ବକ୍ତାଙ୍କ ବକ୍ତୃତା

ରବିନାରାୟଣ ସାମଲ

ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ବାଦ୍‌ ମହାପୁରୁଷଙ୍କ ଜୟନ୍ତୀ ଦେଶରେ ପାଳିତ ହୁଏ। ଏଥିରେ ସ୍ବାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ କଥା କେଉଁଠି କେମିତି ନାମକୁମାତ୍ର ସ୍ମରଣ କରାଯାଏ। ଏଥିରୁ ଆମ ନୂତନ ପିଢ଼ି ଜାଣିବେ କ’ଣ? ବହୁ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ନୂତନ ପିଢ଼ି ଉଦ୍‌ବୁଦ୍ଧ ହେଲା ଭଳି ପ୍ରସଙ୍ଗ ବକ୍ତାଙ୍କ ତୁଣ୍ଡରୁ ଶୁଣିବାକୁ ମିଳୁନାହିଁ। ଏହାବ୍ୟତୀତ ବହୁ ସଭାରେ ବକ୍ତାମାନେ ବିଶ୍ୱ ଇତିହାସ କଥା କେବେ ବି ଉଦ୍ଧୃତ କରିବାର ଶୁଣାଯାଏ ନାହିଁ। ମାତ୍ର ଇତିହାସ ବିନା ସଭ୍ୟତା ଯେ ଶିଖର ଛୁଇଁପାରିବ ନାହିଁ, ଏକଥା ମନେରଖିବା ଉଚିତ।
ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ବିନା ମାନବ ସଭ୍ୟତା ତିଷ୍ଠି ପାରିବ ନାହିଁ, ଏକଥା ସମସ୍ତେ ଊଣାଅଧିକେ ଜାଣନ୍ତି। କରୋନା ମହାମାରୀର ବ୍ୟାପକତାକୁ ପର୍ଯ୍ୟାଲୋଚନା କଲେ, ଏକଥା ସହଜରେ ଜଣାପଡ଼େ। ମାତ୍ର ସଭାସମିତିରେ ମଞ୍ଚ ମଣ୍ଡନ କରୁଥିବା ବକ୍ତାମାନେ ବିଜ୍ଞାନ ଓ ବୈଜ୍ଞାନିକ ସତ୍ୟ ଉପରେ ପଦେହେଲେ କେବେ ଆଲୋଚନା କରୁଥିବାର ଶୁଣାଯାଏ ନାହିଁ। ରାମାୟଣ, ମହାଭାରତ ପରି ପୁରାଣ ଶାସ୍ତ୍ରରୁ ଯେଉଁମାନେ ଉଦାହରଣ ଦେଇ ଫେଣେଇଫାଣେଇ ଅବତାରଣା କରିପାରନ୍ତି, ଆମମାନଙ୍କ ବିଚାରରେ ସେ ବଡ଼ ବକ୍ତା ଏବଂ ସଭାସମିତିରେ ସେମାନଙ୍କର ଚାହିଦା ଅଧିକ ଥିବା ଦେଖିବାକୁ ମିଳେ। ଯଥାର୍ଥତା ଥାଉ ବା ନ ଥାଉ, ଶ୍ରୋତାମାନେ ଶୁଣୁଥାଆନ୍ତୁ ବା ଶୁଣୁ ନ ଥାଆନ୍ତୁ, ଗୋଟିଏ ତାଳି ବାଜିଲେ ସମବେତ ଶ୍ରୋତାମାନଙ୍କର ଅନ୍ୟମନସ୍କତାରୁ ହଜାର ତାଳି ବାଜିଯାଏ।
ବର୍ଷକ ବାର ମାସ କେଉଁଠି ନା କେଉଁଠି ଧର୍ମସଭାମାନ ଅନୁଷ୍ଠିତ ହୁଏ। ଏହି ଧର୍ମସଭାକୁ କେତେଜଣ ନିଜର ଜୀବିକା ରୂପେ ବି ଗ୍ରହଣ କରିଆସିଛନ୍ତି। ଆଧ୍ୟାମତ୍ିକବାଦରେ ବିଶ୍ୱାସ କରୁଥିବା ଶ୍ରୋତାମାନେ ସେହି ଧର୍ମସଭାରେ ରୁଣ୍ଡ ହୁଅନ୍ତି। ମାତ୍ର ସଭା ଶେଷ ହେବା ସାଙ୍ଗେସାଙ୍ଗେ ଆଧ୍ୟାମତ୍ିକତା ସେଇଠି ଶେଷ ହୁଏ। ପ୍ରବଚନ ଶୁଣି ସେମାନଙ୍କର ଆମତ୍ା ଯେ ଶୁଦ୍ଧ ହୁଏ, ଏକଥା ବିଶ୍ୱାସ କରି ହୁଏ ନାହିଁ। ସେମାନଙ୍କ ଚରିତ୍ର ଓ ଚାଲିଚଳଣରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ। ଅଧିକାଂଶ ଟିଭି ଚ୍ୟାନେଲ୍‌ରେ ସକାଳେ ସଞ୍ଜେ ଏହି ପ୍ରବଚନ ପରିବେଷଣ ହୁଏ। ବେଶ୍‌ କିଛି ଲୋକ କମେଇ ହୋଇ ମନଧ୍ୟାନ ଦେଇ ଏହାକୁ ଦେଖନ୍ତି। ମାତ୍ର କାର୍ଯ୍ୟକ୍ରମ ଶେଷ ହେଲେ କଥା ସରିଯାଏ। ପ୍ରବଚନ ନୀତିବାଣୀ ତା’ ବାଟରେ, ଶ୍ରୋତା ଦର୍ଶକ ତାଙ୍କ ବାଟରେ।
ଶିବ ଖେରା, ବିବେକ ବିନ୍ଦ୍ରା ଓ ଦୀପକ ଚୋପ୍ରାଙ୍କ ଭଳି କେତେ ଜଣ ମୋଟିଭେସନାଲ୍‌ ସ୍ପିକର୍‌ଙ୍କୁ ଆମେ ମଝିରେ ମଝିରେ ଶୁଣୁ। ଯାଦୁକର ଦର୍ଶକଙ୍କୁ ବିମୋହିତ କଲା ଭଳି ସେମାନେ ନିଜର ଉପସ୍ଥାପନା ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେହି ମୋଟିଭେସନାଲ୍‌ ସ୍ପିକର୍‌ମାନେ ଏଥିରୁ ଭଲ ଆୟ କରୁଥିବା ବେଳେ ଆୟୋଜକମାନେ ବି ଭଲ ଦି’ପଇସା ରୋଜଗାର କରନ୍ତି। ମାତ୍ର ଶ୍ରୋତାମାନଙ୍କ ଭାବବିହ୍ବଳତା ସେହି ଅଡିଟୋରିୟମ୍‌ର ଚାରିକାନ୍ଥ ଭିତରେ ମିଳେଇଯାଏ।
ଇଚ୍ଛା-ଅନିଚ୍ଛା ସତ୍ତ୍ୱେ ଏମିତି ଗୋଟିଏ ଗୋଟିଏ ସଭା ଆମମାନଙ୍କ ଭାଗରେ ଜୁଟେ। ସୀମା ସରହଦ ନ ମାନି ବକ୍ତା ଅନର୍ଗଳ ଗପିଚାଲନ୍ତି। ଦର୍ଶକମାନଙ୍କ ଧୈର୍ଯ୍ୟ ତଥା ମନସ୍ତତ୍ତ୍ୱକୁ ବୁଝିବାକୁ ସେ ଚେଷ୍ଟା କରନ୍ତି ନାହିଁ। ବାଧ୍ୟ ହୋଇ ସଭାପତି ହସ୍ତକ୍ଷେପ କରନ୍ତି ଏବଂ ବକ୍ତାଙ୍କର ବକ୍ତବ୍ୟରେ ଯବନିକା ପଡ଼େ। ବେଳେବେଳେ ମଞ୍ଚ ତଳେ ପାଲଉଠାଳି ଏକାକୀ ଜଗି ବସିଥିବା ଭଳି ଅବସ୍ଥାକୁ ସଭାଟି ଆସିଯାଏ।
ରାଜନୈତିକ ଦଳଙ୍କ ସଭା ସମାବେଶ କଥା ନ କହିଲେ ଭଲ। ସେଠାରେ ପ୍ରତ୍ୟେକ ଜଣେ ଜଣେ ନେତା। କର୍ମୀ କେହି ନ ଥା’ନ୍ତି। ସମସ୍ତେ କହିବାକୁ ବ୍ୟସ୍ତ ହୁଅନ୍ତି, ଶୁଣିବାକୁ କେହି ନ ଥା’ନ୍ତି। ନେତାଙ୍କୁ ଅପେକ୍ଷା କରି କରି ଅଧାରୁ ଅଧିକ କର୍ମୀ ସଭାସ୍ଥଳ ଛାଡ଼ି ଚାଲିଯାଇଥା’ନ୍ତି। ଅବଶିଷ୍ଟ ଯେଉଁମାନେ ରହିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସଭାମଣ୍ଡପରେ ଦେଖିବାକୁ ମିଳେ। ଏଥିପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ସଭା ସରୁଣୁ ନ ସରୁଣୁ ଖାଦ୍ୟପୁଡ଼ିଆ ପାଇଁ ଧସ୍ତାଧସ୍ତି ବି ହୁଏ।
ସବୁଠାରୁ ବେଶି ଗୁରୁତ୍ୱ ବହନ କରେ ଆଲୋଚନାଚକ୍ର ବା ସେମିନାର। ଏଠାରେ ନିର୍ଦ୍ଦିଷ୍ଟ ସମୟ ଥାଏ, ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଥାଏ, ନିର୍ଦ୍ଦିଷ୍ଟ ବକ୍ତା ଥାଆନ୍ତି, ନିର୍ଦ୍ଦିଷ୍ଟ ଶ୍ରୋତା ବି ଥାଆନ୍ତି। ଶୃଙ୍ଖଳାର ସହିତ ଆଲୋଚନାଚକ୍ର ଶେଷ ହୁଏ। ଅତିଥିମାନଙ୍କ ବକ୍ତବ୍ୟ ଦର୍ଶକମାନଙ୍କ ଉପରେ ପ୍ରଭାବଶାଳୀ ହୁଏ। ସାହିତ୍ୟ ସଭା ବା ସାହିତ୍ୟ ଆସର ଆଉ ଏକ ପ୍ରକାର ଉତ୍ସାହପ୍ରଦ କାର୍ଯ୍ୟକ୍ରମ। କେବଳ ସାହିତ୍ୟପ୍ରେମୀ ବ୍ୟକ୍ତିମାନଙ୍କୁ ଏଠାରେ ହିଁ ଦେଖିବାକୁ ମିଳେ।
ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଗଣତନ୍ତ୍ର ଶାସନ ଚାଲିଛି। ଏହି ଗଣତନ୍ତ୍ରକୁ ଭଣ୍ଡୁର କରିବା ପାଇଁ ସମାନ୍ତର ଭାବେ ଆତଙ୍କବାଦ ମୁଣ୍ଡ ଟେକୁଛି। ମୌଳବାଦୀ ଓ ସାମ୍ପ୍ରଦାୟିକତାବାଦୀମାନେ ସଭାସମିତି କରି ସାଧାରଣ ଜନତାଙ୍କୁ ହିଂସା ଦ୍ୱେଷ ସୃଷ୍ଟି କରିବାକୁ ପ୍ରବର୍ତ୍ତାଉଛନ୍ତି। ସେମାନଙ୍କ ପ୍ରରୋଚନାରେ କେତେକ ଭଳି ଯାଇ ଅସ୍ତ୍ର ଧାରଣ କରୁଛନ୍ତି। ଦେଶରେ ଅରାଜକତା ସୃଷ୍ଟି ହେଉଛି।
କହିବା ବାହୁଲ୍ୟ ଯେ, ବର୍ତ୍ତମାନ ଦେଶଟା କେବଳ ଭାଷଣରେ ଚାଲିଛି। ତା’ ସତ୍ତ୍ୱେ ସାମାଜିକ ପରିବର୍ତ୍ତନ ପାଇଁ ସଭାସମିତିର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ମାତ୍ର ସେହି ସଭାସମିତିଗୁଡ଼ିକ ସୃଜନଶୀଳତାକୁ ଆଧାର କରି ହେବା ଉଚିତ। ବକ୍ତା ଓ ବକ୍ତୃତା ଯେପରି ପରସ୍ପର ଅବିଚ୍ଛେଦ୍ୟ, ବକ୍ତା ଓ ଶ୍ରୋତା ସେହିପରି ପରସ୍ପର ପରିପୂରକ। ଗୋଟିକୁ ଛାଡ଼ି ଅନ୍ୟଟିକୁ ଚିନ୍ତା କରାଯାଇ ପାରିବ ନାହିଁ। ବକ୍ତାମାନେ ସମାଜକୁ ଦିଗ୍‌ଦର୍ଶନ ଦିଅନ୍ତି। ବକ୍ତାଙ୍କ ଆଦର୍ଶରେ ସମାଜ ଅନୁପ୍ରାଣିତ ହୁଏ। ତେଣୁ ବକ୍ତାଙ୍କ ବକ୍ତବ୍ୟ ସର୍ବାଦୌ ଗଠନମୂଳକ ହେବା ଆବଶ୍ୟକ ଏବଂ ଦେଶ ତଥା ସମାଜର ହିତରେ ତାହା ପ୍ରେରଣାଦାୟୀ ହେବା ଅପରିହାର୍ଯ୍ୟ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri