ଏଇ ଭାରତରେ

କୃଷିରେ ଗୋଷ୍ଠୀଗତ ଭାଗୀଦାରି ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ, ବଳିଷ୍ଠ ପ୍ରୟାସ। ଏଭଳି ପ୍ରୟାସ କରୁଛନ୍ତି ଆଇଆଇଟି(ହାଇଦ୍ରାବାଦ)ର ପୂର୍ବତନ ଛାତ୍ର ସୁନିତ ରେଡ୍ଡୀ। ସେ ତାଙ୍କ ସାଙ୍ଗ ଶୌର୍ଯ୍ୟ ଚନ୍ଦ୍ରାଙ୍କ ସହ ‘କମ୍ୟୁନିଟ ଫରେଷ୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ଏବେ ହାଇଦ୍ରାବାଦ ଓ କୋର୍ଗର ପୁମେଲରେ ୪୦୦ ଏକର ଜମିରେ କମ୍ୟୁନିଟି ଚାଷ କରୁଛନ୍ତି। ପାଖାପାଖିତ୍ ୧୬୦ କୃଷକ ଏଥିରେ ସାମିଲ ହୋଇଛନ୍ତି। କୃଷକମାନେ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଇବା ସହ ସୁସ୍ଥ ଓ ପରିବେଶ ଅନୁକୂଳ ଜୀବନ ଜିଇ ପାରୁଛନ୍ତି। ୨୦୧୫-୧୬ରେ ସେ ପ୍ରଥମେ ବେଙ୍ଗାଲୁରୁ ନିକଟରେ କିଛି ଜମି କିଣି ଜୈବିକ କୃଷି ଆରମ୍ଭ କରିଥିଲେ। ପରେ ୨୦୧୭ରେ ଚାକିରି ଛାଡି ଶୌର୍ଯ୍ୟ ଓ ଅନ୍ୟ ୫ ଜଣ ସଦସ୍ୟଙ୍କୁ ନେଇ ହାଇଦ୍ରାବାଦରେ ୧୦ ଏକର ପରିତ୍ୟକ୍ତ ଜମି ଯୋଗାଡ କରି ସେଥିରେ ଗୋଷ୍ଠୀଗତ କୃଷି ଆରମ୍ଭ କରିଥିଲେ। ପରେ ଏହାକୁ ସେ ୪୦୦ ଏକରକୁ ବଢ଼ାଇପାରିଛନ୍ତି। ସେମାନେ ଏହି ଜମିରେ ପରିବେଶ ଅନୁକୂଳ ଖାଦ୍ୟ ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ପାରମ୍ପରିକ ତଥା ପରିବେଶ ଉପଯୋଗୀ କୃଷି ପଦ୍ଧତିରେ ଚାଷ ହେଉଛି। ଯେଉଁ ଚାଷରେ ସେମାନଙ୍କର ଯେତିକି ଶେୟାର ରହୁଛି ସେହି ଅନୁପାତରେ ସେମାନେ ଲାଭ ପାଉଛନ୍ତି। ଏହି ପ୍ର୍ରୋଜେକ୍କ୍ଟରେ ବଜାର ସୁବିଧା କରାଯାଉଛି। ଉପତ୍ାଦର ମୂଲ୍ୟ ନିର୍ଦ୍ଧାରଣ କରିବା ସହ କୃଷକମାନେ କିଭଳି ଉଚିତ ଦାମ୍‌ ପାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri