ଏଇ ଭାରତରେ

କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ରକ୍ଷା କରିବାରେ ରାଜସ୍ଥାନର ଅନିଲ ବିଷ୍ନୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅନିଲ ଜଣେ କୃଷକ ଓ ସମାଜସେବୀ। ସେ ୧୦,୦୦୦ କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ହନୁମାନଗଡ଼ ଓ ଶ୍ରୀଗଙ୍ଗାନଗର ଅଞ୍ଚଳର ୬୦ଟି ପଞ୍ଚାୟତରେ ଏହି ଜୀବମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି। ଅନିଲ ପ୍ରଥମେ ୧୯୯୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଜୀବ ବିପଦରେ ଥିତ୍ଲେ ସୂଚନା ଦେବାକୁ ବିଭିନ୍ନ ଗାଁରେ ଲୋକ ରହିଛନ୍ତି। ଦିନ ହେଉ କି ରାତି ଅନିଲ ସେମାନଙ୍କଠାରୁ ସୂଚନା ପାଇବା କ୍ଷଣି ସେଠାରେ ପହଞ୍ଚି ଜୀବମାନଙ୍କୁ ଉଦ୍ଧାର କରୁଛନ୍ତି। ସେ ମଧ୍ୟ ଶିକାର ବନ୍ଦ କରିବା ଲାଗି ଅଭିଯାନ ଚଳାଇଛନ୍ତି। ଅନିଲ ବିଏଡ୍‌ ପାସ କରିବା ପରେ ତାଙ୍କ ଗାଁ ଲାଖାଶରକୁ ଫେରି ଶିକ୍ଷକ ହେବା ବଦଳରେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୬୦ଟି ପଞ୍ଚାୟତର ଗ୍ରାମବାସୀଙ୍କ ସହ ନେଟ୍‌ଓ୍ବର୍କ ‘କମ୍ୟୁନିଟି ରିଜର୍ଭ’ ମାଧ୍ୟମରେ ଯୋଗାଯୋଗ ରକ୍ଷା କରି ଏହି ଅଭିଯାନ ଚଳାଇଛନ୍ତି। ଏହା ମଧ୍ୟରେ ସେ ୩୦୦ ଶିକାରୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ସେମାନଙ୍କ ବିରୋଧରେ ଚାଲୁଥିବା କେସ୍‌ରେ ସାକ୍ଷୀ ଭାବେ ହାଜର ହେଉଛନ୍ତି। ରାଜସ୍ଥାନର ୧୨ଟି ଜିଲାରେ ୩,୦୦୦ ଲୋକଙ୍କୁ ନେଇ ତାଙ୍କ ନେଟ୍‌ଓ୍ବର୍କରେ ସାମିଲ କରିପାରିଛନ୍ତି। ଏମାନଙ୍କୁ ନେଇ ଜଙ୍ଗଲୀ ଜୀବଙ୍କ ସୁରକ୍ଷା ପାଇଁ ରାଲିର ଆୟୋଜନ କରୁଛନ୍ତି। ଜୀବମାନେ ପାଣି ପିଇବା ଲାଗି ଗ୍ରାମବାସୀଙ୍କ ସହଯୋଗରେ ସେ ୬୬ଟି ପୋଖରୀ ମଧ୍ୟ ଖୋଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri