ଏଇ ଭାରତରେ

ନଡ଼ାପୋଡ଼ି ସମସ୍ୟା ସମାଧାନ କରିବା ସହ ଜମିର ଉର୍ବରତା ବଢ଼ାଇବାରେ ସନ୍ଦୀପା କାନିତକରଙ୍କ ଅଭିନବ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ୫୩ ବର୍ଷୀୟା କାନିତକର ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ। ରହୁଛନ୍ତି ପୁଣେରେ। ତାଙ୍କ ଦ୍ୱାରା ପ୍ରସ୍ତୁତ ‘ ସ୍ପିଡ୍‌ କମ୍ପୋଷ୍ଟ’ ଜମିରେ ପକାଇବା ଦ୍ୱାରା ନଡ଼ା ସହଜରେ ଖତ ହୋଇଯାଉଛି। ସ୍ପିଡ୍‌ କମ୍ପୋଷ୍ଟରେ ଥିତ୍ବା ଅଣୁଜୀବ ନଡ଼ାକୁ ଶୀଘ୍ର ବିଘଟନ କରିପାରୁଛନ୍ତି। ନଡ଼ାକୁ ଜୈବିକ ଖତରେ ପରିଣତ କରିବାକୁ ହେଲେ ଏକ ଏକରରେ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଏହି ପଦ୍ଧତିରେ ଜମିର ଉର୍ବରତା ସହ ଉପତ୍ାଦନ ବୃଦ୍ଧି ପାଇବା ସହ ଚାଷୀମାନେ ଅତ୍ୟଧିକ ଲାଭ ପାଇପାରୁଛନ୍ତି। କାନିତକରଙ୍କ ପ୍ରୟାସ ଯୋଗୁ ଦିଲ୍ଲୀ, ହରିୟାଣାରେ ପ୍ରାୟ ୩୦,୦୦୦ ଏକର ଜମିରେ ନଡ଼ାପୋଡି ବନ୍ଦ କରାଯାଇପାରିଛି। ବାୟୁ ପ୍ରଦୂଷଣ ବି ଅନେକାଂଶରେ କମିଛିି। ୨୦୧୬ରୁ କାନିତକର ଏହି କାର୍ଯ୍ୟ କରିଆସୁଛନ୍ତି। ସେ ୧୯୯୦ରେ ପ୍ରତିଷ୍ଠା କରିଥିତ୍ବା ‘କାନ୍‌ ବାୟୋଜ’ ସଂସ୍ଥା ଦ୍ୱାରା ଏହା କରାଯାଉଛି। ଏହି ସଂସ୍ଥା ମଧ୍ୟ କୀଟନାଶକ ଓ ରାସାୟନିକ ସାର ମୁକ୍ତ କୃଷି ଲାଗି ସଂଗ୍ରାମ ଜାରି ରଖିଛି। ଦୀର୍ଘ ୩୦ ବର୍ଷ ହେବ ମହାରାଷ୍ଟ୍ର, କର୍ନାଟକ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ ଏବଂ ହରିୟାଣାରେ ଲକ୍ଷ ଲକ୍ଷ କୃଷକଙ୍କୁ ଜୈବିକ କୃଷିରେ ସାମିଲ କରିସାରିଲେଣି କାନିତକର। କୃଷି ଉପତ୍ାଦଗୁଡ଼ିକୁ ଆମେରିକା, ଟର୍କି, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକାକୁ ରପ୍ତାନି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri