ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍‌ ସହର ନିବାସୀ ସୁଗଣ୍ୟା କାଣ୍ଡାସାମୀ। ସେ ସଞ୍ଚତ୍ତ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ‘ଚ୍ୟାଲେଞ୍ଜ ରିହାଭ୍‌ ସେଣ୍ଟର’ଖୋଲି ୪୦ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷା ଦେଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଅପସ୍ମାର ଏବଂ ଆଟେନ୍‌ସନ ଡେଫିସିଟି ହାଇପର୍‌ଆକ୍ଟିଭ ଡିଜଅର୍ଡର(ଏଡିଏଚ୍‌ଡି)ପିଲା ମଧ୍ୟ ରହିଛନ୍ତି। ସୁଗଣ୍ୟାଙ୍କ ପିତା ଜଣେ ମତ୍ସ୍ୟଜୀବୀ। ମହିଳାଙ୍କ ଶିକ୍ଷା ଉପରେ ପରିବାରରେ ଗୁରୁତ୍ୱ ନ ଥିତ୍ବାରୁ ସୁଗଣ୍ୟା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜସ୍ବ ଉଦ୍ୟମରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ମନସ୍ତତ୍ତ୍ୱ ବିଜ୍ଞାନ, ଅଡିଓଲୋଜିରେ ଡିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ସ୍ପିଚ୍‌ ଥେରାପି ଏବଂ କାଉନ୍‌ସିଲିଂରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି। ଶିକ୍ଷା ଶେଷ କରିବା ପରେ ୨୦୧୦ରେ ସେ ଏକ ଏନ୍‌ଜିଓରେ କାର୍ଯ୍ୟ କରିଥିଲେ। ପରେ ୨୦୧୪ରେ ଏନ୍‌ଜିଓ ଛାଡି ‘ଚ୍ୟାଲେଞ୍ଜ ରିହାଭ୍‌ ସେଣ୍ଟର୍‌’ ଖୋଲିଥିଲେ। ସାଇନ୍‌ ଲାଙ୍ଗୁଏଜ୍‌ରେ ଶିକ୍ଷା ଲାଭ କରିଥିବାରୁ ପିଲାମାନଙ୍କୁ ପଢ଼ାଇବାରେ ସୁଗଣ୍ୟାଙ୍କୁ କିଛି ଅସୁବିଧା ହେଉନାହିଁ। ଏବେ ସେ ଏକ ଭୋକେଶନାଲ ଟ୍ରେନିଂ ସେଣ୍ଟର୍‌ ଖୋଲିବା ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri