ଏଇ ଭାରତରେ

ଭାରତରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପରମ୍ପରା ବହୁକାଳରୁ ଚଳିଆସୁଛି। ସେଥିମଧ୍ୟରେ ରାଜସ୍ଥାନର ବାଂଶଓ୍ବାରା ଜିଲା ଡୁଙ୍ଗୁରପୁର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରେ ଏକ ଅଜବ ପରମ୍ପରା ରହିଛି। ଏହା ଅନୁଯାୟୀ, ଆଦିବାସୀ ସମ୍ପ୍ରଦାୟରେ ପ୍ରଥମ ବିବାହ ପରେ ନବ ଦମ୍ପତିଙ୍କୁ ନେଇ ଦିଓ୍ବାଲି ଆଣା ଓ ମେରିଯୁ ପାଳନ କରାଯାଏ। ନବ ବିବାହିତ ଦମ୍ପତି ବିବାହର ପ୍ରଥମ ଦୀପାବଳି ପରଦିନ ଏହା ପାଳନ କରିଥାଆନ୍ତି। ସେମାନଙ୍କ ସୁଖୀ ଜୀବନ ପାଇଁ ଏହା ଉଦ୍ଦିଷ୍ଟ। ପରମ୍ପରା ଅନୁଯାୟୀ ନବବିବାହିତା କନ୍ୟା ପ୍ରଥମ ଦୀପାବଳି ପୂର୍ବରୁ ତାଙ୍କ ବାପଘରକୁ ଚାଲିଯାଆନ୍ତି ଓ ମାସେକାଳ ସେଠାରେ ରହନ୍ତି। ପରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ତାଙ୍କ ସ୍ବାମୀ ସାଙ୍ଗ, ଭାଇ ଓ ପରିବାର ସହ କନ୍ୟା ଘରେ ପହଞ୍ଚିଥାଆନ୍ତି। ସେଠାରେ ମହିଳାମାନେ ମଙ୍ଗଳଗୀତ ଗାଇ ଝିଅକୁ ବିଦା କରନ୍ତି। ପରେ ରୋଶଣି କରି ଦମ୍ପତି ଫେରନ୍ତି। ବାହାଘର ସମୟରେ ଯେଭଳି ବର କନ୍ୟାଙ୍କୁ ସ୍ବାଗତ କରାଯାଏ ଠିକ୍‌ ସେହିଭଳି ବର ଘରେ ସେମାନଙ୍କୁ ପାଛୋଟି ନିଆଯାଏ। ଏହା ପରେ ଉଭୟେ ଦୀପାବଳି ପାଳନ କରନ୍ତି। ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ହୁଏ। ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୁଆର ମୁହଁରେ ବର ଠିଆ ହୋଇ କନ୍ୟାଙ୍କୁ ଗୀତ ଗାଇ ଡାକିଥାନ୍ତି। ବର ପାଖକୁ ଆସିବା ପାଇଁ କନ୍ୟା ବାରମ୍ବାର ମନା କରନ୍ତି। ପରେ କନ୍ୟା ସଜେଇ ହୋଇ ହାତରେ ତେଲ ଧରି ବର ପାଖକୁ ଯାଏ ଓ ବର ହାତରେ ଧରିଥିବା ପଞ୍ଚମୁଖୀ ଦୀପରେ ତେଲ ଭରିବା ପରେ ନବଦମ୍ପତି ପରିବାର ସଦସ୍ୟଙ୍କୁ ନେଇ ଗାଁ ସାରା ବୁଲିଥାଆନ୍ତି। ଏହି ସମୟରେ ଗାଁର ସମସ୍ତେ ନବ ଦମ୍ପତିଙ୍କୁ ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri