ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍ନାକୁ ଆସିଛି ଗୁଜରାଟରେ। ନିଲମ୍ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ନିଲମ୍ ରହୁଛନ୍ତି ଜୁନାଗଡ଼ରେ। ସେ ଜନ୍ମରୁ ୮୦% ଦିବ୍ୟାଙ୍ଗ। ସେ ଚାଲିପାରନ୍ତି ନାହିଁ। ହ୍ବିଲ ଚେୟାରରେ ରହି ସବୁ ପ୍ରକାର କାର୍ଯ୍ୟର ପରିଚାଳନା କରୁଛନ୍ତି। ୨୦୧୨ରେ ଏକ ‘ସନ୍ତବନ ବିକଳାଙ୍ଗ ବିକାଶ ମଣ୍ଡଳ’ ଏନ୍ଜିଓ ଗଠନ କରି ତା ମାଧ୍ୟମରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରୁଛନ୍ତି। କେବଳ ପିଲା ନୁହନ୍ତି,ବୟସ୍କ ଦିବ୍ୟାଙ୍ଗଙ୍କ ଲାଗି ବି ରହିବା ଖାଇବା ସୁବିଧା କରିଛନ୍ତି। ତାଙ୍କ ନିକଟରେ ୯ ମାସର ଶିଶୁଠାରୁ ଆରମ୍ଭ କରି ୫୧ ବର୍ଷ ବୟସର ବ୍ୟକ୍ତି ରହିଛନ୍ତି। ଏବେ ୪୦ ଜଣ ପିଲା ଏବଂ ବୟସ୍କ ରହିଛନ୍ତି। ପିଲାମାନଙ୍କ ଶିକ୍ଷା, ମୌଳିକ ଆବଶ୍ୟକତା ଆଦି ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଦୁଇ ଭଉଣୀଙ୍କ ନିଜସ୍ବ ରୋଜଗାର ଓ ଦାନରେ ଏହା ଚାଲିଛି। ପିଲାମାନଙ୍କୁ ଫିଜିଓଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ରଖାଯାଇଛି। କେତେଜଣଙ୍କୁ ହସ୍ତକଳା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ନାଚ ଶିଖାଯାଉଛି। ଦୁଇ ଭଉଣୀଙ୍କ ବ୍ୟତୀତ ପିଲାମାନଙ୍କ ଯତ୍ନ ନେବାରେ ୧୫ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


