ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। କାମଧନ୍ଦା ହରାଇ ଏମାନେ ରୋଜଗାରଶୂନ୍ୟ ହୋଇଯାଉଥିବାବେଳେ ଅରୁଣାଚଳ ପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ହଜାର ହଜାର ମହିଳାଙ୍କୁ ବିଭିନ୍ନ ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ସେ ଏବେ ଚାଙ୍ଗଲାଙ୍ଗ ଜିଲାରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ସ୍ବୟଂସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକୁୁ ସଶକ୍ତ କରିବା ପାଇଁ ଦେବାଂଶ ସାନିଟାରୀ ପ୍ୟାଡ୍‌ ଓ ବାଉଁଶ ଫର୍ନିଚର ତିଆରି ୟୁନିଟ୍‌ ଆରମ୍ଭ କରିଛନ୍ତି। ଏପରି କିି ତାଙ୍କ ଜିଲାର ବୋର୍ଡୁମ୍ବସା ସର୍କଲର ଏକ ଏସ୍‌ଏଚ୍‌ଜି ୟୁନିଟ୍‌ରେ ମହିଳାମାନେ ସାନିଟାରୀ ପ୍ୟାଡ୍‌ ତିଆରି କରି କ୍ୱାରାଣ୍ଟାଇନ ସେଣ୍ଟରକୁ ଯୋଗାଇ ୩,୫୦,୦୦୦ ଟଙ୍କା ରୋଜଗାର କରିଛନ୍ତି। ପ୍ରତ୍ୟେକ ଏସ୍‌ଏଚ୍‌ଜିରେ ୧୦-୨୦ ଜଣଙ୍କୁ ସେ କାମ ଯୋଗାଇ ଦେଇଛନ୍ତି। ଏସ୍‌ଏଚ୍‌ଜିରେ ଶହ ଶହ ମହିଳା ବାଉଁଶ ଫର୍ନିଚର ତିଆରି କରିି ଭଲ ରୋଜଗାର କରୁଛନ୍ତି। ଡିଉନ ଅଞ୍ଚଳରେ ଏକ ହାଟର ବ୍ୟବସ୍ଥା ମଧ୍ୟ କରିଛନ୍ତି, ଯେଉଁଠି କେବଳ ମହିଳାମାନେ ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି। ଜିଲାରେ ୧୦ଟି ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯାଇଛି ଓ ଏଥିରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଶାସନ କୃଷିଜାତ ଦ୍ରବ୍ୟ ସେମାନଙ୍କୁ ଯୋଗାଇ ଦେଉଛନ୍ତି, ଯାହାଦ୍ୱାରା ସେମାନେ ସହଜରେ କାମ କରି ଲାଭ ପାଇପାରୁଛନ୍ତି। ପ୍ଲାଷ୍ଟିକ ଶ୍ରେଡ୍ଡର ମେଶିନ୍‌ର ବ୍ୟବସ୍ଥା କରି ଲୋକମାନଙ୍କୁ ନିଯୁକ୍ତ କରିଛନ୍ତି ଦେବାଂଶ। ଏଥିରୁ ପ୍ରସ୍ତୁତ ପ୍ଲାଷ୍ଟିକକୁ ନ୍ୟାଶନାଲ ହାଇଓ୍ବେଜ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟକ୍‌ଚର ଡେଭେଲପ୍‌ମେଣ୍ଟ କର୍ପୋରେଶନକୁ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri