ଏଇ ଭାରତରେ

ପ୍ରତିଦିନ ପାଖାପାଖି ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ଓ୍ବେଲ୍‌ଡର ଭାବେ କାମ କରନ୍ତି। ଏଥିରୁ ଯାହା ଆୟ କରୁଛନ୍ତି ସେଥିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ଆଣିଥିଲେ। ଏଥିତ୍ତ୍ରେ ସେ ରାସ୍ତା କଡ଼ରେ ଏକ ଫୁଡ୍‌ ଷ୍ଟଲ୍‌ କରି ଅସହାୟମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ଏବେ ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ପୁଷ୍ପାରାଣୀ ସାହାଯ୍ୟ କରୁଛନ୍ତି। ଭୋର ୪ଟାରେ ଉଠି ଚନ୍ଦ୍ରଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଜଳଖିତ୍ଆ ପ୍ରସ୍ତୁତ କରନ୍ତି । ତାଙ୍କ ପିଲାମାନେ ପରିବା କଟାଠାରୁ ଆରମ୍ଭ କରି ବାସନ ମଜା କାର୍ଯ୍ୟ କରିଦିଅନ୍ତି। କରୋନାରେ କ୍ଷତିଗ୍ରସ୍ତ, ଗୃହହୀନ ବୟସ୍କ, ଦିନମଜୁରିଆମାନେ ତାଙ୍କ ଷ୍ଟଲ୍‌ରୁ ଖାଦ୍ୟ ନେଉଛନ୍ତି। ଷ୍ଟଲ୍‌ଟି ରହିଛି ତ୍ରିଚି ସରକାରୀ ଆଇନ ମହାବିଦ୍ୟାଳୟ ନିକଟରେ । ଜଳଖିଆରେ ଏବଂ ଲଞ୍ଚ ବ୍ୟବସ୍ଥା ରଖିଛନ୍ତି। ଜଳଖିତ୍ଆ ସମୟ ରଖାଯାଇଛି ସକାଳ ୭ଟାରୁ ୧୧ ଏବଂ ଲଞ୍ଚ ପାଇଁ ସମୟ ରହିଛି ୧୨ଟାରୁ ୩ଟା। ଜଳଖିଆ ୧ଟଙ୍କାରେ ଓ ମିଲ୍‌ ୫ଟଙ୍କାରେ ଦେଉଛନ୍ତି। ପ୍ରତିଦିନ ୨୦ଟି ମିଲ୍‌ ମାଗଣାରେ ଖାଇଥାଆନ୍ତି ଗୃହହୀନ ଓ ଅସହାୟ ବୟସ୍କମାନେ। ଖାଦ୍ୟ ପ୍ରସ୍ତୁତ ହୋଇଗଲେ ଷ୍ଟଲ୍‌କୁ ନେବା ପରେ ସମସ୍ତେ ଧାଡ଼ିରେ ଆସି ଖାଦ୍ୟ ନେଇଥାଆନ୍ତି। ଦିନକୁ ଏଥିତ୍ରୁ ଚନ୍ଦ୍ରଶେଖର ୭୫୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଖର୍ଚ୍ଚ କରୁଛନ୍ତି ୬ ହଜାର ଟଙ୍କା। ଋଣ ବାବଦରେ ସେ ଦୈନିକ ୫୦୦ ଟଙ୍କା ବ୍ୟାଙ୍କରେ ଜମା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବର୍ତ୍ତନବାଦ ଓ ଦଶାବତାର

ପ୍ରକାଶ ତ୍ରିପାଠୀ ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ...

ଏଇ ଭାରତରେ

କାର୍‌ରେ ଯିବେ ପୁଣି ଅନ୍ୟ କିଛି ସୁବିଧା ମାଗଣାରେ ପାଇବେ! ଏମିତି ବ୍ୟବସ୍ଥା କେଉଁଠି ଦେଖିଛନ୍ତି? କିନ୍ତୁ ଦିଲ୍ଲୀର ଅବଦୁଲ କାଦିରଙ୍କ କାର୍‌ରେ ଗଲେ ଯାତ୍ରୀମାନେ...

ବାଣ ବର୍ଜନ, କରୋନା ଓ ପରିବେଶ

କମଳାକାନ୍ତ ଜେନା   ୨୦୨୦ର ଦୀପାବଳିରେ ବାଣବର୍ଜନକୁ ସମସ୍ତେ ସ୍ବାଗତ କରିଛନ୍ତି। ଏହି ଅଭିଯାନରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶା, ରାଜସ୍ଥାନ, ସିକ୍କିମ, ଚଣ୍ଡିଗଡ, କର୍ନାଟକ,...

ସାମ୍ପ୍ରତିକ ସ୍ଥିତିରେ ଭାରତ

ରୁଷିଆ- ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ବିଶ୍ବ ଏକ ସଂକଟମୟ ସ୍ଥିତିରେ ଉପନିତ। ଏଭଳି ସ୍ଥିତିରେ ଆଉ ଏକ ମହାଯୁଦ୍ଧ ମୁହାଁ ହେଉଛି ବିଶ୍ବ। କାରଣ...

ଆଣବିକ ନିରସ୍ତ୍ରୀକରଣ ଚିନ୍ତା

ଅଷ୍ଟ୍ରିଆ ଏବଂ ନ୍ୟୁଜିଲାଣ୍ଡ ଭୌଗୋଳିକ ଦୃଷ୍ଟିକୋଣରୁ ଭିନ୍ନ ହୋଇ ପାରନ୍ତି, ହେଲେ ସିଦ୍ଧାନ୍ତ ଓ ଭାଗୀଦାରି ମୂଲ୍ୟବୋଧ କ୍ଷେତ୍ରରେ ଆମ ମଧ୍ୟରେ ସମ୍ପର୍କ ରହିଛି। ଆଣବିକ...

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...

ଶ୍ରୀକୃଷ୍ଣାବତାର

ପ୍ରଭୁଙ୍କ ଲୀଳା ଅପାର। ମର୍ତ୍ତ୍ୟରେ ତାଙ୍କ ମାନବରୂପୀ ଆବିର୍ଭାବ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟରେ ଅତି ଚମତ୍କାର ଭାବରେ ପ୍ରଦର୍ଶିତ ହୋଇଛି। ଯେଉଁ ଅଦୃଶ୍ୟ ଶକ୍ତି ନିସ୍ତବ୍ଧ...

ଏଇ ଭାରତରେ

ବିହାରର ସମସ୍ତିପୁରରେ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ନିବିଡ଼ ସ୍ନେହର ଏହା ଏକ ଉଦାହରଣ ପାଲଟିଛି। ସାତ ଫେରା ନେବା ପରେ ମଧ୍ୟ ଭଉଣୀ...

Advertisement
Archives

Model This Week