ଏଇ ଭାରତରେ

କୃଷିରେ ଗୋଷ୍ଠୀଗତ ଭାଗୀଦାରି ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ, ବଳିଷ୍ଠ ପ୍ରୟାସ। ଏଭଳି ପ୍ରୟାସ କରୁଛନ୍ତି ଆଇଆଇଟି(ହାଇଦ୍ରାବାଦ)ର ପୂର୍ବତନ ଛାତ୍ର ସୁନିତ ରେଡ୍ଡୀ। ସେ ତାଙ୍କ ସାଙ୍ଗ ଶୌର୍ଯ୍ୟ ଚନ୍ଦ୍ରାଙ୍କ ସହ ‘କମ୍ୟୁନିଟ ଫରେଷ୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ଏବେ ହାଇଦ୍ରାବାଦ ଓ କୋର୍ଗର ପୁମେଲରେ ୪୦୦ ଏକର ଜମିରେ କମ୍ୟୁନିଟି ଚାଷ କରୁଛନ୍ତି। ପାଖାପାଖିତ୍ ୧୬୦ କୃଷକ ଏଥିରେ ସାମିଲ ହୋଇଛନ୍ତି। କୃଷକମାନେ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଇବା ସହ ସୁସ୍ଥ ଓ ପରିବେଶ ଅନୁକୂଳ ଜୀବନ ଜିଇ ପାରୁଛନ୍ତି। ୨୦୧୫-୧୬ରେ ସେ ପ୍ରଥମେ ବେଙ୍ଗାଲୁରୁ ନିକଟରେ କିଛି ଜମି କିଣି ଜୈବିକ କୃଷି ଆରମ୍ଭ କରିଥିଲେ। ପରେ ୨୦୧୭ରେ ଚାକିରି ଛାଡି ଶୌର୍ଯ୍ୟ ଓ ଅନ୍ୟ ୫ ଜଣ ସଦସ୍ୟଙ୍କୁ ନେଇ ହାଇଦ୍ରାବାଦରେ ୧୦ ଏକର ପରିତ୍ୟକ୍ତ ଜମି ଯୋଗାଡ କରି ସେଥିରେ ଗୋଷ୍ଠୀଗତ କୃଷି ଆରମ୍ଭ କରିଥିଲେ। ପରେ ଏହାକୁ ସେ ୪୦୦ ଏକରକୁ ବଢ଼ାଇପାରିଛନ୍ତି। ସେମାନେ ଏହି ଜମିରେ ପରିବେଶ ଅନୁକୂଳ ଖାଦ୍ୟ ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ପାରମ୍ପରିକ ତଥା ପରିବେଶ ଉପଯୋଗୀ କୃଷି ପଦ୍ଧତିରେ ଚାଷ ହେଉଛି। ଯେଉଁ ଚାଷରେ ସେମାନଙ୍କର ଯେତିକି ଶେୟାର ରହୁଛି ସେହି ଅନୁପାତରେ ସେମାନେ ଲାଭ ପାଉଛନ୍ତି। ଏହି ପ୍ର୍ରୋଜେକ୍କ୍ଟରେ ବଜାର ସୁବିଧା କରାଯାଉଛି। ଉପତ୍ାଦର ମୂଲ୍ୟ ନିର୍ଦ୍ଧାରଣ କରିବା ସହ କୃଷକମାନେ କିଭଳି ଉଚିତ ଦାମ୍‌ ପାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପେକ୍ଷିକ ସତ୍ୟର ଅସ୍ବୀକାରରେ ପରାହତ ସତ୍ୟ

ଦିଲୀପ କୁମାର ଦାଶ ୧୯୫୦ରେ ଅକିରା କୁରୋସାବାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ରଶୋମନ ଏକ ଗୂଢ଼ ଦାର୍ଶନିକ ପ୍ରଶ୍ନ ଉଠାଇଥିଲା। ତାହା ଥିଲା, ସତ୍ୟର ପ୍ରତିଷ୍ଠାକୁ...

ଏଇ ଭାରତରେ

ଲଦାଖର କାର୍‌ଗିଲ ଜିଲା ଅନ୍ତର୍ଗତ କରିଥ ଗାଁର ସରକାରୀ ଉଚ୍ଚପ୍ରାଥମିକ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ମହମ୍ମଦ ଅଲୀଙ୍କ ଶିକ୍ଷାପଦ୍ଧତି ଏବେ ଚର୍ଚ୍ଚାରେ। ଅଲୀ ୨୦୧୬ରେ ସ୍କୁଲର...

ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ...

ବାବୁଙ୍କ ବିବାଦ

କର୍ନାଟକର ପ୍ରଥମ ମହିଳା ଗୃହ ସଚିବ ଥିଲେ ଆଇପିଏସ୍‌ ଅଧିକାରୀ ଡି.ରୁପା। ଏବେ ତାଙ୍କୁ କର୍ନାଟକ ରାଜ୍ୟ ହସ୍ତଶିଳ୍ପ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ...

କାର୍ଯ୍ୟ ସମ୍ପାଦନ ଯାଞ୍ଚ ହେଉନାହିଁ କାହିଁକି

ସହଦେବ ସାହୁ   ପାଠ କହେ ଯେ ଲୋକଙ୍କ ଉପରେ ଟିକସ ବସାଇ ସେହି ପଇସାରେ ସରକାର ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉନ୍ନତିମୂଳକ କାମ...

ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି...

ଭାରତରେ ବ୍ରେନ୍‌ ଡ୍ରେନ୍‌

ଡ. ନରେନ୍ଦ୍ର ସେଠୀ ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ବୃହତ୍ତମ ଶିକ୍ଷା ପ୍ରଣାଳୀ ଥିବା ଭାରତରେ ୨.୫୯ କୋଟି ଛାତ୍ରୀଛାତ୍ର ପ୍ରାୟ ୪୫...

କି ପରିବର୍ତ୍ତନ

କେନ୍ଦ୍ର ସରକାରଙ୍କ ଦ୍ୱାରା ସଚିବସ୍ତରୀୟ ଅଦଳବଦଳ କରାଯାଇଛି। ଏଥିରେ ୯ଟି ମନ୍ତ୍ରଣାଳୟ ଓ ବିଭାଗକୁ ମିଳିଛି ନୂଆ ସଚିବ। କେନ୍ଦ୍ରରେ ଏ ପ୍ରକାର ପଦୋନ୍ନତି ଲାଗି...

Advertisement
Archives

Model This Week