ବିନା ଅନୁମତିରେ ଚାଲିଛି ପିଚୁ ପ୍ଲାଣ୍ଟ

ଯାଜପୁର ଅଫିସ,୩୦।୧୦: ଶିଳ୍ପ ପ୍ରଦୂଷଣ ରୋକିବାକୁ ଦୃଢ଼ ପଦକ୍ଷେପ ନିଆଯାଉଥିବା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଦ୍ଧପରିକର ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସାହାଣିଡ଼ିହ ପଞ୍ଚାୟତ ଅନ୍ତର୍ଗତ ଲୁଣିବର ଗ୍ରାମ ନିକଟରେ ଥିବା କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃ ନାମକ ପିଚୁ ପ୍ଲାଣ୍ଟ ଦୀର୍ଘ ବର୍ଷ ହେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବିନା ଅନୁମତିରେ ଚାଲିଛି। ଲୁଣିବର ମୌଜା ପ୍ଲଟ ନମ୍ବର ୬୦୦ ଓ ଖାତା ନମ୍ବର ୨୦୦ରେ ଥିବା ଏହି ପ୍ଲାଣ୍ଟ ଜଙ୍ଗଲ ଜମିରେ ରହିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ସ୍ବୀକାର କରିବା ସହ ନିକଟରେ ପିଚୁ ପ୍ଲାଣ୍ଟର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ବୋଲି ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ବି ଦିନ ଦ୍ୱିପହରରେ ପିଚୁ ଉତ୍ପାଦନ ଜାରି ରହିଛି। ଏହାପରେ ବି ଏସ୍‌ପିସିବି ନୀରବ ରହିବା ପରିବେଶ ବିଭାଗର କାର୍ଯ୍ୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ପିଚୁ ପ୍ଲାଣ୍ଟ ବହୁ ଗୁଣରେ ପ୍ରଦୂଷଣ ସୃଷ୍ଟି କରିଥାଏ। ଏଥିଯୋଗୁ ସାହାଣିଡ଼ିହ, ଲୁଣିବର, ବାରମାଣ, ଚକଡ଼ମରା, ମୁରାରୀପୁର, ତାରିଣୀଛକ ଆଦି ଗ୍ରାମର ଲୋକେ ପ୍ରଦୂଷଣ ଜ୍ୱାଳାରେ ଅତିଷ୍ଠ ହେଉଥିବା ମତପ୍ରକାଶ ପାଇଛି। କନ୍ଦର୍ପ ଖଟୁଆ, ଅନାମ ଖଟୁଆ, ଗଙ୍ଗାଧର ସାମଲ, ଅଜୁ ସାମଲ, ଭୀମସେନ ପାଇକ, ଟୁକୁନା ନାଏକ, କୁନା ବେହେରା ପ୍ରମୁଖ ଗ୍ରାମବାସୀ କହିଛନ୍ତି ପିଚୁ ପ୍ଲାଣ୍ଟ ଦୁର୍ଗନ୍ଧ ଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ବିଭିନ୍ନ ବାୟୁଜନିତ ରୋଗରେ ଅଞ୍ଚଳବାସୀ ଆକ୍ରାନ୍ତ ହେଉଛନ୍ତି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସୁଫଳ ମିଳି ପାରିନାହିଁ। ପୂର୍ବରୁ ଏହି ପ୍ଲାଣ୍ଟକୁ ନେଇ କେତେଜଣ ଅଧିକାରୀ ତଦନ୍ତ କରିଥିଲେ ହେଁ ତାହା କେବଳ ଅର୍ଥ ପାଇଁ ବଳ କଷିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି।
ସେହିପରି କରଞ୍ଜିଆରେ ଚାଲିଥିବା ଏମ୍‌ଡିଏସ୍‌ ପ୍ରି-ମିକ୍ସ ପିଚୁ ପ୍ଲାଣ୍ଟର ପରିବେଶଗତ ଅନୁମତି ରହିଥିଲେ ହେଁ ବିଭାଗୀୟ ନୀତି ନିୟମକୁ ମାନୁ ନ ଥିବା ଅଭିଯୋଗ ହେଉଛି। ଏନେଇ ବୋର୍ଡ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃର ମାଲିକଙ୍କୁ ବିନା ପରିବେଶଗତ ଅନୁମତିରେ ପିଚୁ ପ୍ଲାଣ୍ଟ ଚଳାଇବା ନେଇ କାରଣ ଦର୍ଶାଅ ନୋଟିସ ହୋଇଛି। ଉତ୍ତର ରଖିବାକୁ ୨ ସପ୍ତାହ ସମୟ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ...

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି...

ପଦ୍ମପୁର ଉପନିର୍ବାଚନ: ୩୧୯ ବୁଥ୍‌ରେ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ବରଗଡ଼ ଅଫିସ୍‌/ପଦ୍ମପୁର,୪।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ...

ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ

ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ...

ସାଇକେଲରେ ବିଜୟୱାଡାରୁ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୬।୫ – ଲକ୍‌ଡାଉନ୍‌ କଷଣରେ ପେଷି ହେଉଛନ୍ତି ଗରିବ ଖଟିଖିଆ। ଜୀବନ ବଞ୍ଚାଇବାକୁ ଭିଟାମାଟି ଅଭିମୁଖେ ଗଣପଳାୟନ ଜାରି ରହିଥିବାବେଳେ ପ୍ରବାସୀଙ୍କ ଯନ୍ତ୍ରଣା...

ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧:  ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ...

ବନ୍ଧାହେବେ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭାପୁର,୨୭ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ। କେତେବେଳେ ଗୋଟିଏ ଶହେ ମିଟର ରାସ୍ତାକୁ ୨୧ ଥର ବିଲ...

ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ...

Advertisement
Archives

Model This Week