ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି ଗୁଜରାଟରେ। ନିଲମ୍‌ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ନିଲମ୍‌ ରହୁଛନ୍ତି ଜୁନାଗଡ଼ରେ। ସେ ଜନ୍ମରୁ ୮୦% ଦିବ୍ୟାଙ୍ଗ। ସେ ଚାଲିପାରନ୍ତି ନାହିଁ। ହ୍ବିଲ ଚେୟାରରେ ରହି ସବୁ ପ୍ରକାର କାର୍ଯ୍ୟର ପରିଚାଳନା କରୁଛନ୍ତି। ୨୦୧୨ରେ ଏକ ‘ସନ୍ତବନ ବିକଳାଙ୍ଗ ବିକାଶ ମଣ୍ଡଳ’ ଏନ୍‌ଜିଓ ଗଠନ କରି ତା ମାଧ୍ୟମରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରୁଛନ୍ତି। କେବଳ ପିଲା ନୁହନ୍ତି,ବୟସ୍କ ଦିବ୍ୟାଙ୍ଗଙ୍କ ଲାଗି ବି ରହିବା ଖାଇବା ସୁବିଧା କରିଛନ୍ତି। ତାଙ୍କ ନିକଟରେ ୯ ମାସର ଶିଶୁଠାରୁ ଆରମ୍ଭ କରି ୫୧ ବର୍ଷ ବୟସର ବ୍ୟକ୍ତି ରହିଛନ୍ତି। ଏବେ ୪୦ ଜଣ ପିଲା ଏବଂ ବୟସ୍କ ରହିଛନ୍ତି। ପିଲାମାନଙ୍କ ଶିକ୍ଷା, ମୌଳିକ ଆବଶ୍ୟକତା ଆଦି ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଦୁଇ ଭଉଣୀଙ୍କ ନିଜସ୍ବ ରୋଜଗାର ଓ ଦାନରେ ଏହା ଚାଲିଛି। ପିଲାମାନଙ୍କୁ ଫିଜିଓଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ରଖାଯାଇଛି। କେତେଜଣଙ୍କୁ ହସ୍ତକଳା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ନାଚ ଶିଖାଯାଉଛି। ଦୁଇ ଭଉଣୀଙ୍କ ବ୍ୟତୀତ ପିଲାମାନଙ୍କ ଯତ୍ନ ନେବାରେ ୧୫ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri