ଏଇ ଭାରତରେ

ଡିଜିଟାଲ ଯୁଗରେ ଡାକ କଥା ଭାବିବାକୁ କାହା ପାଖରେ ସମୟ ନ ଥିବାବେଳେ ଜଣେ ଯୁବତୀ ଚିଠି ମାଧ୍ୟମରେ ୪୩ଟି ଦେଶରେ ବନ୍ଧୁତା ସ୍ଥାପନ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କେରଳର ରେଜ୍‌ବିନ ଅବ୍ବାଙ୍କ ଦ୍ୱାରା ସମ୍ଭବ ହୋଇଛି। ରେଜ୍‌ବିନ ରହନ୍ତି ମଲାପୁରମ ଜିଲାର ଆରିକୋଡେ ଗାଁରେ। ତାଙ୍କ ବୟସ ୧୮। ବଡ଼ କଥା ହେଉଛି, ସେ ଗାଁ ବାହାରକୁ ନ ଯାଇ ୩ ବର୍ଷ ହେବ ଚିଠି ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଚାଲିଛନ୍ତି। ମୁଖ୍ୟତଃ ସାମାଜିକ ଗଣମାଧ୍ୟମରୁ ବିଭିନ୍ନ ଦେଶର ଲୋକଙ୍କ ଠିକଣା ଯୋଗାଡ଼ କରି ସେମାନଙ୍କ ନିକଟକୁ ଚିଠି ଲେଖୁଛନ୍ତି। ଏବେ ତାଙ୍କ ବନ୍ଧୁତ୍ୱର ଖିଅ ୪୩ଟି ଦେଶକୁ ଲମ୍ବି ସାରିଲାଣି ଓ ଆଗକୁ ଆହୁରି ଅଧିକ ଦେଶକୁ ଏହାକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ରେଜ୍‌ବିନ। ତାଙ୍କୁ ୮ ବର୍ଷ ହୋଇଥିଲାବେଳେ ତାଙ୍କ ମାତାପିତାଙ୍କ ବିଚ୍ଛେଦ ହୋଇଥିଲା। ସେ ବିଷାଦ ମଧ୍ୟକୁ ଚାଲିଯାଇଥିଲେ। ତାଙ୍କୁ ଅନ୍ୟ ପିଲାମାନେ ଅନାଥ ବୋଲି ସମ୍ବୋଧନ କରୁଥିଲେ। ପରେ ଚିଠି ଲେଖି ମାନସିକ ଚାପ ଲାଘବ କରିବା ସହ ଏହା ମାଧ୍ୟମରେ ବନ୍ଧୁତା ବଢ଼ାଇବାରେ ଆରମ୍ଭ କରିଥିଲେ। ପ୍ରଥମେ ୨୦୧୮ରେ ମେକ୍ସିକୋର ସାରାଙ୍କୁ ଚିଠି ଦେଇ ତାଙ୍କଠାରୁ ଚିଠି ପାଇବା ପରେ ରେଜ୍‌ବିନ ତାଙ୍କୁ ପ୍ରଥମ ବନ୍ଧୁ ଭାବେ ଗ୍ରହଣ କରିଥିେଲେ। ସେବେଠାରୁ ସେ ବିଦେଶକୁ ୭୦ଟି ଚିଠି ଲେଖିଛନ୍ତି ଓ ସେତିକିଟି ଚିଠି ମଧ୍ୟ ପାଇଛନ୍ତି। ଏହାଦ୍ୱାରା ରେଜ୍‌ବିନ ଓ ସେମାନଙ୍କ ମଧ୍ୟରେ ବନ୍ଧୁତା ଦୃଢ଼ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri