍କାଏ ପକେଇ ତଡ଼ାଟାକୁ ଗୋଡ଼ରେ ଭାଙ୍ଗିଦେଲି। ଭାବିଥିଲି ଭିକାରୁଣୀ ଖୁସିହୋଇ ମତେ କଇଲାଣ କରିବ। କିନ୍ତୁ ମୋ ସହିତ ଜବର କଳି କଲା। ମୁଁ କାହିଁ ତା’ ଗେରସ୍ତ ଦିହରେ ହାତ ଦେଲି ବୋଲି ମୋତେ ଗାଳିଦେଲା। ହାୟ! ମାଡ଼ ମାରୁଥିବା ପତି ପ୍ରତି ମାଡ଼ ଖାଉଥିବା ପତ୍ନୀ ପ୍ରେମ ଦେଖି ସେଦିନ ମୁଁ ତାଜୁବ୍‌ ହେଇଗଲି। ଆମ ଦେଶୀୟ ପ୍ରେମ କେତେ ‘ଅଛଡ଼ା’ ବୋଲି ଭାବୁଥିଲି। ସେତେବେଳେ ଆଜିପରି ଏତେ ଉଚ୍ଚଶିକ୍ଷା ନ ଥାଇ ବି ଧନର ଅଭାବ ଥାଇ ବି ପତି-ପତ୍ନୀଙ୍କର ଗାଢ଼ା ନିବିଡ଼ ପ୍ରେମ ସହିତ ଆଜିର ପ୍ରେମକୁ ଏବେ ବସି ତୁଳନା କରୁଛି। ଏମିତି କଥା ଭାବୁଛି।
ଏବେ ଆଚ୍ଛା ଆଚ୍ଛା ଭଦ୍ର ଶିକ୍ଷିତ-ଶିକ୍ଷିତା ପୁଅ ଝିଅଙ୍କର ପ୍ରେମର ସୁରୁୱାତ ହୁଏ ‘ଆଇ ଲଭ୍‌ ୟୁ’ ମଧୁର ସ୍ବରରୁ। ମାତ୍ର ଅଳ୍ପ କେଇଦିନ/ବର୍ଷ ପରେ ‘ଆଇ ହେଟ୍‌ ୟୁ’ ଶୁଣେଇ ‘ବ୍ରେକ୍‌ ଅପ୍‌’ ଇଂଲିଶ ଭାଷାରେ ପରସ୍ପରଠୁ ଦୂରେଇ ଯାଉଛନ୍ତି। କାଲିର ଖାସ୍‌ ପ୍ରେମ- ଆଜି କେସ୍‌କାସ୍‌ରେ ରୂପାନ୍ତରିତ ହୁଏ। ଲେଖାପଢ଼ା କୋର୍ଟ କଚେରିରେ ଛାଡ଼ପତ୍ର ଦିଆଯାଏ। କାଲି ଯିଏ କହୁଥିଲା, ‘ତମେ ମୋ ସୁନା, ମୋ ଧନ, ମୋ ଗେଲୁ, ତମ ବିନା ମୁଁ ବଞ୍ଚିପାରିବିନି; ଆଜି କହେ ମୋ ଠୁ ଦୂରେଇ ନ ଦେଲେ ମୁଁ ଶାନ୍ତିରେ ନିଃଶ୍ୱାସ ନେଇପାରିବିନି। କାଲି ଯିଏ କହୁଥିଲା, ‘ତମେ ମୋର ପ୍ରାଣପ୍ରିୟ, ଆଜି କହେ କିଏ ଅଛରେ ଆସିକି ତା’ ପ୍ରାଣନିଅ ।’ ହାୟ। ମୋ ବାପା କି ବୋଉ, କେହି କାହାକୁ ଦିନେ ବି କହି ନ ଥିଲେ ‘ଆଇ ଲଭ୍‌ ୟୁ’, ଧନ, ଗେଲୁ ନ ଡାକିଲେ ବି ପାଚିଲା ବୟସ ଯାଏ କେହି କାହାଠୁ ଦୂରେଇ ରହିପାରୁ ନ ଥିଲେ। କାହାର ଦେହ ଖରାପ ହେଲେ ଆଉ ଜଣେ ଆଖିରୁ ଲୁହ ଢାଳି ଦିଅଁଦେବତାଙ୍କୁ ମାନସିକ କରି ରାତିରାତି ବସି ସେବା କରି ଆରୋଗ୍ୟ କାମନା କରୁଥିଲେ। ଆର୍ଥିକ ଅଭାବ ଅସୁବିଧାରେ ମତାନ୍ତର କି ମନାନ୍ତର ଟିକେ ହୋଇ କିଏ ଉପାସରେ ଶୋଇଲେ, ଆଉଜଣେ ରାଣପକେଇ ଭୁଲ୍‌ ମାଗି ଭିଡ଼ିଧରି ଖୁଆଇଲା ପରେ ଆଉ ଜଣେ ଖାଉଥିଲେ। ଆଜିକାଲି ପରି ଘରକଳିକି ଦାଣ୍ଡରେ ହାଟରେ ଗଡ଼ଉ ନ ଥିଲେ କି ଆପଣା ହାତରୁ ଧନ ସାରି ଓକିଲ ପରାମର୍ଶ କରି କୋର୍ଟ କଚେରି ଧାଉଁ ନ ଥିଲେ। ସେତେବେଳେ ଅନେକ ସନ୍ତାନ ଜନ୍ମଦେଇ ପାଳିପୋଷି ମାତାପିତାର ମହତ୍ତ୍ୱ ତୁଲେଇଲାବେଳେ, ଆଜିକାଲି ଗୋଟିଏ ସନ୍ତାନର ମାତା ପିତା ହବାପାଇଁ ଅନ୍ୟର ଗର୍ଭ ଜରାୟୁ ଖୋଜୁ ନ ଥିଲେ କି ଯୌବନ ଖସିଯିବ ବୋଲି ଆଦୌ ଜନ୍ମଦେବାକୁ ଚାହୁଁ ନ ଥିଲେ।
ବାହା ନ ହେଇ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ରହିବା ସବୁକାମ କରୁଥିଲେ ବି ପତି-ପତ୍ନୀର ପରିଚୟକୁ ଫୁ କରି ଲିଭିଂ ଟୁଗେଦର’ ଇଂଗ୍ରିଜିଆ ସଂସ୍କାର ସେମାନେ ଶିଖି ନ ଥିଲେ। ତେବେ ସେଦିନର ଅଛଡ଼ା ପ୍ରେମ, ଆଉ ଆଜିକାଲିଆ ଅଳ୍ପଦିନିଆ ନିବିଡ଼ ଦୂରୁଛଡ଼ା ପ୍ରେମ ଭିତରେ କୋଉଟା ଭଲ, ଟିକେ ଭଲରେ ଭାବିଚିନ୍ତି କହିବେ।
ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ, ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri