ଏଇ ଭାରତରେ

ଶୁଷ୍କ ଜମିକୁ ଶସ୍ୟଶ୍ୟାମଳା କରିବାରେ ଜଣେ ମହିଳା କୃଷି ଶ୍ରମିକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ପଶ୍ଚିମବଙ୍ଗର ମରୁଡ଼ି ପ୍ରପୀଡ଼ିତ ଝାରଗ୍ରାମ ଅଞ୍ଚଳର ଧୋବଖୁରିଆ ଗାଁର ଲୀଳାବତୀ ମହାତାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। । ସାଧାରଣତଃ ମହିଳାମାନେ ଏସ୍‌ଏଚ୍‌ଜି ଗଠନ କରି ବିଭିନ୍ନ କାର୍ଯ୍ୟ କରୁଥିବାବେଳେ ଲୀଳାବତୀଙ୍କ ଲକ୍ଷ୍ୟ କିନ୍ତୁ ଭିନ୍ନ ରହିଛି। ୨୦୧୧ରେ ସେ ଏକ ଏସ୍‌ଏଚ୍‌ଜି ଗଠନ କରି ପୋଖରୀ ଖୋଳିବାରେ ଲାଗିଛନ୍ତି। ଗରିବ ଆଦିବାସୀ ପରିବାରଗୁଡ଼ିକୁ ଚାଷରେ ସ୍ବାବଲମ୍ବୀ କରିବା ଲାଗି ସେ ମହିଳାମାନଙ୍କ ସହଯୋଗରେ ତାଙ୍କ ଗାଁରେ ୬ ବର୍ଷରେ ୧୦୦୦ଟି ଛୋଟ ଛୋଟ ପୋଖରୀ ଖୋଳିଛନ୍ତି। ଫଳରେ ଜଳ ସସସ୍ୟା ସମାଧାନ ହୋଇଛି। ପୂର୍ବରୁ ସେହି ଅଞ୍ଚଳରେ କେବଳ ଗୋଟିଏ ଫସଲ ହେଉଥିଲା ଓ ଅନ୍ୟ ସମୟରେ ଲୋକେ ବିଭିନ୍ନ କାର୍ଯ୍ୟ ଲାଗି ବାହାରକୁ ଚାଲି ଯାଉଥିଲେ । ତେବେ ଜଳାଶୟ ନିର୍ମାଣ କରାଯିବା ପରେ କେହି ଆଉ ବାହାରକୁ କର୍ମ ସନ୍ଧାନରେ ଯାଉନାହାନ୍ତି। ସେମାନେ ଫସଲ କରି ଆମତ୍ନିର୍ଭର ହୋଇପାରିଛନ୍ତି। ପ୍ରଥମେ ଲୀଳାବତୀ ଚାଷକରି ଯାହା ଆୟ ହେଉଥିଲା ସେଥିରେ ପୋଖରୀ ଖୋଳିବା ଆରମ୍ଭ କରିଥିତ୍ଲେ। ପରେ ପଞ୍ଚାୟତ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମନା କରିବାରୁ ସେ ୫୦୦ ମହିଳାଙ୍କୁ ଏକାଠି କରି ଏହି ଅଭିଯାନରେ ଆଗକୁ ବଢ଼ିଥିତ୍ଲେ। ତାଙ୍କର ଏହି ସଂରକ୍ଷଣ ପଦ୍ଧତିକୁ ୮୫ଟି ଗାଁର ଲୋକେ ଏବେ ଅପଣାଇ ବେଶ୍‌ ଲାଭ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri