ଏଇ ଭାରତରେ

ନିର୍ବାଚନରେ ନେତାମାନେ ବିହନ, ସାର, ପାଣି ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା କଥା ସମସ୍ତେ ଜାଣନ୍ତି। ହେଲେ ରାତିଦିନ ଫସଲ ଜଗିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା କେବେ ଶୁଣିଛନ୍ତି କି। ବିହାରର ମୁଜାଫର୍‌ନଗର ଜିଲା ଚୌତରବା ଥାନା ଅଧୀନ ପତିଲର ପଞ୍ଚାୟତରେ ଦେଖିତ୍ବାକୁ ମିଳେ ଏମିତିକା ଘଟଣା। ଉକ୍ତ ପଞ୍ଚାୟତରେ ସବୁବେଳେ ଫସଲ ସୁରକ୍ଷାକୁ କେନ୍ଦ୍ରକରି ରାଜନୀତି ଜୋର୍‌ ଧରିଥାଏ ଓ ନିର୍ବାଚନ ହୋଇଥାଏ। ଏଠାରେ ନିର୍ବାଚିତ ପ୍ରତିନିଧି ଲୋକଙ୍କ ଫସଲ ଜଗିବା ଦାୟିତ୍ୱ ନିର୍ବାହ କରିଥାଆନ୍ତି। ଏହି ଧାରା ସ୍ବାଧୀନତା ପରଠାରୁ ଲାଗି ରହିଛି ଓ ନିର୍ବାଚିତ ୭ ଜଣ ସରପଞ୍ଚଙ୍କ ମଧ୍ୟରୁ ୫ ଜଣ ଫସଲ ସୁରକ୍ଷାକୁ ନେଇ ନିର୍ବାଚିତ ହୋଇସାରିଲେଣି। ଏଥର ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଲାଲମତୀ ଦେବୀ ଫସଲ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ନିର୍ବାଚନରେ ଜିତିଲେ ସେ ଓ ତାଙ୍କ ସ୍ବାମୀ ମିଶିି ଦିନରାତି ଫସଲ ଜଗିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଲାଲମତୀ ଜିତିଗଲେ। ଜିତିବା ପରେ ତାଙ୍କ ସ୍ବାମୀ ପଞ୍ଚାୟତ ସହଯୋଗରେ ଗ୍ରାମବାସୀଙ୍କୁ ନେଇ କମିଟି ଗଠନ କରି ଦିନରାତି ଫସଲ ଜଗିବାରେ ଲାଗିଗଲେଣି। ଏହି ପଞ୍ଚାୟତର ଗାଁଗୁୁଡ଼ିକରେ ଲୋକେ ରାତିରେ ଅନ୍ୟର ଫସଲ କାଟିନେଇ ପଶୁଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଏହାକୁ ନେଇ ବହୁ ସମୟରେ ଝଗଡ଼ା ହୁଏ ଏବଂ ମାମଲା ଥାନା ଓ କୋର୍ଟରେ ପହଞ୍ଚିଯାଏ। ଏଣୁ ଏହାକୁ ରୋକିବାରେ ଯିଏ ସଫଳ ହେବ ବୋଲି ଲୋକ ହୃଦ୍‌ବୋଧ କରନ୍ତି ତାଙ୍କୁ ହିଁ ଭୋଟ ଦେଇ ଜିତାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri