ବିନା ଅନୁମତିରେ ଚାଲିଛି ପିଚୁ ପ୍ଲାଣ୍ଟ

ଯାଜପୁର ଅଫିସ,୩୦।୧୦: ଶିଳ୍ପ ପ୍ରଦୂଷଣ ରୋକିବାକୁ ଦୃଢ଼ ପଦକ୍ଷେପ ନିଆଯାଉଥିବା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଦ୍ଧପରିକର ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସାହାଣିଡ଼ିହ ପଞ୍ଚାୟତ ଅନ୍ତର୍ଗତ ଲୁଣିବର ଗ୍ରାମ ନିକଟରେ ଥିବା କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃ ନାମକ ପିଚୁ ପ୍ଲାଣ୍ଟ ଦୀର୍ଘ ବର୍ଷ ହେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବିନା ଅନୁମତିରେ ଚାଲିଛି। ଲୁଣିବର ମୌଜା ପ୍ଲଟ ନମ୍ବର ୬୦୦ ଓ ଖାତା ନମ୍ବର ୨୦୦ରେ ଥିବା ଏହି ପ୍ଲାଣ୍ଟ ଜଙ୍ଗଲ ଜମିରେ ରହିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ସ୍ବୀକାର କରିବା ସହ ନିକଟରେ ପିଚୁ ପ୍ଲାଣ୍ଟର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ବୋଲି ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ବି ଦିନ ଦ୍ୱିପହରରେ ପିଚୁ ଉତ୍ପାଦନ ଜାରି ରହିଛି। ଏହାପରେ ବି ଏସ୍‌ପିସିବି ନୀରବ ରହିବା ପରିବେଶ ବିଭାଗର କାର୍ଯ୍ୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ପିଚୁ ପ୍ଲାଣ୍ଟ ବହୁ ଗୁଣରେ ପ୍ରଦୂଷଣ ସୃଷ୍ଟି କରିଥାଏ। ଏଥିଯୋଗୁ ସାହାଣିଡ଼ିହ, ଲୁଣିବର, ବାରମାଣ, ଚକଡ଼ମରା, ମୁରାରୀପୁର, ତାରିଣୀଛକ ଆଦି ଗ୍ରାମର ଲୋକେ ପ୍ରଦୂଷଣ ଜ୍ୱାଳାରେ ଅତିଷ୍ଠ ହେଉଥିବା ମତପ୍ରକାଶ ପାଇଛି। କନ୍ଦର୍ପ ଖଟୁଆ, ଅନାମ ଖଟୁଆ, ଗଙ୍ଗାଧର ସାମଲ, ଅଜୁ ସାମଲ, ଭୀମସେନ ପାଇକ, ଟୁକୁନା ନାଏକ, କୁନା ବେହେରା ପ୍ରମୁଖ ଗ୍ରାମବାସୀ କହିଛନ୍ତି ପିଚୁ ପ୍ଲାଣ୍ଟ ଦୁର୍ଗନ୍ଧ ଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ବିଭିନ୍ନ ବାୟୁଜନିତ ରୋଗରେ ଅଞ୍ଚଳବାସୀ ଆକ୍ରାନ୍ତ ହେଉଛନ୍ତି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସୁଫଳ ମିଳି ପାରିନାହିଁ। ପୂର୍ବରୁ ଏହି ପ୍ଲାଣ୍ଟକୁ ନେଇ କେତେଜଣ ଅଧିକାରୀ ତଦନ୍ତ କରିଥିଲେ ହେଁ ତାହା କେବଳ ଅର୍ଥ ପାଇଁ ବଳ କଷିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି।
ସେହିପରି କରଞ୍ଜିଆରେ ଚାଲିଥିବା ଏମ୍‌ଡିଏସ୍‌ ପ୍ରି-ମିକ୍ସ ପିଚୁ ପ୍ଲାଣ୍ଟର ପରିବେଶଗତ ଅନୁମତି ରହିଥିଲେ ହେଁ ବିଭାଗୀୟ ନୀତି ନିୟମକୁ ମାନୁ ନ ଥିବା ଅଭିଯୋଗ ହେଉଛି। ଏନେଇ ବୋର୍ଡ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କଳିଙ୍ଗ କମ୍ବାଇନ୍ସ ପ୍ରାଇଭେଟ ଲିଃର ମାଲିକଙ୍କୁ ବିନା ପରିବେଶଗତ ଅନୁମତିରେ ପିଚୁ ପ୍ଲାଣ୍ଟ ଚଳାଇବା ନେଇ କାରଣ ଦର୍ଶାଅ ନୋଟିସ ହୋଇଛି। ଉତ୍ତର ରଖିବାକୁ ୨ ସପ୍ତାହ ସମୟ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri