ଏଇ ଭାରତରେ

ଭାରତରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପରମ୍ପରା ବହୁକାଳରୁ ଚଳିଆସୁଛି। ସେଥିମଧ୍ୟରେ ରାଜସ୍ଥାନର ବାଂଶଓ୍ବାରା ଜିଲା ଡୁଙ୍ଗୁରପୁର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରେ ଏକ ଅଜବ ପରମ୍ପରା ରହିଛି। ଏହା ଅନୁଯାୟୀ, ଆଦିବାସୀ ସମ୍ପ୍ରଦାୟରେ ପ୍ରଥମ ବିବାହ ପରେ ନବ ଦମ୍ପତିଙ୍କୁ ନେଇ ଦିଓ୍ବାଲି ଆଣା ଓ ମେରିଯୁ ପାଳନ କରାଯାଏ। ନବ ବିବାହିତ ଦମ୍ପତି ବିବାହର ପ୍ରଥମ ଦୀପାବଳି ପରଦିନ ଏହା ପାଳନ କରିଥାଆନ୍ତି। ସେମାନଙ୍କ ସୁଖୀ ଜୀବନ ପାଇଁ ଏହା ଉଦ୍ଦିଷ୍ଟ। ପରମ୍ପରା ଅନୁଯାୟୀ ନବବିବାହିତା କନ୍ୟା ପ୍ରଥମ ଦୀପାବଳି ପୂର୍ବରୁ ତାଙ୍କ ବାପଘରକୁ ଚାଲିଯାଆନ୍ତି ଓ ମାସେକାଳ ସେଠାରେ ରହନ୍ତି। ପରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ତାଙ୍କ ସ୍ବାମୀ ସାଙ୍ଗ, ଭାଇ ଓ ପରିବାର ସହ କନ୍ୟା ଘରେ ପହଞ୍ଚିଥାଆନ୍ତି। ସେଠାରେ ମହିଳାମାନେ ମଙ୍ଗଳଗୀତ ଗାଇ ଝିଅକୁ ବିଦା କରନ୍ତି। ପରେ ରୋଶଣି କରି ଦମ୍ପତି ଫେରନ୍ତି। ବାହାଘର ସମୟରେ ଯେଭଳି ବର କନ୍ୟାଙ୍କୁ ସ୍ବାଗତ କରାଯାଏ ଠିକ୍‌ ସେହିଭଳି ବର ଘରେ ସେମାନଙ୍କୁ ପାଛୋଟି ନିଆଯାଏ। ଏହା ପରେ ଉଭୟେ ଦୀପାବଳି ପାଳନ କରନ୍ତି। ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ହୁଏ। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୁଆର ମୁହଁରେ ବର ଠିଆ ହୋଇ କନ୍ୟାଙ୍କୁ ଗୀତ ଗାଇ ଡାକିଥାନ୍ତି। ବର ପାଖକୁ ଆସିବା ପାଇଁ କନ୍ୟା ବାରମ୍ବାର ମନା କରନ୍ତି। ପରେ କନ୍ୟା ସଜେଇ ହୋଇ ହାତରେ ତେଲ ଧରି ବର ପାଖକୁ ଯାଏ ଓ ବର ହାତରେ ଧରିଥିବା ପଞ୍ଚମୁଖୀ ଦୀପରେ ତେଲ ଭରିବା ପରେ ନବଦମ୍ପତି ପରିବାର ସଦସ୍ୟଙ୍କୁ ନେଇ ଗାଁ ସାରା ବୁଲିଥାଆନ୍ତି। ଏହି ସମୟରେ ଗାଁର ସମସ୍ତେ ନବ ଦମ୍ପତିଙ୍କୁ ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri