ଏଇ ଭାରତରେ

ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍‌ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ଆଣିଥିଲେ। ଏଥିତ୍ତ୍ରେ ସେ ରାସ୍ତା କଡ଼ରେ ଏକ ଫୁଡ୍‌ ଷ୍ଟଲ୍‌ କରି ଅସହାୟମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ଏବେ ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ପୁଷ୍ପାରାଣୀ ସାହାଯ୍ୟ କରୁଛନ୍ତି। ଭୋର ୪ଟାରେ ଉଠି ଚନ୍ଦ୍ରଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଜଳଖିତ୍ଆ ପ୍ରସ୍ତୁତ କରନ୍ତି । ତାଙ୍କ ପିଲାମାନେ ପରିବା କଟାଠାରୁ ଆରମ୍ଭ କରି ବାସନ ମଜା କାର୍ଯ୍ୟ କରିଦିଅନ୍ତି। କରୋନାରେ କ୍ଷତିଗ୍ରସ୍ତ, ଗୃହହୀନ ବୟସ୍କ, ଦିନମଜୁରିଆମାନେ ତାଙ୍କ ଷ୍ଟଲ୍‌ରୁ ଖାଦ୍ୟ ନେଉଛନ୍ତି। ଷ୍ଟଲ୍‌ଟି ରହିଛି ତ୍ରିଚି ସରକାରୀ ଆଇନ ମହାବିଦ୍ୟାଳୟ ନିକଟରେ । ଜଳଖିଆରେ ଏବଂ ଲଞ୍ଚ ବ୍ୟବସ୍ଥା ରଖିଛନ୍ତି। ଜଳଖିତ୍ଆ ସମୟ ରଖାଯାଇଛି ସକାଳ ୭ଟାରୁ ୧୧ ଏବଂ ଲଞ୍ଚ ପାଇଁ ସମୟ ରହିଛି ୧୨ଟାରୁ ୩ଟା। ଜଳଖିଆ ୧ଟଙ୍କାରେ ଓ ମିଲ୍‌ ୫ଟଙ୍କାରେ ଦେଉଛନ୍ତି। ପ୍ରତିଦିନ ୨୦ଟି ମିଲ୍‌ ମାଗଣାରେ ଖାଇଥାଆନ୍ତି ଗୃହହୀନ ଓ ଅସହାୟ ବୟସ୍କମାନେ। ଖାଦ୍ୟ ପ୍ରସ୍ତୁତ ହୋଇଗଲେ ଷ୍ଟଲ୍‌କୁ ନେବା ପରେ ସମସ୍ତେ ଧାଡ଼ିରେ ଆସି ଖାଦ୍ୟ ନେଇଥାଆନ୍ତି। ଦିନକୁ ଏଥିତ୍ରୁ ଚନ୍ଦ୍ରଶେଖର ୭୫୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଖର୍ଚ୍ଚ କରୁଛନ୍ତି ୬ ହଜାର ଟଙ୍କା। ଋଣ ବାବଦରେ ସେ ଦୈନିକ ୫୦୦ ଟଙ୍କା ବ୍ୟାଙ୍କରେ ଜମା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri