Posted inଖେଳ

ଆଇପିଏଲ୍‌ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍‌’: ଜାଣନ୍ତୁ କାହିଁକି

ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍‌କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲରୁ ଓହରି ଯାଇଛନ୍ତି। ବାୟୋ-ବବଲ ଥକ୍କା କାରଣରୁ ସେ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। କାରିବିଆନ ପ୍ରିମିୟର ଲିଗ ଖେଳିବା ପରେ ସିଧାସଳଖ ଆଇପିଏଲରେ ଭାଗ ନେବାକୁ ଗେଲ ୟୁଏଇକୁ ଆସିଥିଲେ।
ଆଇପିଏଲ ଛାଡିବା ପରେ ଗେଲ କହିଛନ୍ତି ଯେ ଟି -୨୦ ବିଶ୍ୱକପ ପୂର୍ବରୁ ସେ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହୁଁଛନ୍ତି। ଗେଲ ଚଳିତ ବର୍ଷ ଜୁନ ଠାରୁ ବାୟୋ-ବବୁଲରେ ଥିଲେ। ପ୍ରଥମେ ଘରୋଇ ସିରିଜ (ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ବିପକ୍ଷରେ ୧୪ ଟି -୨୦ ଅନ୍ତର୍ଭୁକ୍ତ) ଏବଂ ପରେ କାରିବିଆନ ପ୍ରିମିୟର ଲିଗ (ସିପିଏଲ) ଏବଂ ଏବେ ଆଇପିଏଲ ଖେଳୁଥିଲେ। ଗେଲ ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ ମୁଁ ୱେଷ୍ଟଇଣ୍ଡିଜ, କାରିବିଆନ ପ୍ରିମିୟର ଲିଗ ଏବଂ ପରେ ଆଇପିଏଲର ବାୟୋ-ବବୁଲରେ ଥିଲି। ମୁଁ ନିଜକୁ ମାନସିକ ସ୍ତରରେ ସତେଜ କରିବାକୁ ଚାହେଁ। ମୁଁ ଟି -୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ସାହାଯ୍ୟ କରିବା ଏବଂ ଦୁବାଇରେ ବିରତି ନେବାକୁ ଚାହୁଁଛି। ମୋତେ ସମୟ ଦେଇଥିବାରୁ ପଞ୍ଜାବ କିଙ୍ଗ୍ସକୁ ଧନ୍ୟବାଦ।ମୋର ଇଚ୍ଛା ଏବଂ ଆଶା ସବୁବେଳେ ଦଳ ସହିତ ଥାଏ। ଆଗାମୀ ମ୍ୟାଚ ପାଇଁ ଦଳକୁ ଶୁଭେଚ୍ଛା।
ବାୟୋ-ବବୁଲ କାରଣରୁ ଗତ କିଛି ମାସ ମଧ୍ୟରେ କ୍ରିକେଟରୁ ବିରତି ନେବାରେ ଗେଲ ପ୍ରଥମ ଖେଳାଳି ନୁହଁନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ ମଧ୍ୟ ମାନସିକ ଚାପ ଦର୍ଶାଇ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ ରାହୁଲଙ୍କୁ ନିରାଶ କଲେ ଧାଓ୍ବନ, ଖରାପ ବୋଲିଂ

ମୁମ୍ବାଇ,୧୮।୪: ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୬ ରନ୍‌ର ବଡ଼ ଟାର୍ଗେଟ୍‌ ଛିଡ଼ା କରିଥିଲା କିଙ୍ଗ୍ସ ପଞ୍ଜାବ। କିନ୍ତୁ ଶିଖର ଧାଓ୍ବନଙ୍କ ବିସ୍ଫୋରକ ୯୨ ରନ୍‌ର ଇନିଂସ...

ସ୍ତ୍ରୀ ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨୮।୯: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ...

ଆଇପିଏଲକୁ ଫେରିଲା ଭିଭୋ

ଚେନ୍ନାଇ, ୧୮।୨ : ଟାଇଟଲ ସ୍ପନସର ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)କୁ ଫେରିଛି ମୋବାଇଲ ପ୍ରସ୍ତୁତିକାରୀ ଚାଇନିଜ କମ୍ପାନୀ ଭିଭୋ। ଏ ନେଇ ଆଇପିଏଲ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

ଟୋକିଓ ଫ୍ଲାଇଟ୍‌ ମିସ୍‌ କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍‌...

ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍‌ କରିଦେବେ କୋହଲି: କପିଲ ଦେବ

ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ...

ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ତଥା ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ...

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

Advertisement
Archives

Model This Week