ଦାରିଦ୍ର୍ୟର ସ୍ପଷ୍ଟ ଚିତ୍ର ଯେ କୌଣସି ଛକ ରାସ୍ତାରେ ଦେଖିବାକୁ ମିଳେ। ଛୋଟ ପିଲାମାନେ ଭିକ୍ଷା ବୃତ୍ତିରେ ନିୟୋଜିତ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଅନେକେ ସେମାନଙ୍କୁ ଭିକ୍ଷା ଦେଇ ଚାଲିଯାଉଥିବାବେଳେ ଗୁଜରାଟର ଏକ ଦମ୍ପତି କିଛି ଭିନ୍ନ ଚିନ୍ତା କରିଛନ୍ତି। ଜୟନ୍ତୀ ଏବଂ ଅରୁଣ ରାଜ୍ୟର ବିଭିନ୍ନ ସ୍ଥାନରୁ ଭିକ୍ଷାବୃତ୍ତି କରୁଥିବା ପିଲାମାନଙ୍କୁ ଉଦ୍ଧାର କରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି। ସେମାନେ ଚାକିରିରୁ ଅବସର ନେବା ପରେ ନୁଗାର ଗାଁରେ ୧୫ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଗୁଜରାଟର ମେହେସାନ ଜିଲାର ଏକ ରାସ୍ତାରେ ଜଣେ ଶିଶୁ ତାଙ୍କୁ ଭିକ୍ଷା ମାଗୁଥିବା ଦେଖିବା ପରେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କ ଶିକ୍ଷା ଧାରାରେ ୪୯୭ ପିଲା ସାମିଲ ହୋଇସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୦ ପିଲା ଚାକିରି ପାଇଛନ୍ତି। ଅନେକେ ଛୋଟମୋଟ ବ୍ୟବସାୟ କରି ରୋଜଗାର କରୁଛନ୍ତି। ଅନୁଦାନ ଅର୍ଥରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି ଓ ପିଲାମାନଙ୍କ ସକାଶେ ବର୍ଷକୁ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ନୁଗାର ଗାଁର ୧୫ କି.ମି. ପରିଧିରେ କାର୍ରେ ଯାଇ ଲୋକଙ୍କଠାରୁ ବଳକା ଖାଦ୍ୟ ସଂଗ୍ରହ କରି ୫୦୦ରୁ ୩,୦୦୦ ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବାସନ ଧୋଇବାଠାରୁ ଆରମ୍ଭ କରି ପ୍ୟାକ୍ କରିବା ସହ ଗରିବ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି।
ଏଇ ଭାରତରେ
ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…
ପିତୃ ଶବ୍ଦର ମହାନତା
ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ…
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
ସନ୍ତାନ ପାଳନ ଓ ମାର୍ଗ ଦର୍ଶନ
ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍, ଠିକ୍ ବିବେଚନା କରିବାରେ ଅସମର୍ଥ ହୋଇଥିବା…
ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍ଡିଏ
କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…
ଶାସନରେ ଭୟ
ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…
ଏଇ ଭାରତରେ
ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…
Archives

