ଏଇ ଭାରତରେ

କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ରକ୍ଷା କରିବାରେ ରାଜସ୍ଥାନର ଅନିଲ ବିଷ୍ନୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅନିଲ ଜଣେ କୃଷକ ଓ ସମାଜସେବୀ। ସେ ୧୦,୦୦୦ କୃଷ୍ଣସାର ମୃଗ ଓ ଛୋଟ ବାରାସିଂହାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ହନୁମାନଗଡ଼ ଓ ଶ୍ରୀଗଙ୍ଗାନଗର ଅଞ୍ଚଳର ୬୦ଟି ପଞ୍ଚାୟତରେ ଏହି ଜୀବମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି। ଅନିଲ ପ୍ରଥମେ ୧୯୯୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଜୀବ ବିପଦରେ ଥିତ୍ଲେ ସୂଚନା ଦେବାକୁ ବିଭିନ୍ନ ଗାଁରେ ଲୋକ ରହିଛନ୍ତି। ଦିନ ହେଉ କି ରାତି ଅନିଲ ସେମାନଙ୍କଠାରୁ ସୂଚନା ପାଇବା କ୍ଷଣି ସେଠାରେ ପହଞ୍ଚି ଜୀବମାନଙ୍କୁ ଉଦ୍ଧାର କରୁଛନ୍ତି। ସେ ମଧ୍ୟ ଶିକାର ବନ୍ଦ କରିବା ଲାଗି ଅଭିଯାନ ଚଳାଇଛନ୍ତି। ଅନିଲ ବିଏଡ୍‌ ପାସ କରିବା ପରେ ତାଙ୍କ ଗାଁ ଲାଖାଶରକୁ ଫେରି ଶିକ୍ଷକ ହେବା ବଦଳରେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୬୦ଟି ପଞ୍ଚାୟତର ଗ୍ରାମବାସୀଙ୍କ ସହ ନେଟ୍‌ଓ୍ବର୍କ ‘କମ୍ୟୁନିଟି ରିଜର୍ଭ’ ମାଧ୍ୟମରେ ଯୋଗାଯୋଗ ରକ୍ଷା କରି ଏହି ଅଭିଯାନ ଚଳାଇଛନ୍ତି। ଏହା ମଧ୍ୟରେ ସେ ୩୦୦ ଶିକାରୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ସେମାନଙ୍କ ବିରୋଧରେ ଚାଲୁଥିବା କେସ୍‌ରେ ସାକ୍ଷୀ ଭାବେ ହାଜର ହେଉଛନ୍ତି। ରାଜସ୍ଥାନର ୧୨ଟି ଜିଲାରେ ୩,୦୦୦ ଲୋକଙ୍କୁ ନେଇ ତାଙ୍କ ନେଟ୍‌ଓ୍ବର୍କରେ ସାମିଲ କରିପାରିଛନ୍ତି। ଏମାନଙ୍କୁ ନେଇ ଜଙ୍ଗଲୀ ଜୀବଙ୍କ ସୁରକ୍ଷା ପାଇଁ ରାଲିର ଆୟୋଜନ କରୁଛନ୍ତି। ଜୀବମାନେ ପାଣି ପିଇବା ଲାଗି ଗ୍ରାମବାସୀଙ୍କ ସହଯୋଗରେ ସେ ୬୬ଟି ପୋଖରୀ ମଧ୍ୟ ଖୋଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri