ଏଇ ଭାରତରେ

କୃଷି ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ ହେବା କଥା ଶୁଣି ଆଶର୍ଯ୍ୟ ଲାଗୁଛି, ହେଲେ ଏହା ମୁମ୍ବାଇର କୌଶିକଙ୍କ ବରଦାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କୃଷି ବର୍ଜ୍ୟ ଉପଯୋଗ କରି ସେ ପରିବେଶ ଉପଯୋଗୀ କପଡ଼ା ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ କୌଶିକ ‘ରେଡାନ’ ଷ୍ଟାର୍ଟଅପ୍‌ ଗଠନ କରି ତା’ମାଧ୍ୟମରେ ପଦ୍ମ, ଗୋଲାପ, କଦଳୀ, ଘିକୁଆଁରୀ, ବାଉଁଶ, ଡାଳିମ୍ବ, ମକା ବର୍ଜ୍ୟ ଉପଯୋଗ କରି ଏଭଳି କପଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କପଡ଼ା ମଧ୍ୟ ରିସାଇକ୍ଲିଂ ହୋଇପାରୁଛି। କୌଶିକଙ୍କ ଏହି ପ୍ରୟାସ ଯୋଗୁ କୃଷି ବର୍ଜ୍ୟ ପୋଡ଼ିରୁ ସୃଷ୍ଟି ହେଉଥିବା ଭୟଙ୍କର ବାୟୁ ପ୍ରଦୂଷଣ ଅନେକାଂଶରେ ରୋକାଯାଇପାରୁଛି। ସେ ଇଞ୍ଜିନିୟରିଂ ପରେ ଡିଜାଇନିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ମା’ ଶସ୍ୟ ଓ ବିଭିନ୍ନ ଗଛରୁ ପ୍ରସ୍ତୁତ ଜୈବିକ ରଙ୍ଗ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରନ୍ତି ଓ ତାଙ୍କଠାରୁ କୌଶିକ ପ୍ରେରଣା ପାଇ ଏହି କାର୍ଯ୍ୟରେ ପାଦ ଦେଇଛନ୍ତି । ସେ ଦକ୍ଷିଣ ଭାରତରେ ଯୁନିଟ୍‌ ପ୍ରତିଷ୍ଠା କରି ଆନ୍ଧ୍ରପ୍ରଦେଶର ବିଭିନ୍ନ ମିଲ୍‌ରୁ କଦଳୀ, ବାଉଁଶ, ଗୋଲାପ, ପଦ୍ମ ଏବଂ ଡାଳିମ୍ବ ବର୍ଜ୍ୟ ସଂଗ୍ରହ କରି ଉପଯୋଗ କରୁଛନ୍ତି। ଏବେ ଏହି କପଡ଼ାର ଚାହିଦା ବଢ଼ିବାରେ ଲାଗିଛି। ଗତ ବର୍ଷ ପାଖାପାଖି ୨୦ ଲକ୍ଷ ଟଙ୍କା କାରବାର ହୋଇଥିବାବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କହନ୍ତି କୌଶିକ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri