ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। କାମଧନ୍ଦା ହରାଇ ଏମାନେ ରୋଜଗାରଶୂନ୍ୟ ହୋଇଯାଉଥିବାବେଳେ ଅରୁଣାଚଳ ପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ହଜାର ହଜାର ମହିଳାଙ୍କୁ ବିଭିନ୍ନ ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ସେ ଏବେ ଚାଙ୍ଗଲାଙ୍ଗ ଜିଲାରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ସ୍ବୟଂସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକୁୁ ସଶକ୍ତ କରିବା ପାଇଁ ଦେବାଂଶ ସାନିଟାରୀ ପ୍ୟାଡ୍‌ ଓ ବାଉଁଶ ଫର୍ନିଚର ତିଆରି ୟୁନିଟ୍‌ ଆରମ୍ଭ କରିଛନ୍ତି। ଏପରି କିି ତାଙ୍କ ଜିଲାର ବୋର୍ଡୁମ୍ବସା ସର୍କଲର ଏକ ଏସ୍‌ଏଚ୍‌ଜି ୟୁନିଟ୍‌ରେ ମହିଳାମାନେ ସାନିଟାରୀ ପ୍ୟାଡ୍‌ ତିଆରି କରି କ୍ୱାରାଣ୍ଟାଇନ ସେଣ୍ଟରକୁ ଯୋଗାଇ ୩,୫୦,୦୦୦ ଟଙ୍କା ରୋଜଗାର କରିଛନ୍ତି। ପ୍ରତ୍ୟେକ ଏସ୍‌ଏଚ୍‌ଜିରେ ୧୦-୨୦ ଜଣଙ୍କୁ ସେ କାମ ଯୋଗାଇ ଦେଇଛନ୍ତି। ଏସ୍‌ଏଚ୍‌ଜିରେ ଶହ ଶହ ମହିଳା ବାଉଁଶ ଫର୍ନିଚର ତିଆରି କରିି ଭଲ ରୋଜଗାର କରୁଛନ୍ତି। ଡିଉନ ଅଞ୍ଚଳରେ ଏକ ହାଟର ବ୍ୟବସ୍ଥା ମଧ୍ୟ କରିଛନ୍ତି, ଯେଉଁଠି କେବଳ ମହିଳାମାନେ ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି। ଜିଲାରେ ୧୦ଟି ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯାଇଛି ଓ ଏଥିରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଶାସନ କୃଷିଜାତ ଦ୍ରବ୍ୟ ସେମାନଙ୍କୁ ଯୋଗାଇ ଦେଉଛନ୍ତି, ଯାହାଦ୍ୱାରା ସେମାନେ ସହଜରେ କାମ କରି ଲାଭ ପାଇପାରୁଛନ୍ତି। ପ୍ଲାଷ୍ଟିକ ଶ୍ରେଡ୍ଡର ମେଶିନ୍‌ର ବ୍ୟବସ୍ଥା କରି ଲୋକମାନଙ୍କୁ ନିଯୁକ୍ତ କରିଛନ୍ତି ଦେବାଂଶ। ଏଥିରୁ ପ୍ରସ୍ତୁତ ପ୍ଲାଷ୍ଟିକକୁ ନ୍ୟାଶନାଲ ହାଇଓ୍ବେଜ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟକ୍‌ଚର ଡେଭେଲପ୍‌ମେଣ୍ଟ କର୍ପୋରେଶନକୁ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri