ଏଇ ଭାରତରେ

ଡିଜିଟାଲ ଯୁଗରେ ଡାକ କଥା ଭାବିବାକୁ କାହା ପାଖରେ ସମୟ ନ ଥିବାବେଳେ ଜଣେ ଯୁବତୀ ଚିଠି ମାଧ୍ୟମରେ ୪୩ଟି ଦେଶରେ ବନ୍ଧୁତା ସ୍ଥାପନ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କେରଳର ରେଜ୍‌ବିନ ଅବ୍ବାଙ୍କ ଦ୍ୱାରା ସମ୍ଭବ ହୋଇଛି। ରେଜ୍‌ବିନ ରହନ୍ତି ମଲାପୁରମ ଜିଲାର ଆରିକୋଡେ ଗାଁରେ। ତାଙ୍କ ବୟସ ୧୮। ବଡ଼ କଥା ହେଉଛି, ସେ ଗାଁ ବାହାରକୁ ନ ଯାଇ ୩ ବର୍ଷ ହେବ ଚିଠି ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଚାଲିଛନ୍ତି। ମୁଖ୍ୟତଃ ସାମାଜିକ ଗଣମାଧ୍ୟମରୁ ବିଭିନ୍ନ ଦେଶର ଲୋକଙ୍କ ଠିକଣା ଯୋଗାଡ଼ କରି ସେମାନଙ୍କ ନିକଟକୁ ଚିଠି ଲେଖୁଛନ୍ତି। ଏବେ ତାଙ୍କ ବନ୍ଧୁତ୍ୱର ଖିଅ ୪୩ଟି ଦେଶକୁ ଲମ୍ବି ସାରିଲାଣି ଓ ଆଗକୁ ଆହୁରି ଅଧିକ ଦେଶକୁ ଏହାକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ରେଜ୍‌ବିନ। ତାଙ୍କୁ ୮ ବର୍ଷ ହୋଇଥିଲାବେଳେ ତାଙ୍କ ମାତାପିତାଙ୍କ ବିଚ୍ଛେଦ ହୋଇଥିଲା। ସେ ବିଷାଦ ମଧ୍ୟକୁ ଚାଲିଯାଇଥିଲେ। ତାଙ୍କୁ ଅନ୍ୟ ପିଲାମାନେ ଅନାଥ ବୋଲି ସମ୍ବୋଧନ କରୁଥିଲେ। ପରେ ଚିଠି ଲେଖି ମାନସିକ ଚାପ ଲାଘବ କରିବା ସହ ଏହା ମାଧ୍ୟମରେ ବନ୍ଧୁତା ବଢ଼ାଇବାରେ ଆରମ୍ଭ କରିଥିଲେ। ପ୍ରଥମେ ୨୦୧୮ରେ ମେକ୍ସିକୋର ସାରାଙ୍କୁ ଚିଠି ଦେଇ ତାଙ୍କଠାରୁ ଚିଠି ପାଇବା ପରେ ରେଜ୍‌ବିନ ତାଙ୍କୁ ପ୍ରଥମ ବନ୍ଧୁ ଭାବେ ଗ୍ରହଣ କରିଥିେଲେ। ସେବେଠାରୁ ସେ ବିଦେଶକୁ ୭୦ଟି ଚିଠି ଲେଖିଛନ୍ତି ଓ ସେତିକିଟି ଚିଠି ମଧ୍ୟ ପାଇଛନ୍ତି। ଏହାଦ୍ୱାରା ରେଜ୍‌ବିନ ଓ ସେମାନଙ୍କ ମଧ୍ୟରେ ବନ୍ଧୁତା ଦୃଢ଼ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri